ETV Bharat / sports

ଗୋଲ୍ଡେନ ବଏ ନୀରଜ ଚୋପ୍ରା ଶୀଘ୍ର ସୁସ୍ଥ ହେବାନେଇ ଆଥଲେଟିକ୍ସ ମହାସଂଘ ଅଧ୍ୟକ୍ଷ ଆଶାବାଦୀ - ଲୁସାନେ ଡାଇମଣ୍ଡ ଲିଗ

ଅଗଷ୍ଟ ୨୬ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଲାଉସାନେ ଡାଇମଣ୍ଡ ଲିଗରେ Lausanne Diamond League ଟୁର୍ଣ୍ଣାମେଣ୍ଟରେ ନୀରଜ ଚୋପ୍ରାଙ୍କ Neeraj Chopra ନାମ ରହିଛି । ସେ ଖେଳିବା କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଅଧିକ ପଢନ୍ତୁ

ମେଡିକାଲ ଆଧାରରେ ଫିଟ ହେଲେ ଲୁସାନେ ଡାଇମଣ୍ଡ ଲିଗ ଖେଳିବେ ନିରୋଜ
ମେଡିକାଲ ଆଧାରରେ ଫିଟ୍‌ ହେଲେ ଲୁସାନେ ଡାଇମଣ୍ଡ ଲିଗ ଖେଳିବେ ନୀରଜ
author img

By

Published : Aug 21, 2022, 6:47 PM IST

ହାଇଦ୍ରାବାଦ: ଟୋକିଓ ଅଲମ୍ପିକ (Tokyo Olympic gold medalist) ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା(Neeraj Chopra) ଆହତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡାରୁ(Commonwealth Games) ବାଦ ପଡିଥିଲେ । ତେବେ ଆଗକୁ ରହିଛି ଲୁସାନେ ଡାଇମଣ୍ଡ ଲିଗ (Lausanne Diamond League) । ସେଥିରେ ନୀରଜ ଖେଳିବେକି ନାହିଁ ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ଆହତ କାରଣରୁ ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡାରେ ଖେଳାଯିବାକୁ ଥିବା ଜାଭଲିନ ଥ୍ରୋରୁ ନିଜ ନାମକୁ ଫେରାଇ ନେଇଥିଲେ । ଅଗଷ୍ଟ ୨୬ ତାରିଖରେ ଆରମ୍ଭ ହେବାକୁ ଯାଉଛି ଲୁସାନେ ଡାଇମଣ୍ଡ ଲିଗ । ଆହତ କାରଣରୁ ଡାକ୍ତରଙ୍କ ପରାମର୍ଶକ୍ରମେ ନୀରଜ ବିଶ୍ରାମ ନେଉଛନ୍ତି । ତେବେ ମେଡିକାଲ ଆଧାରରେ (MEDICAL GROUNDS) ନିରୋଜ ଫିଟ୍‌ ହେଲେ ଲାଉସାନେ ଡାଇମଣ୍ଡ ଲିଗରେ ଭାଗ ନେଇ ପାରିବେ । ଏନେଇ ଆଥଲେଟିକ୍ସ ମହାସଂଘର ଅଧ୍ୟକ୍ଷ ଆଦିଲେ ସୁମରିବାଲା(Adille Sumariwalla) ସୂଚନା ଦେଇଛନ୍ତି ।

ଅଗଷ୍ଟ ୨୬ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଲାଉସାନେ ଡାଇମଣ୍ଡ ଲିଗରେ ଟୁର୍ଣ୍ଣାମେଣ୍ଟରେ ନୀରଜଙ୍କ ନାମ ରହିଛି । ସେ ଖେଳିବା କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଆଥଲେଟିକ୍ସ ମହାସଂଘର ଅଧ୍ୟକ୍ଷ ଆଦିଲେ ସୁମରିବାଲା ଏକ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇ କହିଥିଲେ ନୀରଜ ମେଡିକାଲ ରିପୋର୍ଟ ଅନୁଯାୟୀ ଫିଟ୍‌ ହେଲେ ପ୍ରତିଯୋଗିତାରେ ତାଙ୍କର ପ୍ରଦର୍ଶନ ଦେଖିବାକୁ ମିଳିବ ।

ଅଲମ୍ପିଆନ ନୀରଜ ଚୋପ୍ରା ନିକଟରେ ଖେଳାଯାଇଥିବା ବିଶ୍ବ ଚମ୍ପିଆନସିପରେ(World Athletics Championships) ଆହତ ହୋଇଥିଲେ । ବିଶ୍ବ ଆଥଲେଟିକ୍ସ ଚାମ୍ପିୟନ୍ସସିପରେ ନୀରଜ ଭାରତକୁ ରୌପ୍ୟ ପଦକ (Silver medal) ଭେଟି ଦେଇଥିଲେ । ବିଶ୍ବ ଚାମ୍ପିୟନସିପରେ ନୀରଜ ୮୮.୧୩ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.