ETV Bharat / sports

ପାଭୋ ନୁର୍ମି ଗେମ୍ସ ଖେଳିବେନି ନୀରଜ, ଜାଣନ୍ତୁ କାରଣ - ପାଭୋ ନୁର୍ମି ଗେମ୍ସରୁ ଓହରିଲେ ନୀରଜ ଚୋପ୍ରା

ପାଭୋ ନୁର୍ମି ଗେମ୍ସ 2023ରୁ ଓହରିଛନ୍ତି ବିଶ୍ବର ଏକ ନମ୍ବର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା । କଣ ଏହା ପଛର କାରଣ ଜାଣନ୍ତୁ ।

neeraj chopra pulls out of paavo nurmi games
ପାଭୋ ନୁର୍ମି ଗେମ୍ସ ଖେଳିବେନି ନୀରିଜ
author img

By

Published : Jun 11, 2023, 11:45 AM IST

ନୂଆଦିଲ୍ଲୀ: ଷ୍ଟାର ତଥା ବିଶ୍ବର ଏକ ନମ୍ବର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ପାଭୋ ନୁର୍ମି ଗେମ୍ସ 2023ରୁ ଓହରି ଯାଇଛନ୍ତି । ଆହତ ସମସ୍ୟା ପାଇଁ ପାଭୋ ନୁର୍ମି ଗେମ୍ସ ଦ୍ବିତୀୟ ଇଭେଣ୍ଟ ଖେଳିବେ ନାହିଁ ଭାରତୀୟ ଷ୍ଟାର ଆଥଲେଟିକ ନୀରଜ ।

ଆହତ ସମସ୍ୟା ପାଇଁ ବିଶ୍ବସ୍ତରୀୟ ଇଭେଣ୍ଟରୁ ଓହରି ଯାଇଛନ୍ତି ନୀରଜ । ମସଲ ଷ୍ଟ୍ରେନ ଆହତ କାରଣରୁ ସେ ଫିନଲାଣ୍ଡର ତୁର୍କୁ ଠାରେ ଜୁନ 13ରୁ ଆରମ୍ଭ ହେବାକୁ ଥିବା ପାଭୋ ନୁର୍ମି ଗେମ୍ସ ଖେଳିବେ ନାହିଁ । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ନୀରଜ ଏହି କଣ୍ଟିନେଣ୍ଟାଲ ଟୁର ଗୋଲ୍ଟ ଲିଭେଲ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିବା ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି । 1957ରୁ ପ୍ରତିବର୍ଷ ତୁର୍କୁ ଠାରେ ପାଭୋ ନୁର୍ମି ଗେମ୍ସ ଆୟୋଜିତ ହୋଇ ଆସୁଛି । ଏହି ପାଭୋ ନୁର୍ମି ଗେମ୍ସ ଏକ କଣ୍ଟିନେଣ୍ଟାଲ ଟୁର ଗୋଲ୍ଡ ଇଭେଣ୍ଟ । ଗତବର୍ଷ ଏହି ଇଭେଣ୍ଟରେ ନୀରଜ ଚୋପ୍ରା ରୌପ୍ୟ ସଫଳତା ହାସଲ କରିଥିଲେ । 89.30ମିଟର ଜାଭେଲିନ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିଥିଲେ । ଏହା ପୂର୍ବରୁ 2022 ଶେଷ ଆଡକୁ ଆହତ ସମସ୍ୟା ପାଇଁ କିଛି ଟୁର୍ଣ୍ଣାମେଣ୍ଟ ଖେଳିନଥିଲେ ନୀରଜ ।

ଗତ ମେ 29ରେ ମସଲ ଷ୍ଟ୍ରେନର ଶିକାର ହୋଇଥିଲେ ନୀରଜ । ଏଫବିକେ ଗେମ୍ସରୁ ଓହରି ଯାଇଥିଲେ । 25 ବର୍ଷୀୟ ନୀରଜ 88.67 ମିଟର ଜାଭେଲିନ ଫିଙ୍ଗି ଦୋହା ଡାଇମଣ୍ଡ ଲିଗରେ ବିଜୟୀ ହୋଇଥିଲେ । ଆହତ ସମସ୍ୟା ନେଇ ବିରତି ନେଇଥିବା ନୀରଜ କେବେ ପୁଣି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ସେ ନେଇ କୌଣସି ସୂଚନା ମିଳିନାହିଁ । ହେଙ୍ଗେରୀ ବୁଦାପେଷ୍ଟରେ ଅଗଷ୍ଟ 19ରୁ 27 ତାରିଖ ଯାଏ ବିଶ୍ବ ଚମ୍ପିଆନସିପ ଆରମ୍ଭ ହେବ । ଏହା ପୂର୍ବରୁ ନୀରଜ ସୁସ୍ଥ ହୋଇଯାଇଥିବା ଆଶା କରାଯାଉଛି ।

ଏହା ବି ପଢନ୍ତ...World Atheletic Javelin Rank: ବିଶ୍ବର ଏକ ନମ୍ବର ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା

ଏହା ବି ପଢନ୍ତୁ...WFI Controversy: ନାବାଳିକାଙ୍କ ବାପାଙ୍କ ୟୁଟର୍ଣ୍ଣ, ପ୍ରବଳ ଚାପ ଥିବା କହିଲେ ବଜରଙ୍ଗ

ଷ୍ଟାର ଜାଭେଲିନ ଫିଙ୍ଗାଳି ତଥା ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ବର୍ତ୍ତମାନ ବିଶ୍ବର ଏନ ନମ୍ବର ଜାଭେଲିନ ଫିଙ୍ଗାଳୀ । ବିଶ୍ବ ଜାଭେଲିନ ଥ୍ରୋ' ମାନ୍ୟତାରେ ଏକ ନମ୍ବରରେ ରହିଛନ୍ତି ନୀରଜ । କ୍ୟାରିୟରରେ ପ୍ରଥମ ଥର ପାଇଁ ବିଶ୍ବ ମାନ୍ୟତାରେ ଏକ ନମ୍ବର ଜାଭେଲିନ ଫିଙ୍ଗାଳି ହୋଇଛନ୍ତି । 1455 ପଏଣ୍ଟ ସହ ବିଶ୍ବ ଚମ୍ପିଆନ ଜର୍ମାନୀର ଆଣ୍ଡରସନ ପିଟର୍ସଙ୍କୁ ଟପି ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.