ETV Bharat / sports

Tokyo Olympics, ଏବର୍ଷ ଆଥଲେଟଙ୍କୁ ମିଳୁଛି ଭରପୁର ଭାରତୀୟ ଖାଦ୍ୟ - ଟୋକିଓ ଆୟୋଜକ

ଟୋକିଓ ଆୟୋଜକ ଆଥଲେଟମାନଙ୍କୁ ଚଳିତ ବର୍ଷ ଉତ୍ତର ଭାରତୀୟ ଖାଦ୍ୟ ପରିବେଷଣ କରୁଛନ୍ତି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଥଲେଟଙ୍କ ପାଇଁ ସ୍ବାଦଯୁକ୍ତ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଅଧିକ ପଢନ୍ତୁ...

ଆଥଲେଟଙ୍କୁ ମିଳୁଛି ଭରପୁର ଭାରତୀୟ ଖାଦ୍ୟ
ଆଥଲେଟଙ୍କୁ ମିଳୁଛି ଭରପୁର ଭାରତୀୟ ଖାଦ୍ୟ
author img

By

Published : Jul 19, 2021, 2:52 PM IST

ନୂଆଦିଲ୍ଲୀ: ଆପଣଙ୍କର ମନେ ଥିବ ଚାରିଥର ଅଲମ୍ପିକ ଜିତିଥିବା ଟେବୁଲ ଟେନିସ ଖେଳାଳି ଅଚନ୍ତା ସାରନାଥ କ୍ରୀଡା ଗ୍ରାମରେ ଭାରତୀୟ ଖାଦ୍ୟ ମିଳୁନଥିବା ଅଭିଯୋଗ କରିଥିଲେ । ତିନିଘଣ୍ଟା ଧରି ଖେଳିବା ପରେ ଆମକୁ ଏସିଆନ ଅଲମ୍ପିକ ୨୦୧୮ରେ ବ୍ରେଡ, ନ୍ୟୁଟେଲା ଏବଂ ମୁସେଲି ଖାଇବାକୁ ଦିଆଯାଇଥିଲା ବୋଲି କହିଥିଲେ ସାରନାଥ।

ସେହି ବର୍ଷ ୟୁଥ ଅଲମ୍ପିକ ଗେମସରେ (YOG) ଭାରତୀୟ କଣ୍ଟିଜିନେଣ୍ଟ ବୁଏନସ ଆରିସ ଖାଇବା ନେଇ ଅଭିଯୋଗ କରିଥିଲେ। ସେହିପରି ବେଜିଂ ୨୦୦୮, ଲଣ୍ଡନ ୨୦୧୨ ଏବଂ ରିଓ ୨୦୧୯ ଅଲମ୍ପିକରେ ସମାନ ଅଭିଯୋଗ ହୋଇଥିଲା । ମାତ୍ର ଟୋକିଓ ଅଲମ୍ପିକରେ ଆଥଲେଟଙ୍କୁ ଭଲ ଖାଦ୍ୟ ମିଳୁଛି ।

ଟୋକିଓ ଆୟୋଜକ ଆଥଲେଟମାନଙ୍କୁ ଚଳିତ ବର୍ଷ ଉତ୍ତର ଭାରତୀୟ ଖାଦ୍ୟ ପରିବେଷଣ କରୁଛନ୍ତି । ଖାଦ୍ୟ ମେନୁରେ ଛୋଲେ ବଟୋରେ, ବଟର ନାନ, ପରଟା, ବଟର ଚିକେନ, ଟମାଟୋ ଏବଂ ସାହି ପନିର, ଭେଣ୍ଡି, ବସମତି ଏବଂ ଜାଷ୍ମିନ ଚାଉଳର ଭାତ ରହିଛି । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଥଲେଟଙ୍କ ପାଇଁ ସ୍ବାଦଯୁକ୍ତ ଓ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି।

ଭାରତର ଡେପୁଟି ସେଫ ପ୍ରେମ ବର୍ମା କହିଛନ୍ତି ଟୋକିଓ ଖାଦ୍ୟ ବହୁତ ଭଲ । ଦେଶର ଆଥଲେଟଙ୍କ ପାଇଁ ଆୟୋଜକ ବହୁତ ସୁ୍ନ୍ଦର ବ୍ୟବସ୍ଥା କରିଛନ୍ତି । ବିଭିନ୍ନ ପ୍ରକାର ଖାଦ୍ୟର ପ୍ରକାର ଭେଦ ରହିଛି । ବ୍ୟବସ୍ଥାରେ ଆଥଲେଟମାନେ ଖୁସି ଅଛନ୍ତି ।

ସେ ଆହୁରି କହିଛନ୍ତି ବେଜିଂ ଅଲମ୍ପିକ ସମୟରେ ଦୁଇଥର ଅଲମ୍ପିକ ବିଜେତା ସୁଶୀଲ କୁମାର ସେଠାରେ ଭାରତୀୟ ଖାଦ୍ୟ ଅଭାବ ଥିବାରୁ ସାଥିରେ ଖାଦ୍ୟ ଓ ଡ୍ରାଏ ଫ୍ରୁଟ୍ସ ଆଣିଥିବା ଦେଖିବାକୁ ମିଳିଥିଲା। ଟୋକିଓ ଆୟୋଜକ କିମିଟି ଭାରତୀୟ ଅଲମ୍ପିକ ଆଟଲେଟଙ୍କୁ ଖେଳ ସମୟରେ ଭାରତୀୟ ଖାଦ୍ୟ ଯୋଗାଇ ଦେବାକୁ ନିଶ୍ଚିତ କହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.