ETV Bharat / sports

FIFA Womens World Cup Champion: ଇତିହାସ ରଚିଲା ସ୍ପେନ୍‌, ଇଂଲଣ୍ଡକୁ ହରାଇ ହାତେଇଲା ପ୍ରଥମ ଟାଇଟଲ

author img

By

Published : Aug 20, 2023, 7:58 PM IST

ଫିଫା ମହିଳା ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ରେ ଇଂଲଣ୍ଡକୁ ହରାଇ ଇତିହାସ ରଚିଲା ସ୍ପେନ୍‌ । ପ୍ରଥମ ଟାଇଟଲ ହାତେଇବା ପାଇଁ ଫାଇନାଲ୍‌ରେ ଇଂଲଣ୍ଡକୁ ୧-୦ରେ ମାତ୍‌ ଦେଇଛି ଦଳ । ଅଧିକ ପଢ଼ନ୍ତୁ

FIFA Womens World Cup Final
FIFA Womens World Cup Final

ସିଡ୍‌ନୀ: ଫିଫା ମହିଳା ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ରେ ଇତିହାସ ରଚିଲା ସ୍ପେନ୍‌ ମହିଳା ଫୁଟବଲ ଦଳ । ଫାଇନାଲ୍‌ ମ୍ୟାଚ୍‌ରେ ଇଂଲଣ୍ଡକୁ ୧-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ଫିଫା ବିଶ୍ବକପ୍‌ ଟାଇଟଲ ହାତେଇଛି ସ୍ପେନ୍ ମହିଳା ଟିମ୍‌ । ଏହି ବିଜୟ ପରେ ପୂରା ଟିମ୍‌ରେ ସେଲିବ୍ରେସନ୍‌ର ମାହୋଲ । ପୂରା ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ଗୋଲ ସ୍କୋର କରିପାରିନଥିବା ଅଧିନାୟିକା କାରମୋନା ଉଭୟ ସେମି ଓ ଫାଇନାଲ୍‌ରେ ନିର୍ଣ୍ଣାୟକ ଗୋଲ ଦେଇ ଦଳକୁ ଐତିହାସିକ ବିଜୟ ଦେଇଛନ୍ତି ।

ଅଷ୍ଟ୍ରେଲିଆ ସିଡ୍‌ନୀରେ ଖେଳାଯାଇଥିବା ଏହି ଫାଇନାଲ ମ୍ୟାଚ୍‌ ଆରମ୍ଭରୁ ଇଂଲଣ୍ଡର ଖେଳାଳିମାନେ ନିଜର ଦବଦବା ଜାରି ରଖିଥିଲେ । କିନ୍ତୁ ୨୯ତମ ମିନିଟରେ ଫିଲ୍ଡରେ ବଲ୍‌ର ପୋଜିସନ ମିସ୍‌ କରିଥିଲା ଇଂଲଣ୍ଡ । ସେପଟେ ଏହି ସୁଯୋଗକୁ ହାତଛଡ଼ା କରିନଥିଲା ସ୍ପେନ୍‌ । ସ୍ପେନର ଅଧିନାୟିକା କାରମୋନା ଏହାର ତୁରନ୍ତ ଫାଇଦା ଉଠାଇଥିଲେ । ସେ ବେଶ ଚମତ୍କାର ଢଙ୍ଗରେ ତାଙ୍କୁ ମିଳିଥିବା ପାସ୍‌କୁ ଗୋଲରେ ପରିଣତ କରି ଫାଇନାଲରେ ଦଳକୁ ୧-୦ର ଲିଡ୍‌ ଦେଇଥିଲେ । ଯେଉଁ ଗୋଲ ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ଏକମାତ୍ର ଓ ଦଳର ବିଜୟ ପାଇଁ ନିର୍ଣ୍ଣାୟକ ଥିଲା । ଏହାପରେ ଦ୍ବିତୀୟ ହାଫ୍‌ରେ ସ୍ପେନ୍‌କୁ ଆଉ ଏକ ଗୋଲ କରି ୨-୦ ଲିଡ୍‌ ନେବାକୁ ସୁଯୋଗ ମିଳିଥିଲା । ଇଂଲଣ୍ଡର କେଇରା ୱାଲଶ ହ୍ୟାଣ୍ଡବଲ ହେବାରୁ ସ୍ପେନକୁ ପେନାଲ୍ଟି ମିଳିଥିଲା । କିନ୍ତୁ ଦଳର ଜେନିଫର ହେରମୋସୋ ମାରିଥିବା ସଟ୍‌କୁ ବିପକ୍ଷ ଦଳର ଗୋଲକିପର୍‌ ଇୟରପାସ୍‌ ବେଶ ଚମତ୍କାର ଢଙ୍ଗରେ ଅଟକାଇ ଦେବାରେ ସକ୍ଷମ ହୋଇଥିଲେ । ଏହାପରେ ଇଂଲଣ୍ଡ କମବ୍ୟାକ୍‌ କରିବାକୁ ଅନେକ ଚେଷ୍ଟା କରିଥିଲା । ଲଢ଼େଇ ସଙ୍ଘର୍ଷପୂର୍ଣ୍ଣ ଥିଲା । ସ୍ପେନ୍‌ର ଡିଫେନ୍ସ ଇଂଲଣ୍ଡର ସବୁ ଚେଷ୍ଟା ପଣ୍ଡ କରିଦେବାରେ ସଫଳ ହୋଇଥିଲା । ଶେଷରେ ସ୍ପେନ୍‌ ୧-୦ରେ ମ୍ୟାଚ୍‌ ସହ ଟାଇଟଲ କବଜା କରିଛି ।

ଏହା ମଧ୍ୟ ପଢ଼ନ୍ତୁ...Asian champions trophy 2023 Final: ମାଲେସିଆକୁ ୪-୩ରେ ହରାଇ ଭାରତ ଚମ୍ପିଆନ୍‌

ତେବେ ସ୍ପେନ୍‌ ଅଧିନାୟିକା କାରମୋନା ଚଳିତ ବିଶ୍ବକପ୍‌ ସେମିଫାଇନାଲ ଯାଏଁ ଦଳ ପାଇଁ କୌଣସି ଗୋଲ କରିପାରିନଥିଲେ । ଯେଉଁଥିପାଇଁ ତାଙ୍କୁ ବେଶ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । କିନ୍ତୁ ସେମିଫାଇନାଲ ଓ ଫାଇନାଲରେ ସେ ନିର୍ଣ୍ଣାୟକ ଗୋଲ ଦେଇ ଦଳକୁ ଚମ୍ପିଆନ୍‌ କରାଇଛନ୍ତି । ଅନ୍ୟପଟେ ଇଂଲଣ୍ଡ ମହିଳା ଟିମ୍‌ ମଧ୍ୟ ପ୍ରଥମଥର ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କରିଥିଲା । ୟୁରୋପୀୟ ଚମ୍ପିଆନ୍‌ ଭଳି ଏଥିରେ ମଧ୍ୟ ଦଳ ଟ୍ରଫି ହାତେଇବ ବୋଲି ଆଶା ରଖିଥିଲା । ଏପରିକି ସ୍ପେନ୍‌ ଓ ଇଂଲଣ୍ଡ ମଧ୍ୟରେ ପୂର୍ବରୁ ଥିବା ହେଡ୍‌ ଟୁ ହେଡ୍‌ ରେକର୍ଡ ଦେଖିଲେ ଇଂଲଣ୍ଡର ପଲ୍ଲା ଭାରି ଥିଲା । କିନ୍ତୁ ବିଶ୍ବକପ୍‌ ଜିତିବା ସ୍ବପ୍ନ ଏବେ ଅଧାରେ ରହିଗଲା । ତେବେ ମହିଳା ଫିଫା ବିଶ୍ୱକପ୍‌ ଟାଇଟଲ ଉପରେ ନଜର ପକାଇଲେ ଏପର୍ଯ୍ୟନ୍ତ ଆମେରିକା ମହିଳା ଫୁଟବଲ ଦଳ ସର୍ବାଧିକ ୪ଟି ଟାଇଟଲ ଜିତିଥିବାବେଳେ ଜର୍ମାନୀ ୨ ଥର, ନରୱେ ଏବଂ ଜାପାନ ଥରେ ଲେଖାଏଁ ବିଶ୍ୱକପ୍‌ ଟାଇଟଲ ଜିତିଛନ୍ତି । ଏହି ତାଲିକାରେ ସ୍ପେନ୍‌ ନିଜର ନାଁ ସାମିଲ କରିଥିବା ବେଳେ ଇଂଲଣ୍ଡ କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ବି ଟାଇଟଲ ଜିତି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.