ETV Bharat / sports

ସାଜନଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ସନ୍ତରଣ ମହାସଂଘର ସୁପାରିଶ - ଅର୍ଜୁନ ଆୱାର୍ଡ

ଭାରତୀୟ ସନ୍ତରଣ ମହାସଂଘ(SFI) ଦ୍ବିତୀୟ ଥର ପାଇଁ ସାଜନ ପ୍ରକାଶଙ୍କ ନାମ ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ କରିଛି । ଅଧିକ ପଢନ୍ତୁ...

Swimming Federation of India nominates Tokyo-bound Sajan Prakash for Arjuna Award
ସାଜନଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ସନ୍ତରଣ ମହାସଂଘର ସୁପାରିଶ
author img

By

Published : Jul 3, 2021, 10:53 PM IST

ନୂଆଦିଲ୍ଲୀ: ଭାରତୀୟ ସନ୍ତରଣ ମହାସଂଘ(SFI) ଦ୍ବିତୀୟ ଥର ପାଇଁ ସାଜନ ପ୍ରକାଶଙ୍କ ନାମ ଅର୍ଜୁନ ଆୱାର୍ଡ ପାଇଁ ସୁପାରିଶ କରିଛି । ସେହିପରି ଭେଟେରାନ କୋଚ୍‌ କମଲେସ ନାନାବତୀଙ୍କୁ ଧ୍ୟାନଚାନ୍ଦ ଆୱାର୍ଡ ପାଇଁ ସୁପାରିଶ କରିଛନ୍ତି । ପ୍ରାୟ 4 ଦଶନ୍ଧୀରୁ ଅଧିକ ସମୟ ଧରି କମଲେଶଙ୍କର ଭାରତୀୟ ସନ୍ତରଣରେ ଉଲ୍ଲେଖନୀୟ ଅବଦାନ ରହିଛି । ଏନେଇ SFI ସାଧାରଣ ସମ୍ପାଦକ ମୋନାଲ ଚୋକସି କହିଛନ୍ତି।

ଜାତୀୟ କ୍ରୀଡା ପୁରସ୍କାର 2021 ପାଇଁ SFI ପୂର୍ବରୁ ଜୁନ ମାସରେ ନିଜର ମନୋନୀତ ଖେଳାଳିଙ୍କ ନାମ କ୍ରୀଡା ମନ୍ତ୍ରଣାଳୟକୁ ପଠାଇଥିଲା । ସାଜନ ପ୍ରକାଶ ଭାରତୀୟ ସନ୍ତରଣରେ ଇତିହାସ ରଚିବା ସହ ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ ।

200 ମିଟର ବଟରପ୍ଳାଏ ଇଭେଣ୍ଟରେ ଟୋକିଓ ଟିକେଟ ହାସଲ କରିଛନ୍ତି ସାଜନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.