ETV Bharat / sports

Syed Modi International: ସେମିଫାଇନାଲରେ ପିଭି ସିନ୍ଧୁ

author img

By

Published : Jan 21, 2022, 10:12 PM IST

ଚଳିତ ସୟଦ ମୋଦି ଇଣ୍ଟରନ୍ୟାସନାଲ ୨୦୨୨ ଟୁର୍ନାମେଣ୍ଟର କ୍ବାର୍ଟର-ଫାଇନାଲ ମୁକାବିଲାରେ ଥାଇଲାଣ୍ଡ ପ୍ରତିନ୍ଦ୍ବନ୍ଦ୍ବୀ ସୁପାନିଦାଙ୍କୁ ହରାଇ ସେମିଫାଇନାଲରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ଅଧିକ ପଢନ୍ତୁ

Syed Modi International: PV Sindhu enters semis; HS Prannoy bows out
Syed Modi International: ସେମିଫାଇନାଲରେ ପିଭି ସିନ୍ଧୁ

ଲକ୍ଷ୍ନୌ: ଚଳିତ ସୟଦ ମୋଦି ଇଣ୍ଟରନ୍ୟାସନାଲ ୨୦୨୨ ଟୁର୍ନାମେଣ୍ଟରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ବିଜୟ ଯାତ୍ରା ଜାରି । ଶୁକ୍ରବାର ବାବୁ ବନାରସି ଦାସ ଇନଡୋର୍‌ ଷ୍ଟାଡିୟମରେ ଖେଳାଯାଇଥିବା କ୍ବାର୍ଟର-ଫାଇନାଲ ମ୍ୟାଚ୍‌ରେ ଦମଦାର ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ ।

ଏହାମଧ୍ୟ ପଢନ୍ତୁ: Odisha Open 2022: ଜାନୁଆରୀ ୨୫ରୁ ଓଡିଶା ଓପନ୍‌ ବ୍ୟାଡ୍‌ମିଣ୍ଟନ

କ୍ବାର୍ଟର ମୁକାବିଲାରେ ଥାଇଲାଣ୍ଡ ପ୍ରତିନ୍ଦ୍ବନ୍ଦ୍ବୀ ସୁପାନିଦାଙ୍କୁ ୧୧-୨୧, ୨୧-୧୨, ୨୧-୧୭ ସେଟ୍‌ରେ ହରାଇଛନ୍ତି ସିନ୍ଧୁ । ଏହି ମ୍ୟାଚ୍‌ ୬୫ ମିନିଟ୍‌ ଧରି ଖେଳାଯାଇଥିଲା । ଉଭୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମ ସେଟ୍‌କୁ ଥାଇ ପ୍ରତିନ୍ଦନ୍ଦ୍ବୀ ୧୧-୨୧ରେ ଜିତିନେବାପରେ ଚାପରେ ରହିଥିଲେ ସିନ୍ଧୁ । ମାତ୍ର ଆକ୍ରମଣାତ୍ମକ ରଣନୀତି ସହ ପରବର୍ତ୍ତି ଦୁଇଟି ସେଟ୍‌ରେ ବାଜିମାତ ସହ ସେମିଫାଇନାଲ ଟିକେଟ ହାତେଇଥିଲେ ସିନ୍ଧୁ । ସେମିଫାଇନାଲରେ ସିନ୍ଧୁ ନ୍ୟାସନାଲ ବ୍ୟାଡମିଣ୍ଟନ ମହାଂସଘ ଋଷିଆର ଇଭେନିଆ କୋସେତକୟଙ୍କୁ ଭେଟିବେ ।

ଅନ୍ୟପଟେ ପୁରୁଷ ସିଙ୍ଗଲ୍ସ କ୍ବାର୍ଟର-ଫାଇନାଲରେ ଏଚ୍‌ ଏସ୍‌ ପ୍ରଣୟ ଫ୍ରାନ୍ସର ଅରନାଉଦ ମେରକେଲଙ୍କ ଠାରୁ ପରାସ୍ତ ହେବାସହ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.