ETV Bharat / sports

Malaysia Open: ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ ଓ କାଶ୍ୟପ, ସାଇନା ବିଦା

ମାଲେସିଆ ଓପନ ବ୍ୟାଡମିଣ୍ଟ ପ୍ରଥମ ରାଉଣ୍ଡରେ ବ୍ୟାଡମିଣ୍ଟନ ତାରକା ପିବି ସିନ୍ଧୁ ଓ ପାରୁପଲ୍ଲୀ କାଶ୍ୟପଙ୍କର ଶାନନ୍ଦାର ପ୍ରଦର୍ଶନ ଜାରି ରହିଥିବା ବେଳେ ସେମାନେ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଏଥିରେ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି ସାଇନା ନେହୱାଲ । ଅଧିକ ପଢନ୍ତୁ

author img

By

Published : Jun 29, 2022, 7:16 PM IST

Malaysia Open badminton: ଦ୍ବିତୀୟ ରାଉଣ୍ଡରେ  ସିନ୍ଧୁ, କାଶ୍ୟପ,ସାଇନା ବିଦା

ହାଇଦ୍ରାବାଦ: ମାଲେସିଆ ଓପନର ପ୍ରଥମ ରାଉଣ୍ଡରେ ବ୍ୟାଡମିଣ୍ଟନ ତାରକା ପିବି ସିନ୍ଧୁ ଓ ପାରୁପଲ୍ଲୀ କାଶ୍ୟପଙ୍କର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ଉଭୟ ଏକକ ବର୍ଗର ପ୍ରଥମ ରାଉଣ୍ଡରେ ନିଜ ନିଜ ପ୍ରତିଦ୍ବିନ୍ଦୀଙ୍କୁ ମାତ୍‌ ଦେଇ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସେପଟେ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜିତ ହୋଇ ନିରାଶ କରିଛନ୍ତି ଷ୍ଟାର ସଟ୍‌ଲର୍‌ ସାଇନା ନେହୱାଲ ।

ବର୍ତ୍ତମାନର ସମୀକରଣକୁ ଦେଖିଲେ ମାଲେସିଆ ଓପନରେ ଭାରତର ପ୍ରଦର୍ଶନ ଉଚ୍ଚକୋଟିର ରହିଛି । ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡ୍‌ର ସଟ୍‌ଲର୍‌ ପୋର୍ନପାୱୀ ଚଚୁୱଙ୍ଗଙ୍କୁ ଦୁଇଟି ସିଧା ସେଟ୍‌ରେ ପରାଜିତ କରିଛିନ୍ତି ପିଭି ସିନ୍ଧୁ । ପ୍ରଥମ ସେଟ୍‌ରେ ସିନ୍ଧୁ ୨୧-୧୩ ପଏଣ୍ଟରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ସେଟ୍‌ରେ ୨୧-୧୭ ପଏଣ୍ଟରେ ବିଜୟୀ ହୋଇଛନ୍ତି । ଦ୍ବିତୀୟ ରାଉଣ୍ଡରେ ଥାଇଲାଣ୍ଡର ଫିଟାୟାପର୍ନ ଚାୟବାନଙ୍କୁ ଭେଟିବେ ସିନ୍ଧୁ । ଥାଇଲାଣ୍ଡ୍‌ର ଏହି ସଟ୍‌ଲର୍‌ ବିଶ୍ବ ଜୁନିଅର ରାଙ୍କିଂରେ ୧ ନମ୍ବର ମାନ୍ୟତା ହାସଲ କରିଥିଲେ ।

ସେହିପରି ଲଣ୍ଡନ ଅଲମ୍ପିକରେ ବ୍ରୋଞ୍ଜ ପଦକ ହାସଲ କରିଥିବା ସାଇନା ନେହୱାଲ ଆମେରିକାର ଆଇରିସ ବାଙ୍ଗ୍‌ଙ୍କଠାରୁ ପରାଜିତ ହୋଇଛନ୍ତି । ଦୁଇଟି ସିଧାରେ ସେଟ୍‌ରେ ନେହୱାଲଙ୍କୁ ପରାଜିତ କରିଛନ୍ତି ଆଇରିସ ବାଙ୍ଗ୍‌ । ମାତ୍ର ୩୭ ମିନିଟ ଧରି ଏହି ମ୍ୟାଚ୍‌ ଚାଲିଥିଲା ।

ପୁରୁଷ ଏକକ ବର୍ଗରେ ପାରୁପଲ୍ଲୀ କାଶ୍ୟପଙ୍କର ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ କୋରିଆର ହିଓ କ୍ବାଙ୍ଗ୍‌ ହି'ଙ୍କୁ ଦୁଇଟି ସଧା ସେଟ୍‌ରେ ପରାଜିତ କରିଛନ୍ତି । ପ୍ରଥମ ସେଟ୍‌ରେ ସେ ୨୧-୧୨ ପଏଣ୍ଟରେ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ସେଟ୍‌ରେ ୨୧-୧୭ ବିଜୟୀ ହୋଇଛନ୍ତି । ଦ୍ବିତୀୟ ରାଉଣ୍ତରେ କାଶ୍ୟପଙ୍କ ମୁକାବିଲା ବିଶ୍ବ ରାଙ୍କିଂ ୩୯ ନମ୍ବରରେ ଥିବା ଥାଇଲାଣ୍ଡର କୁନଲାବୁତ ବିଟିଡସର୍ନଙ୍କ ସହ ହେବ ।

ତେବେ ପୁରଷ ଯୁଗଳ ବର୍ଗରେ ଭାରତର ଦୁଇ ବ୍ୟାଡମିଣ୍ଟନ ତାରକା ବି ସୁମିତ ରେଡି ଏବଂ ଅଶ୍ବିନୀ ପୋନପ୍ପା ନେଦରଲ୍ୟାଣ୍ଡର ସେଲେନା ପାଇକ ଓ ରୋବିନ ଟେବଲିଂଠାରୁ ପରାସ୍ତ ହୋଇଛନ୍ତି । ୫୨ ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଯୋଡି ୧୫-୨୧, ୨୧-୧୯, ୧୭-୨୧ ସେଟ୍‌ରେ ପରାଜିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.