ETV Bharat / sports

Tokyo Olympics: କ୍ରସ୍‌ କଣ୍ଟ୍ରି ରାଉଣ୍ଡରେ ୨୨ତମ ସ୍ଥାନରେ ଭାରତୀୟ ଅଶ୍ବାରୋହୀ ଫାଉଦ ମିର୍ଜା - ଟୋକିଓ ଅଲମ୍ପିକ୍‌ ୨୦୨୦

ସୋମବାର ହେବାକୁ ଥିବା ଶୋ ଜମ୍ପିଂରେ ଫାଉଦ ମିର୍ଜା ଅଂଶଗ୍ରହଣ କରିବେ ଓ ଶୀର୍ଷ ୨୫ ମଧ୍ୟରେ ରହିବା ପରେ ଇଭେଣ୍ଟିଂ ଜମ୍ପିଂ ଫାଇନାଲରେ ସ୍ଥାନ ମିଳିବ । ଅଧିକ ପଢନ୍ତୁ...

Tokyo Olympics 2020, Day 10: Indian equestrian Fouaad Mirza placed 22nd after cross-country round
Tokyo Olympics: କ୍ରସ୍‌ କଣ୍ଟ୍ରିଂ ରାଉଣ୍ଡରେ ୨୨ତମ ସ୍ଥାନରେ ଭାରତୀୟ ଅଶ୍ବାରୋହୀ ଫାଉଦ ମୀର୍ଜା
author img

By

Published : Aug 1, 2021, 12:34 PM IST

ଟୋକିଓ: ଚଳିତ ଟୋକିଓ ଅଲମ୍ପିକର ଦଶମ ଦିନରେ ଭାରତୀୟ ଅଶ୍ବାରୋହୀ ଫାଉଦ ମୀର୍ଜା (questrian)ଅଶ୍ବଦୌଡ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । କ୍ରସ୍‌-କଣ୍ଟ୍ରି ରାଉଣ୍ଡରେ ୨୨ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି ମୀର୍ଜା । ଅଲମ୍ପିକରେ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ଭାରତର ଏକମାତ୍ର ଅଶ୍ବାରୋହୀ ରହିଛନ୍ତି ମିର୍ଜା । ଭଲ ପ୍ରଦର୍ଶନ ସହ ଶୀର୍ଷ ୨୫ ସ୍ଥାନ ମଧ୍ୟରେ ମିର୍ଜାଙ୍କ ଘୋଡା ରହିଛି । ମିର୍ଜା କ୍ରସ-କଣ୍ଟ୍ରି ରାଉଣ୍ଡକୁ ପାର୍‌ କରିବା ପରେ ପ୍ରତିଯୋଗିତାର ଆହ୍ବାନପୂର୍ଣ୍ଣ ସି ଫରେଷ୍ଟ କ୍ରସ୍‌ କଣ୍ଟ୍ରି ରାଉଣ୍ଡରେ ୧୧.୨୦ ପେନାଲିଟି ସହ ମୋଟ ୩୯.୨୦ ସମୟ ନେଇଥିଲେ ।

ଜଣେ ପ୍ରତିଯୋଗୀଙ୍କୁ ଅଶ୍ବଦୌଡ ଇଭେଣ୍ଟିଂ କ୍ରସ୍‌ କଣ୍ଟ୍ରି ବ୍ୟକ୍ତିଗତ ବର୍ଗରେ ପେନାଲିଟି ଏଡାଇବାକୁ ୭ ମିନିଟ ୪୫ ସେକେଣ୍ଡ ମଧ୍ୟରେ ଦୌଡ ଶେଷ କରିବାକୁ ପଡିଥାଏ । ପେନାଲିଟି ପଏଣ୍ଟ ଯେତିକି କମ ଗଣନା ହେବ ସେହିକ୍ରମରେ ଆରୋହୀଙ୍କୁ ତାଲିକାର ଶୀର୍ଷରେ ସ୍ଥାନ ମିଳେ ।

ତେବେ କିଛି ଟେକ୍ନିକାଲ ସମସ୍ୟା ଯୋଗୁଁ ମିର୍ଜା ଓ ତାଙ୍କର ଘୋଡା ସିଗନୋର ମେଡିକୋଟ୍‌ ସାମାନ୍ୟ ବିଳମ୍ବରେ ଆରମ୍ଭ କରିଥିଲେ । ସମୟ ବିଳମ୍ବ ଯୋଗୁଁ ୧୧.୨୦ ପେନାଲିଟି ସମୟ ମିଳିଛି । ଶୁକ୍ରବାର ଜବରଦସ୍ତ ପ୍ରଦର୍ଶନ ସହ ଡ୍ରେସେଜ ରାଉଣ୍ଡରେ ସେ ନବମ ସ୍ଥାନରେ ରହିଥିଲେ ।

ଏବେ ସୋମବାର ହେବାକୁ ଥିବା ଶୋ ଜମ୍ପିଂରେ ମୀର୍ଜା ଅଂଶଗ୍ରହଣ କରିବେ ଓ ଶୀର୍ଷ ୨୫ ମଧ୍ୟରେ ରହିବା ପରେ ଇଭେଣ୍ଟିଂ ଜମ୍ପିଂ ଫାଇନାଲରେ ସ୍ଥାନ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.