ETV Bharat / sports

ଶ୍ରୀନିବାସ ଗୌଡାଙ୍କୁ ଆସିଲା ଦିଲ୍ଲୀରୁ ଡାକରା - srinivas gowda

କେନ୍ଦ୍ର କ୍ରୀଡାମନ୍ତ୍ରୀ ରିଜିଜୁ ଟ୍ବିଟ କରି କହିଛନ୍ତି, "ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ତାଙ୍କ ସହ ଯୋଗାଯୋଗ କରିସାରିଛନ୍ତି । ତାଙ୍କ ଟ୍ରେନ ଟିକେଟ କଟା ହୋଇସାରିଛି । ଜାଣନ୍ତି ସେ କିଏ ?

sports-minister-kiran-rijiju-called-srinivas-gowda-a-kambala-jockey
ଶ୍ରୀନିବାସ ଗୌଡାଙ୍କୁ ଦିଲ୍ଲୀ ଡକାଇ ପଠାଇଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ
author img

By

Published : Feb 15, 2020, 11:33 PM IST

Updated : Feb 16, 2020, 12:08 AM IST

ନୂଆଦିଲ୍ଲୀ: 100 ମିଟର ଦୌଡରେ ବିଶ୍ବ ରେକର୍ଡ ରହିଥିଲା 9.58 ସେକେଣ୍ଡ । ଯାହା ବିଶ୍ବର ଦ୍ରୁତତମ ଧାବକ ତଥା ଜାମାଇକାର ଧାବକ ଉସେନ ବୋଲ୍ଟଙ୍କ ନାମରେ ଥିଲା । ମାତ୍ର ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ଜଣେ ଭାରତୀୟ ଆଥଲେଟ୍ । ଆଉ ଏହି ରେକର୍ଡ ବ୍ରେକରଙ୍କୁ ଏବେ ଅଲମ୍ପିକ୍‌ ପଠାଇବାକୁ ଯୋଜନା କରୁଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ । ଏଥିପାଇଁ ତାଙ୍କୁ ଦିଲ୍ଲୀ ଡକାଯାଇଛି ।

ନାଁ ତାଙ୍କର ଶ୍ରୀନିବାସ ଗୌଡା । ଏହି ଧାବକ ଜଣଙ୍କ କୌଣସି ପ୍ରଫେସେନାଲ ଅଥଲେଟ୍ ନୁହଁନ୍ତି । ମାତ୍ର ସେ କରିଥିବା କାରନାମ ପାଇଁ ରାତାରାତି ଏବେ ସେ ସୋସିଆଲ ମିଡିଆରେ ଚର୍ଚ୍ଚିଚ । କର୍ଣ୍ଣାଟକ ଖେଳାଯାଏ ପାରମ୍ପରିକ ପ୍ରତିଯୋଗିତା ଇକାଲା କମ୍ବଲୋଥସଭ । ଯେଉଁଥିରେ ନିଜ ମଇଁଷି ସହ କାଦୁଅରେ ଦୌଡିବାକୁ ପଡିଥାଏ । ଆଉ ଏହି ପ୍ରତିଯୋଗିତାରେ ସେ ଏମିତି ଦୌଡି ବିଶ୍ବରେକର୍ଡ ସୃଷ୍ଟି କରିଛନ୍ତି । ସେ 142.5 ମିଟର ଦୂରତାକୁ ମାତ୍ର 13.62 ସେକେଣ୍ଡରେ ସମାପ୍ତ କରିଛନ୍ତି । ଯେତେବେଳେ କି ଉସେନ ବୋଲ୍ଟଙ୍କ 100 ମିଟର ଟାଇମିଂ ରହିଥିଲା 9.58 ସେକେଣ୍ଡ । ତେବେ ଆକଳନ ମୁତାବକ ଗୌଡାଙ୍କ 100 ମିଟର ଦୂରତା ଅତିକ୍ରମ ପାଇଁ 9.55 ସେକେଣ୍ଡ ଲାଗିବ ।

ତେବେ କେନ୍ଦ୍ର କ୍ରୀଡାମନ୍ତ୍ରୀ ରିଜିଜୁ ଟ୍ବିଟ କରି କହିଛନ୍ତି, "ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ତାଙ୍କ ସହ ଯୋଗାଯୋଗ କରିସାରିଛନ୍ତି । ତାଙ୍କ ଟ୍ରେନ ଟିକେଟ କଟା ହୋଇସାରିଛି । ସେ ଆସନ୍ତା ସୋମବାର ସାଇ ରେ ଯୋଗଦେବେ । ସେ ସାଇର କୋଚ୍‌ଙ୍କ ନେତୃତ୍ବାଧିନରେ ପ୍ରଶିଷଣ ନେବେ ।"

Last Updated : Feb 16, 2020, 12:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.