ETV Bharat / sports

ଟି୨୦ ବିଶ୍ବକପ ଦକ୍ଷିଣ ଆଫ୍ରିକା ସ୍କ୍ବାଡ୍‌ରୁ ଡୁପ୍ଲେସିସ ବାଦ୍‌ - ଫାଫ୍‌ ଡୁପ୍ଲେସିସ

ICC ପୁରୁଷ ଟି୨୦ ବିଶ୍ବକପ ୨୦୨୧ ପାଇଁ ୧୫ ଜଣିଆ ଦକ୍ଷିଣ ଆଫ୍ରିକା ସ୍କ୍ବାଡ ଘୋଷଣା । ଅଧିକ ପଢନ୍ତୁ...

T20 WC: Faf du Plessis, Morris miss out as South Africa name squad
ଟି୨୦ ବିଶ୍ବକପ ଦକ୍ଷିଣ ଆଫ୍ରିକା ସ୍କ୍ବାଡ୍‌ରୁ ଡୁପ୍ଲେସିସ ବାଦ୍‌
author img

By

Published : Sep 9, 2021, 10:46 PM IST

ଜୋହାନ୍ସବର୍ଗ: ଆଗାମୀ ICC ପୁରୁଷ ଟି୨୦ ବିଶ୍ବକପ ୨୦୨୧ ପାଇଁ ୧୫ ଜଣିଆ ସ୍କ୍ବାଡ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା । ଫଟାଫଟ୍‌ କ୍ରିକେଟର ମେଗା ଟୁର୍ଣ୍ଣାମେଣ୍ଟର ଏହି ସଂସ୍କରଣର UAE ଓ ଓମାନରେ ଖେଳାଯିବ । ତେବେ ଗୁରୁବାର ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପକ୍ଷରୁ ଘୋଷିତ ଟିମ ସମସ୍ତଙ୍କୁ ଚକିତ କରିଛି । ପୂର୍ବତନ କ୍ୟାପଟେନ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସିସ, ଅଭିଜ୍ଞ ସ୍ପିନର ଇମ୍ରାନ ତାହିର ଓ ଷ୍ଟାର ଅଲରାଉଣ୍ଡର କ୍ରିସ ମୋରିସଙ୍କ ଭଲି ବଡ ନାମ ସ୍କ୍ବାଡରେ ସାମିଲ କରାଯାଇନାହିଁ ।

ଘୋଷଣ ହୋଇଥିବା ସ୍କ୍ବାଡ ଶ୍ରୀଲଙ୍କା ବିପକ୍ଷରେ ସେପ୍ଟେମ୍ବର ୧୦ରୁ କଲମ୍ବୋରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ତେବେ ଲୁଙ୍ଗି ନିଙ୍ଗିଡି IPL ଖେଳିବାକୁ ଚେନ୍ନାଇ ସୁପର କିଙ୍ଗ୍ସ ଟିମରେ ସାମିଲ ହେବେ ।

ରିଜର୍ଭ ଖେଳାଳି ଭାବେ ଜର୍ଜ ଲିଣ୍ଡେ, ଆଣ୍ଡିଲେ ଫେହେଲୁକୱାୟୋ ଓ ଲିଜାଡ ୱିଲିୟମସ ରହିଛନ୍ତି ।

ଦକ୍ଷିଣ ଆଫ୍ରିକା ଟି୨୦ ବିଶ୍ବକପ ସ୍କ୍ବାଡ୍‌:

ତେମ୍ବା ବାଭୁମା(କ୍ୟାପଟେନ), କେଶବ ଯାଦବ, କ୍ବିଣ୍ଟନ ଡିକକ୍‌(ୱିକେଟ କିପର), ଜୋର୍ନ ଫର୍ଚୁଇନ, ରିଜା ହେଣ୍ଡ୍ରିକ୍ସ, ହେନରିଚ କ୍ଳାସେନ, ଆଡନ ମାକ୍ରମ, ଡେଭିଡ ମିଲର, ୱିଆନ ମୁଲଦର, ଲୁଙ୍ଗି ନିଙ୍ଗିଡି, ଆନରିଚ ନର୍ଟଜେ, ଡ୍ବାଇନ ପ୍ରିଟୋରିସ, କାଗିସୋ ରବାଡା, ତାବ୍ରେଜ ସାମସି ଓ ରସି ଭାନ ଡର ଡସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.