ETV Bharat / sports

ଆଥଲେଟଙ୍କୁ କୋଭିଡ ଟିକା, ନିଷ୍ପତ୍ତିକୁ କ୍ରୀଡା ମନ୍ତ୍ରଣାଳୟର ଅପେକ୍ଷା

author img

By

Published : Mar 6, 2021, 8:41 PM IST

ଆଥଲେଟଙ୍କୁ ଖୁବଶୀଘ୍ର ମିଳିବ କୋରୋନା ସଞ୍ଜିବନୀ । ସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତିକୁ କ୍ରୀଡା ମନ୍ତ୍ରଣାଳୟ ଅପେକ୍ଷା କରିଥିବା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ । ଅଧିକ ପଢନ୍ତୁ...

Sports ministry awaits decision on Covid vax for athletes
ଆଥଲେଟଙ୍କୁ କୋଭିଡ ଟିକା, ନିଷ୍ପତ୍ତିକୁ କ୍ରୀଡା ମନ୍ତ୍ରଣାଳୟର ଅପେକ୍ଷା

ନୂଆଦିଲ୍ଲୀ: ଅଲମ୍ପିକ ଅଂଶଗ୍ରହଣକାରୀ ଆଥଲେଟଙ୍କୁ ଖୁବଶୀଘ୍ର ମିଳିବ କୋରୋନା ସଞ୍ଜିବନୀ । ସ୍ବାସ୍ଥ୍ୟ ବିଭାଗ ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନେବ । ଶନିବାର ଏହା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ । କ୍ରୀଡା ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତିକୁ ଅପେକ୍ଷା କରିଛି ବୋଲି କହିଛନ୍ତି ରିଜିଜୁ ।

ସରକାର ଅଗ୍ରାଧିକାର ଭିତ୍ତିର ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମେ ଟୀକାକରଣ କରୁଛନ୍ତି । ମାତ୍ର ଅଲମ୍ପିକ ଅଶଂଗ୍ରହଣକାରୀ ଆଥଲେଟଙ୍କ ପାଇଁ ମଧ୍ୟ ଏହି ସୁରକ୍ଷା କବଚ ପ୍ରଦାନ ପାଇଁ ଯୋଜନା ହେଉଛି । ଅଦୃଶ୍ୟ ମହାମାରୀ ପାଇଁ କୌଣସି ଖେଳାଳିଙ୍କ ଅଲମ୍ପିକ ପ୍ରସ୍ତୁତି ପ୍ରଭାବିତ ନହେଉ ବୋଲି ସରକାରଙ୍କ ଲକ୍ଷ୍ୟ ରହିଛି । ଜବାହାର ଲାଲ୍‌ ନେହେରୁ ଷ୍ଟାଡିୟମରେ ନ୍ୟାସନାଲ ମାରାଥନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ରିଜିଜୁ ।

ତେବେ ଅଲମ୍ପିକ ପ୍ରାଥମିକତା ଥିବାରୁ ଆଥଲେଟ ନ୍ୟାସନାଲ କ୍ୟାମ୍ପରେ ପ୍ରସ୍ତୁତି ଚଳାଇଛନ୍ତି । ତେବେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଗାଇଡଲାଇନ ପାଳନ କରାଯାଉଛି ।

ପୂର୍ବରୁ ଭାରତୀୟ ଅଲମ୍ପିକ ଆସୋସିଏସନ ସାଧାରମ ସମ୍ପାଦକ ରାଜୀବ ମେହେଟ୍ଟା ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଆଥଲେଟସଙ୍କୁ କୋଭିଡ-19 ଭ୍ୟାକସିନ ପାଇଁ ଦାବି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.