ETV Bharat / sports

ପ୍ରୋ-କବାଡି ଖେଳିବେ ନୂଆପଡା ପୁଅ ଜିତେନ୍ଦ୍ର - pro kabadi tournament

କବାଡିର ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ପ୍ରୋ-କବାଡି ଖେଳିବାକୁ ଚୟନ ହୋଇଛନ୍ତି ନୂଆପଡା ମାଟିର ପୁଅ ଜିତେନ୍ଦ୍ର ରାଉତ । ଅଧିକ ପଢନ୍ତୁ...

Story of Nuapada's jitendra rout, who selected for junior Vivo pro kabadi tournament
ପ୍ରୋ-କବାଡି ଖେଳିବେ ନୂଆପଡା ପୁଅ ଜିତେନ୍ଦ୍ର
author img

By

Published : Jun 13, 2021, 9:21 PM IST

ନୂଆପଡା: 'କବାଡି' ରାଜ୍ୟର ତଥା ଦେଶର ଏକ ପୁରାତନ ଓ ଲୋକପ୍ରିୟ ଖେଳ । ତେବେ ନୂଆପଡା ଜିଲ୍ଲାରେ କବାଡି ପ୍ରତି ଦୁର୍ବଳତା ଟିକେ ଅଧିକ । ଜିଲ୍ଲାର ପ୍ରାୟ ପ୍ରତିଟି ଗ୍ରାମର ଯୁବକଙ୍କ ରହିଛି କବାଡି ଖେଳିବାକୁ ବିଶେଷ ରୁଚି । ଜିଲ୍ଲାରେ ରତନ ସ୍ପୋର୍ଟ ଏକାଡେମୀ ନାମରେ କବାଡି ପ୍ରଶିକ୍ଷଣ କେନ୍ଦ୍ର ରହିଛି । ତେବେ ଏହି ପ୍ରଶିକ୍ଷଣ କେନ୍ଦ୍ରରୁ କବାଡି ଅଭ୍ୟାସ କରି କ୍ରିକେଟ'ର ଆଇପିଏଲ ଭଳି କବାଡିର ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ ପ୍ରୋ-କବାଡି ଖେଳିବାକୁ ଚୟନ ହୋଇଛନ୍ତି ନୂଆପଡା ମାଟିର ପୁଅ ଜିତେନ୍ଦ୍ର ରାଉତ ।

ପ୍ରୋ-କବାଡି ଖେଳିବେ ନୂଆପଡା ପୁଅ ଜିତେନ୍ଦ୍ର

ଜିଲ୍ଲା ସଦର ମହକୁମା ଠାରୁ 12 କିଲୋମିଟର ଦୂରରେ ଅବସ୍ଥିତ ମାଗୁରପାଣି ଗ୍ରାମରେ ଜିତେନ୍ଦ୍ରଙ୍କ ଘର । ପିତା ଚମନଲାଲ ରାଉତ ଓ ମା' ଲୋଚନୀ ରାଉତ, ଜିତେନ୍ଦ୍ରଙ୍କୁ ସଫଳ କ୍ରୀଡାବିତ୍‌ ଟିଏ ବନାଇବାକୁ ସମସ୍ତ ପ୍ରୟାର ଜାରି ରଖିଛନ୍ତି । ଅଭାବୀ ପରିବାରରେ ଜନ୍ମିତ 19 ବର୍ଷୀୟ ଜିତେନ୍ଦ୍ର, ବହୁ ଦୁଃଖ କଷ୍ଟରେ ଖେଳ ସହିତ ପାଠ ପଢା ମଧ୍ୟ ଜାରି ରଖିଛନ୍ତି ।

ଦାରିଦ୍ର୍ୟତାର ତାଡନାରେ ବହୁ କଷ୍ଟରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାଗୁରପାଣି ଗ୍ରାମରେ ଦଶମ ଶ୍ରେଣୀ ପାସ୍‌ କରି ଯୁକ୍ତ 2 କଳା ମାଣ୍ଡୋସିଲ କଲେଜରେ ଅଧ୍ୟୟନ କରିଛନ୍ତି । ପରେ ଯୁକ୍ତ 3 କଳା ପ୍ରଥମ ବର୍ଷ ଛାତ୍ର ଭାବେ ନ୍ୟାସନାଲ ଡିଗ୍ରୀ କଲେଜରେ ନାମ ଲେଖାଇଛନ୍ତି ଜିତେନ୍ଦ୍ର । ଭଲ ପାଠ ପଢିବା ସହ କବାଡି ଖେଳ ପ୍ରତି ଛୋଟ ବେଳୁ ତାଙ୍କର ଆଗ୍ରହ ରହିଛି । ଗରିବ ଶ୍ରେଣୀର ହୋଇଥିବାରୁ ପାଠ ପଢା ଏବଂ ଖେଳ ରେ ଅନେକ ବାଧା ବିଘ୍ନ ସମ୍ମୁଖୀନ ହେଉଥିବା ସେ କହିଛନ୍ତି ।

ତେବେ ଜିତେନ୍ଦ୍ରଙ୍କ ଅଦମ୍ୟ ଇଛା ଶକ୍ତି ବଳରେ ସବୁକିଛି ପ୍ରତିବନ୍ଧକ ହାର ମାନିଛି । ଚଳିତ ବର୍ଷ ତେଲେଙ୍ଗାନାରେ 22 ମାର୍ଚ୍ଚରୁ 25 ମାର୍ଚ୍ଚ ମଧ୍ୟରେ ଆୟୋଜିତ ହୋଇଥିବା ଆନ୍ତଃରାଜ୍ୟ କବାଡି ଟୁର୍ଣ୍ଣାମେଣ୍ଟରେ 19ବର୍ଷରୁ କମ୍‌ ଓଡିଶା ଦଳରୁ ଖେଳି ଜିତେନ୍ଦ୍ର ସଫଳତା ପାଇଛନ୍ତି । ପରେ 12 ଅପ୍ରେଲରୁ 12 ମଇ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବା INDIA CAMP କବାଡିରେ ଜଲୱା ଦେଖାଇ ଜୁନିୟର ଭିଭୋ ପ୍ରୋ କବାଡି ଲିଗ ପାଇଁ ଚୟନ ହୋଇଛନ୍ତି ।

ମହାମାରୀ କୋଭିଡ ପାଇଁ ଖେଳ ସ୍ଥଗିତ ଥିବାବେଳେ, ଆଗକୁ ଫ୍ରାଞ୍ଚାଇଜ ପାଇଁ 19 ବର୍ଷରୁ କମ୍‌ ଭିଭୋ ପ୍ରୋ କବାଡି ଲିଗ ଖେଳିବେ ଏହି ଯୁବ ପ୍ରତିଭା । ଏନେଇ ଜିତେନ୍ଦ୍ରଙ୍କ ପାଖକୁ ନୂଆପଡା ଜିଲ୍ଲାର କୋଣ ଅନୁକୋଣରୁ ଶୁଭେଚ୍ଛା ସୁଅ ଛୁଟିବାରେ ଲାଗିଛି । ସବୁକିଛି ସଫଳତା ପଛରେ ବାପା ଚମନଲାଲ ରାଉତ, ମାଆ ଲୋଚନୀ ରାଉତ ଏବଂ ଖେଳ ପ୍ରଶିକ୍ଷକ ଗଣେଶ ପ୍ରସାଦ ରାଉତଙ୍କ ସହଯୋଗ ଥିବା ଜିତେନ୍ଦ୍ର କହିଛନ୍ତି ।

ସରକାରଙ୍କ ପକ୍ଷରୁ ଉତ୍ତମ ପ୍ରଶିକ୍ଷଣ ସୁବିଧା ଏବଂ ଆର୍ଥିକ ପ୍ରୋତ୍ସାହନ ପାଇଲେ ଆଗକୁ ଦେଶ ପାଇଁ ଗୌରବ ଆଣିଦେବେ ବୋଲି ଆଶାବାଦୀ ଅଛନ୍ତି । ଜିତେନ୍ଦ୍ରଙ୍କ ଏହି ସଫଳତା ପାଇଁ ନୂଆପଡା ଜିଲ୍ଲା ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀ,ପୂର୍ବତନ କ୍ରୀଡ଼ାବିତ ପପୁ ଠାକୁର ମାଗୁରପାଣି ଗ୍ରାମରେ ପହଞ୍ଚି ସମ୍ମାନିତ କରିଛନ୍ତି ଆଗକୁ ଯଥା ସମ୍ଭବ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ୍‌, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.