ETV Bharat / sports

Singapore Open: କାୱାକାମୀଙ୍କୁ ହରାଇ ଫାଇନାଲରେ ସିନ୍ଧୁ - ପିଭି ସିନ୍ଧୁ

ସିଙ୍ଗାପୁର ଓପନ ଫାଇନାଲରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ସେମିଫାଇନାଲ ମ୍ୟାଚରେ ଜାପାନର କାୱାକାମୀଙ୍କୁ ୨୧-୧୫, ୨୧-୭ ପଏଣ୍ଟରେ ପରାସ୍ତ କରି ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ । ଅଧିକ ପଢନ୍ତୁ

SINGAPORE OPEN 2022 : ଫାଇନାଲରେ ସିନ୍ଧୁଙ୍କ ପ୍ରବେଶ

author img

By

Published : Jul 16, 2022, 3:48 PM IST

ହାଇଦ୍ରାବାଦ: ଚଳିତ ସିଙ୍ଗାପୁର ଓପନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ବିଜୟୀ ପ୍ରଦର୍ଶନ ଜାରି । ସିଙ୍ଗାପୁର ଓପନ ୨୦୨୨ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ । ଆଜି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଜାପାନର ସାଇନା କାୱାକାମୀଙ୍କୁ ୨୧-୧୫, ୨୧-୭ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକା କରିଛନ୍ତି ଅଲମ୍ପିକ ପଦକ ବିଜେତା ସିନ୍ଧୁ ।

ଦୁଇ ଥରର ଅଲିମ୍ପିକ ବିଜେତା ପିଭି ସିନ୍ଧୁ ଆଜି ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଜାପାନର ପ୍ରତିଦ୍ବନ୍ଦ୍ବୀ ସାଇନା କାୱାକାମୀଙ୍କୁ ୨୧-୧୫, ୨୧-୭ ପଏଣ୍ଟରେ ପରାସ୍ତ କରିଛନ୍ତି । ସେମିଫାଇନାଲରେ ସିନ୍ଧୁ ଏବଂ କାୱାକାମୀଙ୍କ ମଧ୍ୟରେ ସେମିଫାଇନାଲ ମୁକାବିଲା ପ୍ରାୟ ୩୨ ମିନିଟ ଧରି ଖେଳାଯାଇଥିଲା । ସାଇନା କାୱାକାମୀଙ୍କ ସହିତ ସିନ୍ଧୁଙ୍କର ମୁକାବିଲା ଆଗରୁ ଥରେ ହୋଇଥିଲା । ସିନ୍ଧୁ ସିଙ୍ଗାପୁର ଓପନ ଟୁର୍ଣ୍ଣାମେଣ୍ଟ ସେମି ଫାଇନାଲ ମ୍ୟାଚ ପରେ ସାଇନା କାୱାକାମୀଙ୍କଠୁ ୨-୦ରେ ଆଗୁଆ ରହିଛନ୍ତି ।

ପୂର୍ବରୁ ୨୦୧୮ରେ ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିଙ୍ଗାପୁର ଓପନ ଟୁର୍ଣ୍ଣାମେଣ୍ଟ ଏବଂ ପିଭି ସିନ୍ଧୁଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ସେହି ମ୍ୟାଚରେ ମଧ୍ୟ କାୱାକାମୀଙ୍କୁ ପରାସ୍ତ କରିଥିଲେ ସିନ୍ଧୁ । ପିଭି ସିନ୍ଧୁ ଏବେ ଦମଦାର ଫର୍ମରେ ରହିଛନ୍ତି । ୨୦୨୨ ମସିହାରେ ହୋଇଥିବା ସ୍ବିସ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣମେଣ୍ଟରେ ସିନ୍ଧୁ ଫାଇନାଲରେ ପ୍ରବେଶ କରିଥିଲେ । ଏହାପରେ ସିଙ୍ଗାପୁର ଓପନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସିଙ୍ଗାପୁର ଓପନ ଟୁର୍ଣ୍ଣାମେଣ୍ଟ ୨୦୨୨ ଫାଇନାଲ ମ୍ୟାଚରେ ପିଭି ସିନ୍ଧୁଙ୍କର ମୁକାବିଲା ଜାପାନର ଆୟା ଓହୋରୀ କିମ୍ବା ଚୀନର ଜୀ ୟୀ ୱାଙ୍ଗଙ୍କ ସହିତ ହୋଇପାରେ ।

ଆଗକୁ କମନ ୱେଲଥ ଗେମ ଅନୁଷ୍ଠିତ ହେବାକୁ ଯାଉଛି । ସେଥିରେ ପିଭି ସିନ୍ଧୁ ଭାଗ ନେବାକୁ ଯାଉଛନ୍ତି । ତେବେ କମନ ୱେଲଥ ଗେମ ପୂର୍ବରୁ ସିଙ୍ଗାପୁର ଓପନ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ସିନ୍ଧୁଙ୍କ ପ୍ରଦର୍ଶନ ଉପରେ ଏବେ ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.