ETV Bharat / sports

ଚେସ ଅଲମ୍ପିଆଡ ପ୍ରମୋସନ ଭିଡିଓରେ ନଜର ଆସିଲେ ଏ.ଆର ରେହମନ

author img

By

Published : Jul 25, 2022, 10:03 PM IST

ଆଗାମୀ ଜୁଲାଇ 28 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ଚେସ ଅଲମ୍ପିଆଡ । ଏହା ପାଇଁ ଏକ ପ୍ରମୋସନ ଭିଡିଓ ଜାରି ହୋଇଛି । ସେଥିରେ ଓସ୍କାର ବିଜେତା ଏ.ଆର ରେହମନ ନଜର ଆସିଛନ୍ତି । ଅଧିକ ପଢନ୍ତୁ

ଚେସ ଅଲମ୍ପିଆଡ ପ୍ରମୋସନ ଭିଡିଓରେ ନଜର ଆସିଲେ ଏ.ଆର ରେହମନ
ଚେସ ଅଲମ୍ପିଆଡ ପ୍ରମୋସନ ଭିଡିଓରେ ନଜର ଆସିଲେ ଏ.ଆର ରେହମନ

ହାଇଦ୍ରାବାଦ: ଚଳଚଞ୍ଚଳ ହୋଇ ଉଠିଛି ଚେନ୍ନାଇ । କାରଣ ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ଚେସ ଅଲମ୍ପିଆଡ 2022 । ଆସନ୍ତା ଜୁଲାଇ 28 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅନ୍ତର୍ଜାତୀୟ ଚେସ ଅଲମ୍ପିଆଡ । ଏହାର ଏକ ପ୍ରମୋସନ ଭିଡିଓ ଜାରି ହୋଇଛି । ପ୍ରମୋସନ ଭିଡିଓରେ ପ୍ରଖ୍ୟାତ ଗାୟକ ଏ.ଆର ରେହମନ ନଜର ଆସିଛନ୍ତି । ଓସ୍କାର ବିଜେତା ଏ.ଆର ରେହମନ ଏହି ଭିଡିଓରେ ଧଳା ରଙ୍ଗର ଧୋତି ପିନ୍ଧିଥିବା ନଜର ଆସିଛନ୍ତି । ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ଏ.ଆର ରେହମନଙ୍କ ସହିତ ଭିଡିଓରେ ନଜର ଆସିଛନ୍ତି ।

ଏହି 44 ତମ ଅନ୍ତର୍ଜାତୀୟ ଚେସ ଅଲମ୍ପିଆଡ କାର୍ଯ୍ୟକ୍ରମ ପୂର୍ବରୁ ରୁଷରେ ଅନୁଷ୍ଠିତ ହେବାର ଯୋଜନା ରହିଥିଲା । ହେଲେ ୟୁକ୍ରେନ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଏହା ଭାରତକୁ ସ୍ଥାନାନ୍ତରିତ କରାଯାଇଛି । 2013 ମସିହାପରେ ପରେ ତାମିଲନାଡୁ ସରକାର ଚେନ୍ନାଇରେ ଅନ୍ତର୍ଜାତୀୟ ଚେସ ଅଲମ୍ପିଆଡ 2022 ଆୟୋଜନ କରୁଛନ୍ତି । କରୋନା ମହାମାରୀ କାରଣରୁ 2020 ଏବଂ 2021 ମସିହାରେ ଚେସ ଅଲମ୍ପିଆଡ ଅନଲାଇନରେ ଅୟୋଜନ କରାଯାଇଥିଲା । ସେଥିରେ ଖେଳାଳୀଙ୍କର ଅନଲାଇନ ରେଟିଂ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.