ETV Bharat / sports

ଖେଳାଳିଙ୍କୁ ସ୍ବାଗତ ପାଇଁ ଖୋଲିଲା ଟୋକିଓ 2020 ଅଲମ୍ପିକ ଗ୍ରାମ

author img

By

Published : Jul 13, 2021, 9:25 PM IST

ବିଶ୍ବର ଶ୍ରେଷ୍ଠ ଆଥଲେଟଙ୍କୁ ସ୍ବାଗତ ପାଇଁ ଟୋକିଓ 2020 ଅଲମ୍ପିକ୍ସ ଗ୍ରାମର ଦ୍ବାର ଔପଚାରିକ ଭାବେ ମଙ୍ଗଳବାର ଖୋଲି ଦିଆଯାଇଛି । ଅଧିକ ପଢନ୍ତୁ...

Tokyo 2020 Olympic Village opens its doors, welcomes athletes
ଖେଳାଳିଙ୍କୁ ସ୍ବାଗତ ପାଇଁ ଖୋଲିଲା ଟୋକିଓ 2020 ଅଲମ୍ପିକ ଗ୍ରାମ

ଟୋକିଓ: ବିଶ୍ବର ଧ୍ୟାନ କ୍ରମଶଃ ଜାପାନର ରାଜଧାନୀ ଟୋକିଓରେ କେନ୍ଦ୍ରୀଭୂତ ହେଉଛି । ବିଶ୍ବର ଶ୍ରେଷ୍ଠ ଆଥଲେଟଙ୍କୁ ସ୍ବାଗତ ପାଇଁ ଟୋକିଓ 2020 ଅଲମ୍ପିକ୍ସ ଗ୍ରାମର ଦ୍ବାର ଔପଚାରିକ ଭାବେ ମଙ୍ଗଳବାର ଖୋଲି ଦିଆଯାଇଛି । ଏଠାରେ ଜୁଲାଇ 23ରୁ ଅଗଷ୍ଟ ପର୍ଯ୍ୟନ୍ତ ବିଶ୍ବ କ୍ରୀଡାର ମହାକୁମ୍ଭ ମେଗା ଇଭେଣ୍ଟ ଅଲମ୍ପିକ ଖେଳାଯିବ ।

ଅଲମ୍ପିକ୍ସରେ ଅଂଶଗ୍ରହ କରିବାକୁ ଯାଉଥିବା ପ୍ରାୟ 11,000ରୁ ଅଧିକ ଆଥଲେଟ, 205 ଜାତୀୟ ଅଲମ୍ପିକ କମିଟି ଓ IOC ଶରଣାର୍ଥୀ ଅଲମ୍ପିକ ଟିମର ଅଧିକାଂଶ ଏହି ଅଲମ୍ପିକ ଗ୍ରାମରେ ରହିବା ନେଇ ଜଣାପଡିଛି । ଟୋକିଓର ୱାଟରଫ୍ରଣ୍ଟ ଜିଲ୍ଲାର ପିକ୍ଚରସ୍କ୍ବାୟାର ହାରୁମିରେ ଏହି ଅଲମ୍ପିକ ଗ୍ରାମ ରହିଛି ।

ଅଲମ୍ପିକ ଗ୍ରାମରେ ପହଞ୍ଚିବାକୁ ଥିବା ଟିମର ପ୍ରାୟ 85 ପ୍ରତିଶ୍ରତ COVID-19 ଟିକା ନେଇଥିବେ । ଗ୍ରାମର ସମସ୍ତ ବାସିନ୍ଦାଙ୍କୁ କଡା COVID-19 ନିୟମ ପାଳନ କରିବାକୁ ହେବ । ସ୍ବଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ସହ, ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ନିୟମ ପାଳ କରିବା ଭଳି କଟକଣା ପାଳନ କରିବାକୁ ହେବ ।

ଏହି ଅଲମ୍ପିକ ଗ୍ରାମ 24ଘଣ୍ଟା ଖୋଲା ରହିବ । ଡାଇନିଂ ହଲ ରହିଛି ଓ 700 ଜଣ ଏକାଥରକେ ନିଜ ପସନ୍ଦର ଖାଦ୍ୟ ବସି ଖାଇପାରିବେ । ଫିଟନେସ ସେଣ୍ଟର ମଧ୍ୟ ନିକଟରେ ରହିଛି ଓ ଦିନ ସମୟରେ ଶୋଇବା ବ୍ୟବସ୍ଥା ମଧ୍ୟ କାର୍ଡବୋର୍ଡ ଓ ବ୍ଲାକଆଉଟ କର୍ଟନ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଇଛି ।

ଗ୍ରାମ ଭିତରେ ସଟଲ ବସ୍‌ ସେବା ମଧ୍ୟ ରହିଛି ଓ ଅଲମ୍ପିକ ଖେଳ ଇତିହାସରେ ପ୍ରଥମ ଥର ଉଭୟ ପୁରୁଷ ଓ ମହିଳା ଆଥେଲେଟଙ୍କ ପାଇଁ ଚିକିତ୍ସା କେନ୍ଦ୍ରେ ଓ କ୍ଳିନିକର ସମସ୍ତ ସୁବିଧା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.