ETV Bharat / sports

Tokyo Olympics: ୧୦୦ ମିଟର ଦୌଡରେ ଫେଲ୍‌ ମାରିଲେ ଦୂତୀ

author img

By

Published : Jul 30, 2021, 9:47 AM IST

Updated : Jul 30, 2021, 10:03 AM IST

ମହିଳା ୧୦୦ ମିଟର ରାଉଣ୍ଡ ୧(ହିଟ୍‌ସ)ରେ ଦୂତୀ ଚାନ୍ଦ ନିରାଶ । ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିପାରିଲେନି ଦୂତୀ । ଅଧିକ ପଢନ୍ତୁ...

Tokyo Olympics: Dutee Chand fails to qualify in Women's 100m Round 1 heats
Tokyo Olympics: ୧୦୦ ମିଟର ଦୌଡରେ ଫେଲ୍‌ ମାରିଲେ ଦୂତୀ

ଟୋକିଓ: ଆରମ୍ଭ ହୋଇଛି ଟୋକିଓ ଅଲମ୍ପିକ୍‌ର ଆଥଲେଟିକ୍‌ ଇଭେଣ୍ଟ । ପ୍ରଥମ ଦିନରେ ମହିଳା ୧୦୦ ମିଟର ରାଉଣ୍ଡ ୧(ହିଟ୍‌ସ)ରେ ଦୌଡିଥିଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ତେବେ ଯୋଗ୍ୟତା ଅର୍ଜନ କରିପାରିଲେନି ଦୂତୀ ।

ଟୋକିଓ: ଆରମ୍ଭ ହୋଇଛି ଟୋକିଓ ଅଲମ୍ପିକ୍‌ର ଆଥଲେଟିକ୍‌ ଇଭେଣ୍ଟ । ପ୍ରଥମ ଦିନରେ ମହିଳା ୧୦୦ ମିଟର ରାଉଣ୍ଡ ୧(ହିଟ୍‌ସ)ରେ ଦୌଡିଥିଲେ ଓଡିଆ ଧାବିକା ଦୂତୀ ଚାନ୍ଦ । ତେବେ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲେନି ଦୂତୀ ।

୧୧.୫୪ ସେକେଣ୍ଡରେ ୧୦୦ ମିଟର ରାଉଣ୍ଡ ୧(ହିଟ୍‌ସ)ରେ ଦୂତୀ ସପ୍ତମ ସ୍ଥାନରେ ଦୌଡ ଶେଷକରିଛନ୍ତି । ଏହି ଫଳାଫଳ ସହ ସେ ସେମିଫାଇନାଲ ଟିକେଟ ହାସଲ କରିବାରେ ବିଫଳ ହୋଇଛନ୍ତି । ଜାମାଇକାର ସେଲି ଅନ-ଫ୍ରାସର ୧୦.୮୪ ସେକେଣ୍ଡରେ ପହଞ୍ଚି ହିଟ୍‌ସରେ ଶୀର୍ଷ ସ୍ଥାନରେ ରହିଛନ୍ତି । ପରେ ଏଜଲା ଡେଲ ପୋଣ୍ଟେ ୧୦.୯୧ ସମୟରେ ପହଞ୍ଚି ଦ୍ବିତୀୟ ସ୍ଥାନରେ ରହିଛନ୍ତି । ପ୍ରତ୍ୟେକ ହିଟ୍‌ସର ପ୍ରଥମ ୩ଜଣ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

ପୂର୍ବରୁ ଭାରତର ଅବିନାଶ ମୁକୁନ୍ଦ ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ୍‌ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 30, 2021, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.