ETV Bharat / sports

Tokyo Olympics, Day 8: ନିଜ ନ୍ୟାସନାଲ ରେକର୍ଡ ଭାଙ୍ଗିଲେ ଅବିନାଶ ବାସଲେ, ଫାଇନାଲରୁ ବାଦ୍‌ - ଅବିନାଶ ସାବଲେ ନ୍ୟୁଜ

୨୬ବର୍ଷୀୟ ସାବଲେ ହିଟ୍‌ ନମ୍ବର ୨ରେ ନିଜର ଦୌଡ ଶେଷ କରିବାକୁ ୮ ମିନିଟ୍‌ ୧୮.୧୨ ସେକେଣ୍ଡ ନେଇଥିଲେ । ପୂର୍ବରୁ ସାବଲେଙ୍କ ଜାତୀୟ ରେକର୍ଡ ୮: 20.20 ରହିଥିଲା । ମାର୍ଚ୍ଚରେ ଫେଡେରେସନ କପ୍‌ରେ ଏହି ରେକର୍ଡ କରିଥିଲେ । ଅଧିକ ପଢନ୍ତୁ...

Tokyo Olympics, Day 8: Avinash Sable breaks his own national record but fails to qualify for finals
Tokyo Olympics, Day 8: ନିଜ ନ୍ୟାସନାଲ ରେକର୍ଡ ଭାଙ୍ଗିଲେ ଅବିନାଶ ବାସଲେ, ଫାଇନାଲରୁ ବାଦ୍‌
author img

By

Published : Jul 30, 2021, 11:26 AM IST

ଟୋକିଓ: ଭାରତର ଅବିନାଶ ସାବଲେ ନିଜର ୩୦୦୦ ମିଟର ଷ୍ଟିପଲେଚେଜ ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି । ମାତ୍ର ଟୋକିଓ ଅଲମ୍ପିକ୍‌ର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି । ଚଳିତ ଅଲମ୍ପିକ୍‌ରେ ଏହି ପ୍ରତିଯୋଗିତାର ଅନ୍ୟ ଏକ ହିଟ୍‌ର ଶୀର୍ଷ ତିନିଜଣ ଖେଳାଳିଙ୍କ ଠାରୁ କମ ସମୟରେ ପହଞ୍ଚିଥିଲେ ମଧ୍ୟ ଅବିନାଶ ଫାଇନାଲ ଦୌଡରୁ ବାଦ୍‌ ପଡିଛନ୍ତି ।

୨୬ବର୍ଷୀୟ ସାବଲେ ହିଟ୍‌ ନମ୍ବର ୨ରେ ନିଜର ଦୌଡ ଶେଷ କରିବାକୁ ୮ ମିନିଟ୍‌ ୧୮.୧୨ ସେକେଣ୍ଡ ନେଇଥିଲେ । ପୂର୍ବରୁ ସାବଲେଙ୍କ ଜାତୀୟ ରେକର୍ଡ ୮: 20.20 ରହିଥିଲା । ମାର୍ଚ୍ଚରେ ଫେଡେରେସନ କପ୍‌ରେ ଏହି ରେକର୍ଡ କରିଥିଲେ । ମାତ୍ର ତାଙ୍କୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଫାଇନାଲ ଖେଳିବାକୁ ବଞ୍ଚିତ ହେବାକୁ ପଡିଛି, କାରଣ ପ୍ରତ୍ୟେକ ହିଟ୍‌ରୁ ଶୀର୍ଷ ତିନିଜଣ ସିଧାସଳଖ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ହିଟ୍‌ ନମ୍ବର ୩ରେ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିବା ଶୀର୍ଷ ୩ଜଣ ଅବିନାଶଙ୍କ ଠାରୁ ଧୀମା ରହିଥିଲେ ।

୧୫ଜଣ ଆଥଲେଟ-ତିନୋଟି ହିଟ୍‌ସରୁ ଶ୍ରେଷ୍ଠ ୩ଜଣ ଲେଖାଏଁ ଆଥଲେଟ୍‌ ଓ ସମସ୍ତ ହିଟ୍‌ସରୁ ଅନ୍ୟ ୬ଜଣ ଦ୍ରୁତ ଆଥଲେଟ୍‌ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବେ । ସାବଲେ ସମସ୍ତ ଯୋଗ୍ୟତା ପର୍ଯ୍ୟାୟ ହିଟ୍‌ସରେ ସପ୍ତମ ଓ ମୋଟ ଭାବେ ତୟୋଦଶ ସ୍ଥାନରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.