ETV Bharat / sports

ଧାୱନଙ୍କ ପାଇଁ ଶ୍ରୀଲଙ୍କା ଗସ୍ତ ଗୁରୁତ୍ବପୂର୍ଣ୍ଣ: ଭିଭିଏସ ଲକ୍ଷ୍ମଣ - ଭିଭିଏସ ଲକ୍ଷ୍ମଣଙ୍କ ମନ୍ତବ୍ୟ

ଶ୍ରୀଲଙ୍କା ଗସ୍ତ ଶିଖର ଧାୱନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । ଏହା କହିଛନ୍ତି ପୂର୍ବତନ ଭାରତୀୟ ଟେଷ୍ଟ ବ୍ୟାଟସମ୍ୟାନ ଭିଭିଏସ ଲକ୍ଷ୍ମଣ । ତାଙ୍କ ମତରେ ସୀମିତ ଓଭର କ୍ରିକେଟ ପାଇଁ ବିଶେଷ କରି ଆଗକୁ ଆସୁଥିବା ବିଶ୍ବକପ ଟି-20 ପାଇଁ ଶ୍ରୀଲଙ୍କା ବିପକ୍ଷରେ ସିରିଜ ଶିଖର ଧାୱନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ । ଅଧିକ ପଢ଼ନ୍ତୁ...

ଧାୱନଙ୍କ ପାଇଁ ଶ୍ରୀଲଙ୍କା ଗସ୍ତ ଗୁରୁତ୍ବପୂର୍ଣ୍ଣ: ଭିଭିଏସ ଲକ୍ଷ୍ମଣ

author img

By

Published : Jul 4, 2021, 10:46 PM IST

ମୁମ୍ବାଇ: ଶ୍ରୀଲଙ୍କା ଗସ୍ତ ଶିଖର ଧାୱନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । ଏହା କହିଛନ୍ତି ପୂର୍ବତନ ଭାରତୀୟ ଟେଷ୍ଟ ବ୍ୟାଟସମ୍ୟାନ ଭିଭିଏସ ଲକ୍ଷ୍ମଣ । ତାଙ୍କ ମତରେ ସୀମିତ ଓଭର କ୍ରିକେଟ ପାଇଁ ବିଶେଷ କରି ଆଗକୁ ଆସୁଥିବା ବିଶ୍ବକପ ଟି-20 ପାଇଁ ଶ୍ରୀଲଙ୍କା ବିପକ୍ଷରେ ସିରିଜ ଶିଖର ଧାୱନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହେବ ।

ଏକ ସାକ୍ଷାତକାରରେ ଲକ୍ଷ୍ମଣ କହିଛନ୍ତି ଯେ,"ମୋତେ ଲାଗୁଛି ସୀମିତ ଓଭର କ୍ରିକେଟରେ ଧାୱନ ଭଲ ପ୍ରଦର୍ଶନ କଲେ ମୁଖ୍ୟ ଜାତୀୟ ଦଳକୁ ଫେରି ପାରିବେ । ସେ ଦଳରେ ସବୁଠାରୁ ଅଭିଜ୍ଞ ଖେଳାଳି । ଶ୍ରୀଲଙ୍କା ଗସ୍ତରେ ଧାୱନ ସମସ୍ତ ଫାଇଦା ଉଠାଇବା

ଆବଶ୍ୟକ । ଏହି ଗସ୍ତରେ ସେ ଟି-20 ବିଶ୍ବକପ ଦଳରେ ସ୍ଥାନ ପକ୍କା କରି ପାରିବେ ।"

ଲକ୍ଷ୍ମଣ କହିଛନ୍ତି ଯେ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳରେ ରୋହିତ ଶର୍ମା ଓ ଶୁଭମନ ଗିଲ ଓପନର ଭାବରେ ସାମିଲ ରହିଛନ୍ତି । ବିରାଟ କୋହଲି ମଧ୍ୟ ଟି-20 ମ୍ୟାଚରେ ଓପନିଂ କରିବାକୁ ଇଚ୍ଛା ଜାହିର କରି ସାରିଛନ୍ତି । ଏଭଳି ସ୍ଥିତିରେ ଶିଖର ଧାୱନଙ୍କୁ ଅଧିକରୁ ଅଧିକ ରନ୍ କରିବା ଆବଶ୍ୟକ । ଯାହା ଦ୍ବାରା ସେ ମୁଖ୍ୟ ଜାତୀୟ ଦଳରେ ସାମିଲ ହୋଇ ପାରିବେ ।

ଭାରତୀୟ ଦଳର ଅଧିନାୟକ ଦାୟିତ୍ବରରେ ରହିବା ଗର୍ବର ବିଷୟ । ଦେଶର ନେତୃତ୍ବ ନେବା ଛୋଟ କଥା ନୁହେଁ । କିନ୍ତୁ ଜଣେ ବ୍ୟାଟସମ୍ୟାନକୁ ସବୁବେଳେ ସ୍କୋର କରିବା ଉପରେ ଅଧିକ ଧ୍ୟାନ ଦେବା ଜରୁରୀ । ଯାହା ଦ୍ବାରା ତାର ଦଳରେ ସ୍ଥାନ ସୁରକ୍ଷିତ ରହି ପାରିବ ।

ବର୍ତ୍ତମାନ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ରହିଛି । ଏହି ଦଳରେ ଅଧିନାୟକ ଦାୟିତ୍ବରେ ରହିଛନ୍ତି ଶିଖର ଧାୱନ । ଏହି ଦଳରେ ଅଧିକାଂଶ ଯୁବ ଖେଳାଳି ସାମିଲ ରହିଛନ୍ତି । ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ରହିଛି ବିସିସିଆଇ । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଜୁଲାଇ 13 ତାରିଖରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.