ETV Bharat / sports

ନୂଆ ହକି କୋଚ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ଦୌଡ଼ରେ ଏହି ନାମ

ହକି ବିଶ୍ବକପରେ ଭାରତର ନିରାଶଜନକ ପ୍ରଦର୍ଶନ ପାଇଁ ଭାରତୀୟ ହକି କୋଟ ଗ୍ରାହମ ରିଡ ଇସ୍ତଫା ହେଇଛନ୍ତି । ଏହି ପରେ ନୂଆ ହକି କୋଚ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

author img

By

Published : Feb 3, 2023, 3:38 PM IST

Hockey India Coach
new Hockey coach appointment

ହାଇହ୍ରାବାଦ: ଭାରତୀୟ ହକି ଦଳର ମୁଖ୍ୟ କୋଚ ଗ୍ରାହମ ରିଡ ଇସ୍ତଫା ଦେଇଛନ୍ତି । ଏହା ପରେ ନୂଆ ହକି କୋଚ ନିଯୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ହକି କୋଚ ନିଯୁକ୍ତି ପାଇଁ ହକି ଇଣ୍ଡିଆ ବିଜ୍ଞାପନ ଜାରି କରିଛି । ସଦ୍ୟ ସମାପ୍ତ FIH ହକି ବିଶ୍ବକପରେ ଭାରତ ନିରାଶଜନକ ପ୍ରଦର୍ଶନ କରି ନବମ ସ୍ଥାନରେ ରହିଥିଲା । ଏହାପରେ କୋଚ ଗ୍ରାହମ ରିଡଙ୍କୁ ସମାମଲୋଚନା କରାଯାଇଥିଲା । ତେଣୁ ଗତ ଜାନୁଆରୀ 30 ତାରିଖରେ ଗ୍ରାହମ ରିଡ କୋଚ ପଦରୁ ଇସ୍ତଫା ଦେଇଥିଲେ । ବର୍ତ୍ତମାନ ଏହି ହାଇପ୍ରୋଫାଇଲ ଟିମ୍‌ର କୋଚ୍‌ ପଦ ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କଠୁ ଆବେଦନ ପତ୍ର ଗ୍ରହଣ ତାରିଖ ଫେବୃଆରୀ ୧୫ ଶେଷ ତାରିଖ ରହିଛି । କୋଚ ଦୌଡରେ ମାକ୍ସ କାଲଡାସ, ଏକମ୍ୟାନ, ହରେନ୍ଦ୍ର ଓ ଅଲ୍ଟମ୍ୟାନ୍ସ ରହିଛନ୍ତି । ତେବେ କିଏ ହେବ ନୂଆ ହକି କୋଚ । ଏଥର ଭାରତକୁରୁ ନା ବିଦେଶୀରୁ କୋଚ ମିଳିବେ ତାହାକୁ ଅପେକ୍ଷା ।

ହକି କୋଚ ନିଯୁକ୍ତି ଦୌଡରେ ଥିବା ଆବେଦନକାରୀ ସଫଳ ହେଲେ ତାଙ୍କୁ ହକି ଇଣ୍ଡିଆ ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଆସନ୍ତା 2024 ଡିସେମ୍ବର 31 ଯାଏଁ ନିଯୁକ୍ତି ମିଳିବ । କୋଚ୍‌ ଦୌଡରେ ସବୁଠାରୁ ଆଗରେ ରହିଛନ୍ତି ପାକସ୍ତାନ ହକି ଟିମ୍‌ର କୋଚ୍‌ ସେଗଫ୍ରେଡ ଏକମ୍ୟାନ । ପାକିସ୍ତାନ ହକି ଫେଡେରେସନ ସହ ସେ ସମ୍ପର୍କ ଛିନ୍ନ କରିଛନ୍ତି । ଭାରତର କୋଚ୍‌ ହେବାକୁ ସେ ଇଚ୍ଛୁକ ଥିବା ଜଣାପଡିଛି । ସେହିପରି ଭାରତର ପୂର୍ବତନ ଅଲଟମ୍ୟାକ୍ସ ମଧ୍ୟ କୋଚ ଦୌଡରେ ସାମିଲ ହୋଇଛି । ବର୍ତ୍ତମାନ ସେ ମଧ୍ୟପ୍ରଦେଶରେ ଥିବା ବିଭିନ୍ନ ହକି ଏକାଡେମୀର କନସଲଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ମ୍ୟାକ୍ସ କାଲଡିସ ମଧ୍ୟ କୋଚ ଦୌଡରେ ରହିଛନ୍ତି । ସେ ସ୍ପେନ୍‌ ଟିମ୍‌ର କୋଚ ଅଛନ୍ତି । ହକି ବିଶ୍ବକପରେ ତାଙ୍କ ନେତୃତ୍ବାଧୀନରେ ସ୍ପେନ୍‌ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲା । ତେବେ ହକି କୋଚ୍‌ ପଦ ପାଇଁ ଭାରତୀୟଙ୍କୁ ଅଗ୍ରାଧୀକାର ଦିଆଯିବ ବୋଲି ଜଣାପଡିଛି । ବର୍ତ୍ତମାନ ସ୍ଥିତିରେ ଭାରତର ପୂର୍ବତନ କୋଚ ହରେନ୍ଦ୍ର ସିଂଙ୍କୁ ଦାୟିତ୍ବ ଦିଆଯିବାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ...ବିଶ୍ୱକପ୍‌ରେ ଫେଲ ମାରିଲା ଟିମ୍, ଇସ୍ତଫା ଦେଲେ ଭାରତୀୟ ହକି କୋଚ ଗ୍ରାହମ ରିଡ୍

ପ୍ରକାଶ ଥାଉ କି, FIH ହକି ବିଶ୍ବକପ ଫାଇନାଲର ଗୋଟିଏ ଦିନ ପରେ ମୁଖ୍ୟ କୋଚ ଗ୍ରାହମ ରିଡ ଇସ୍ତଫା ଦେଇଥିଲା । ଗ୍ରାହମ ରିଡଙ୍କ ସହିତ ଅନାଲିଟିକାଲ କୋଚ ଗ୍ରେଗ କ୍ଲର୍କ ଓ ସାଇଣ୍ଟିଫିତ ଆଡଭାଇଜର ମିଚେଲ ଡେଭିଡ ଇସ୍ତଫା ଦେଇଥିଲେ । ହର୍ମନପ୍ରୀତଙ୍କ ନେତୃତ୍ବାଧୀନ ଭାରତୀୟ ହକି ଦଳ ବିଶ୍ବକପରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା ମାତ୍ର ପରବର୍ତ୍ତୀ ମ୍ୟାଚରେ ନିରାଶଜନକ ପ୍ରଦର୍ଶନ ପାଇଁ ପଦକ ଦୌଡରୁ ବାଦ ପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.