ETV Bharat / sports

Teachers Day: ଗୁରୁଙ୍କ ପାଇଁ ଦିନଟିଏ, ସଫଳ କ୍ରୀଡାବିତ୍‌ ତିଆରିରେ ରହିଛି ଏହି କୋଚ୍‌ଙ୍କ ହାତ

author img

By ETV Bharat Odisha Team

Published : Sep 5, 2023, 10:50 AM IST

ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଇଶ୍ବର । ଗୁରୁଙ୍କୁ ଭଗବାନଙ୍କ ସହିତ ତୁଳନା କରାଯାଏ । ଶିକ୍ଷା ହେଉ କି କ୍ରୀଡ଼ା କ୍ଷେତ୍ର ଜଣେ ଶିକ୍ଷାର୍ଥୀଙ୍କ ଜୀବନରେ ଗୁରୁ ନିଶ୍ଚେ ଥାଆନ୍ତି । କିଛି ସଫଳ ଖେଳାଳିଙ୍କ ଜୀବନରେ ଥିବା ସେହି ମହାନ ଗୁରୁଙ୍କ ବିଷୟରେ ଆସନ୍ତୁ ଜାଣିବା

Teachers Day 2023
Teachers Day

ନୂଆଦିଲ୍ଲୀ: ଗୁରୁ ଇଶ୍ବରଙ୍କ ଅନ୍ୟ ରୂପ । ଗୁରୁ ଯିଏ ଅଜ୍ଞାନ ରୂପକ ଅନ୍ଧାରରୁ ବାଟ କଢାଇ ଆଲୋକର ପ୍ରତୀପ ଜଳାଇଥାନ୍ତି । ଜୀବନର ପ୍ରତିଟି ପାହାଚରେ ଜଣେ ଜଣେ ଗୁରୁ ଥାଆନ୍ତି । ସେ ପାଠପଢ଼ା ହେଉ କି ଖେଳ କି ଜୀବନ କିପରି ସଠିକ ମାର୍ଗରେ ଚାଲିବ ସେନେଇ ବାଟ ବତାଇଥାଆନ୍ତି । ସେପ୍ଟେମ୍ବର 5 ତାରିଖ ସେହି ମହାନ ଗୁରୁଙ୍କ ପାଇଁ ଯାହାଙ୍କ ଆର୍ଶୀବାଦ ବିନା ଜୀବନ କଳ୍ପନା କରିବା ଅସମ୍ଭବ । ସେପ୍ଟେମ୍ବର 5 ତାରିଖକୁ ସାରା ଭାରତରେ ଗୁରୁ ଦିବସ ଭାବେ ପାଳନ କରାଯାଏ । କିଛି ସଫଳ ଖେଳାଳିଙ୍କ ଜୀବନରେ ଥିବା ସେହି ମହାନ ଗୁରୁଙ୍କ ବିଷୟରେ ଆସନ୍ତୁ ଜାଣିବା ।

ଦେଶରେ ଅନେକ କ୍ରୀଡ଼ା କୋଚ୍‌ ବା ପ୍ରଶିକ୍ଷକ ରହିଛନ୍ତି ଯିଏକି ଅନେକ ସଫଳ କ୍ରୀଡାବିତ୍‌ ତିଆରି କରିଛନ୍ତି । ସେମାନେ ହେଲେ ପୁଲେଲା ଗୋପିଚାନ୍ଦ, ଗୁରୁବାକ୍ସ ସିଂ ସନ୍ଧୁ, ସତ୍‌ପାଲ୍‌ ସିଂ, ସୟଦ ନୟିମୁଦ୍ଦିନ, ବସୁଦେବନ ବାସ୍କରନ ।

ପୁଲେଲା ଗୋପିଚାନ୍ଦ (ବ୍ୟାଡମିଣ୍ଟନ): ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ଯିଏକି ବର୍ତ୍ତମାନ ଭାରତୀୟ ନ୍ୟାସନାଲ ବ୍ୟାଡମିଣ୍ଟନ ଟିମର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି । ତାଙ୍କ ହାତରେ ସାଇନା ନେହୱାଲ, ପିଭି ସିନ୍ଧୁ, ଶ୍ରୀକାନ୍ତ କିଦାମ୍ବି, ସାଇ ପ୍ରଣିତଙ୍କ ଭଳି ସଫଳ ବ୍ୟାଡମିଣ୍ଟନ ଖେଳାଳି ତିଆରି ହୋଇଛନ୍ତି । ପୁଲେଲା ଗୋପିଚାନ୍ଦ 1999ରେ ଅର୍ଜୁନ ପୁରସ୍କାର, 2001ରେ ରାଜୀବ ଗାନ୍ଧୀ ଖେଳ ରତ୍ନ, 2005ରେ ପଦ୍ମଶ୍ରୀ ସମ୍ମାନ, 2009ରେ ଦୌଣଚାର୍ଯ୍ୟ ପୁରସ୍କାର ଓ 2014ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ସତପାଲ ସିଂ (କୁସ୍ତିଯୋଦ୍ଧା): ଭାରତର ଜଣେ ଜଣାଶୁଣା ପୂର୍ବତନ କୁସ୍ତିଯୋଦ୍ଧା ସତପାଲ ସିଂ ଯିଏକି ବର୍ତ୍ତମାନ କୁସ୍ତିଯୋଦ୍ଧା କୋଚ୍‌ ଦାୟିତ୍ବ ତୁଲାଉଛନ୍ତି । ତାଙ୍କ ପ୍ରଶିକ୍ଷଣରେ ସୁଶୀଳ କୁମାର ଦୁଇଟି ଅଲମ୍ପିକ୍ସ ମେଡାଲ ଜିତିଛନ୍ତି । 2008 ବେଜିଂ ଅଲମ୍ପିକ୍ସରେ ଓ 2012 ଲଣ୍ଡନରେ ବ୍ରୋଞ୍ଚ ପଦକ ଜିତିଛନ୍ତି । ସତପାଲ ସିଂ 1974ରେ ଅର୍ଜୁନ ପୁରସ୍କାର, 1983ରେ ପଦ୍ମଶ୍ରୀ ସମ୍ମାନ, 2009ରେ ଦ୍ରୌଣାଚାର୍ଯ୍ୟ ଏବଂ 2015ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ଗୁରୁବାକ୍ସ ସିଂ ସାନ୍ଧୁ (ବକ୍ସିଂ): ଭାରତର ଜଣେ ଶ୍ରେଷ୍ଠ ବକ୍ସିଂ କୋଚ ଭାବେ ଜଣାଶୁଣା ଗୁରୁବାକ୍ସ ସିଂ ସାନ୍ଧୁ । ସେ ବିଜେନ୍ଦ୍ର ସିଂହଙ୍କ ଭଳି ଅନେକ ଚମ୍ପିଆନ ତିଆରି କରିଛନ୍ତି । 1998ରେ ସେ ଦ୍ରୌଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ସୟଦ ନୟିମୁଦ୍ଦିନ(ଫୁଟବଲ): ପୂର୍ବତନ ଅଧିନାୟକ ସୟଦ ନୟିମୁଦ୍ଦିନ ଜଣେ ସଫଳ କୋଚ୍‌ । ଭାରତର ଅନେକ ସ୍ମରଣୀୟ ବିଜୟରେ ସୟଦ ନୟିମୁଦ୍ଦିନଙ୍କ ହାତ ରହିଛି । ତାଙ୍କୁ ଉଭୟ ଅର୍ଜୁନ ଓ ଦ୍ରୈଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି ।

ବସୁଦେବନ ବାସ୍କରନ (ହକି): ଜାତୀୟ ଖେଳ ହକିରେ ସଫଳ କ୍ୟାରିଅର ପରେ ବସୁଦେବନ ବାସ୍କରନ ଭାରତର ଜଣେ ସଫଳ ପ୍ରଶିକ୍ଷକ ଭବେ ଦାୟିତ୍ବ ତୁଲାଇଥିଲେ । ସେ 1980ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।

ଏହା ବି ପଢନ୍ତୁ...Teachers Day: ଅନ୍ଧାରରୁ ଆଲୋକର ପଥ ପ୍ରଦର୍ଶକ ଗୁରୁ, ଗୁରୁ ବିନା ଜ୍ଞାନ ନାହିଁ

ଗୁରୁଙ୍କ ଛାଟ ପିଲାଙ୍କୁ ସଠିକ ବାଟ ଦେଖାଏ । ପିଲାଙ୍କୁ ଉଚିତ ଶିକ୍ଷା ଦେଇ ଭବିଷ୍ୟତର ଜୀବନକୁ ସରଳ ଓ ଆଲୋକିତ କରିଥାନ୍ତି ଗୁରୁ । ଶିକ୍ଷାର ଆଲୋକ ବାଣ୍ଟି ନିରକ୍ଷରତାର ଅନ୍ଧାରକୁ ଦୂରେଇବା ହେଉଛି ଜଣେ ସଫଳ କ୍ରୀଡ଼ାବିତ ଗଢ଼ିବାରେ ଭୂମିକା ନିଭାଇବା ସବୁଥିବା ତାଙ୍କର ହାତ ରହିଛି । ସେହି ଗୁରୁମାନଙ୍କୁ ସମ୍ମାନ ଜଣାଇବାକୁ ପ୍ରତିବର୍ଷ ସେପ୍ଟେମ୍ବର 5 ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଏ । 1962 ମସିହାରୁ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ଗୁରୁ ଦିବସ ଭାବରେ ପାଳନ କରାଯାଇ ଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.