ETV Bharat / sports

ଯାଜପୁରରେ ରାଜ୍ୟସ୍ତରୀୟ ଦିବାରାତ୍ରୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଚନ୍ଦାମା ମହାବୀର ବ୍ଳକ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଦିବାରାତ୍ରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ । ପ୍ରଥମ ଦିନରେ ତ୍ରିବେଣୀଆର୍ଥି, ଇଷ୍ଟକୋଷ୍ଟ ରେଲୱେ, ଓଡିଶା ପୋଲିସ ଓ ସୂର୍ଯ୍ୟଶିଖା ଭଦ୍ରକ ମଧ୍ୟରେ ଖେଳାଯାଇଛି ମ୍ୟାଚ୍‌ । ଅଧିକ ପଢନ୍ତୁ

State level daynight volleyball tournament inaugurated at jajpur
ଯାଜପୁରରେ ରାଜ୍ୟସ୍ତରୀୟ ଦିବାରାତ୍ରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ
author img

By

Published : Nov 30, 2021, 6:39 PM IST

Updated : Nov 30, 2021, 7:16 PM IST

ଯାଜପୁର: ସ୍ଥାନୀୟ ଚନ୍ଦାମା ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ ଦିବାରାତ୍ରୀ ଭଲିବଲ ଟୁର୍ଣ୍ଣାମେଣ୍ଟ(daynight volleyball tournament) ଉଦ୍‌ଘାଟିତ ହୋଇଛି । ମଙ୍ଗଳବାର ଚନ୍ଦାମା ମହାବୀର ବ୍ଳକ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ତ୍ରିବେଣୀଆର୍ଥି, ଇଷ୍ଟକୋଷ୍ଟ ରେଲୱେ, ଓଡିଶା ପୋଲିସ ଓ ସୂର୍ଯ୍ୟଶିଖା ଭଦ୍ରକ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଛି ।

ପ୍ରଥମ ମ୍ୟାଚ ଇଷ୍ଟକୋଷ୍ଟ ରେଲୱେ ଓ ତ୍ରିବେଣୀଆର୍ଥ ମଧ୍ୟରେ ଖେଳାଯାଇଛି । ମହାବୀର କ୍ଲବର ସଭାପତି ସୁଶୀଲ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ କୋରେଇ ବିଧାୟକ ଅଶୋକ କୁମାର ବଳ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ।

ଯାଜପୁରରେ ରାଜ୍ୟସ୍ତରୀୟ ଦିବାରାତ୍ରୀ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଏହା ମଧ୍ୟ ପଢନ୍ତୁ: Nanda Sir Threatened: ପଦ୍ମଶ୍ରୀ ନନ୍ଦ ସାର ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଏଥିସହ ସମ୍ମାନିତ ଅତିଥି ଭାବେ ବ୍ୟାସନଗର ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି, ପୂର୍ବତନ ଅଧ୍ୟକ୍ଷା ସବିତା ରାଉତ, ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ବରିଷ୍ଠ କାଉନ୍‌ସିଲର ଉଷାରାଣୀ ସାମଲ ଓ ତପସିନୀ ଆଇଚ ଯୋଗ ଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Nov 30, 2021, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.