ଦୁବାଇ (ୟୁଏଇ) : ମହିଳା ଟି20 ବିଶ୍ବକପ୍ 2024ରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଭିଯାନ ପରାଜୟରୁ ଆରମ୍ଭ ହୋଇଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଦଳ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲା ଏବଂ ଶୋଚନୀୟ ପରାଜୟ ବରଣ କରିଥିଲା । ଶୁକ୍ରବାର ଆଇସିସି ମହିଳା ଟି20 ବିଶ୍ବକପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତ 58 ରନରେ ହାରି ଯାଇଥିଲା ସତ, କିନ୍ତୁ ଏହା ସହିତ ଏକ ବିବାଦ ମଧ୍ୟ ଦେଖାଦେଇଥିଲା । ଯେଉଁଥିରେ ଭାରତୀୟ ଅଧିନାୟିକା ହରମାନପ୍ରୀତ କୌର ଅମ୍ପାୟାରଙ୍କ ସହ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । ଏଥିରେ କୋଚ୍ ଆମୋଲ ମଜୁମଦାର ମଧ୍ୟ କୌରଙ୍କୁ ସମର୍ଥନ କରିଥିଲେ ।
OUT or NOT OUT 🧐
— Sports In Veins (@sportsinveins) October 4, 2024
Animated Harmanpreet Kaur Spotted🔥🔥
🇮🇳#INDvsNZ #WomenInBlue #T20WorldCup pic.twitter.com/QJVYKG6ZIE
ଏମିତି ହୋଇଥିଲା ରନ୍ ଆଉଟ୍ :-
ଏହି ମ୍ୟାଚ୍ର ପ୍ରଥମ ଇନିଂସରେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟରଙ୍କ ରନ୍ ଆଉଟ୍ ହେବା ନେଇ ଏକ ବିବାଦ ଉପୁଜିଥିଲା । କିୱି ବ୍ୟାଟର ଆମେଲିଆ କେର୍ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ ଆଡ଼କୁ ଯାଉଥିବା ସମୟରେ ତାଙ୍କୁ ପୁନର୍ବାର କ୍ରିଜକୁ ଡକାଯାଇଥିଲା । ଏଥିରେ ଭାରତୀୟ କ୍ରିକେଟ୍ ଦଳର ଖେଳାଳି ତଥା ଅଧିନାୟକ ଅତ୍ୟନ୍ତ ଅସନ୍ତୁଷ୍ଟ ଦେଖାଯାଉଥିଲେ ।
ବାସ୍ତବରେ, ଏହି ଘଟଣା ନ୍ୟୁଜିଲ୍ୟାଣ୍ଡ ଇନିଂସର 14 ତମ ଓଭର ଶେଷରେ ଘଟିଥିଲା । ଓଭରର ଶେଷ ବଲରେ ଅନ୍-ଷ୍ଟ୍ରାଇକ୍ ବ୍ୟାଟର କେର୍ ଦୀପ୍ତି ଶର୍ମାଙ୍କ ବଲକୁ ଲଙ୍ଗ-ଅଫ୍ ଆଡ଼କୁ ଖେଳି ଗୋଟିଏ ରନ୍ ପୂରଣ କରିଥିଲେ । ଭାରତ ଅଧିନାୟକ ହରମନପ୍ରୀତ ଭାବିଥିଲେ ଯେ ଓଭର ଶେଷ ହୋଇଛି ଏବଂ ତାଙ୍କ ହାତରେ ବଲ ଧରି ରଖିଥିଲେ । କିନ୍ତୁ ଏହି ସମୟରେ କ୍ରିଜରେ ମହଜୁଦ ଥିବା ଅନ୍ୟତମ କିୱି ବ୍ୟାଟର ସୋଫି ଡିଭାଇନ୍ ଆଉ ଏକ ରନ୍ ପାଇଁ କେର୍ଙ୍କୁ କଲ୍ ଦେଇଥିଲେ । କିନ୍ତୁ ଏହି ରନ ସେମାନେ ପୂରଣ କରିପାରିନଥିଲେ । କାରଣ ଭାରତୀୟ ୱିକେଟ୍ କିପର ରିଚା ଘୋଷ ହରମାନପ୍ରୀତ କୌରଙ୍କ ଥ୍ରୋ ପରେ ବଲକୁ ଧରି କିୱି ବ୍ୟାଟରଙ୍କୁ ରନ୍ ଆଉଟ୍ କରିଥିଲେ । କିୱି ବ୍ୟାଟର ରନ୍ ପୂରା କରିପାରିନଥିଲେ ।
ଅମ୍ପାୟାରଙ୍କ ଉପରେ ଭାରତୀୟ ଅଧିନାୟିକା କ୍ଷୁବ୍ଧ :-
କିୱି ବ୍ୟାଟରଙ୍କୁ ରନ୍ ଆଉଟ୍ କରିବା ପରେ ଭାରତୀୟ ଦଳ ସେଲିବ୍ରେସନ ଆରମ୍ଭ କରିଥିଲା । ରନ୍ ଆଉଟ୍ ହେବା ପରେ କେର୍ ମଧ୍ୟ ପାଭିଲିୟନ ଆଡକୁ ଗଲେ, ହେଲେ ତାଙ୍କୁ ପୁନର୍ବାର କ୍ରିଜକୁ ଡକାଗଲା । ଏହି ନିଷ୍ପତ୍ତି ଭାରତୀୟ ଶିବିରକୁ ଚକିତ କରିଥିଲା । ଆଉଟ୍ ହେବା ପରେ ମଧ୍ୟ କେରଙ୍କୁ କାହିଁକି ପୁଣିଥରେ ଖେଳିବାକୁ ଡକାଗଲା ? ପ୍ରକାଶ ଥାଉ, କେର ଗୋଟିଏ ରନ୍ ସମାପ୍ତ କରିବା ପରେ ମ୍ୟାଚ୍ ଅଧିକାରୀମାନେ ଓଭର ସମାପ୍ତ ଘୋଷଣା କରିଥିଲେ । ତେଣୁ ଓଭର ସମାପ୍ତ ହେବା ପରେ ହୋଇଥିବା ରନ୍ ଆଉଟ୍କୁ ବିଚାରକୁ ନିଯାଇନଥିଲା । ଯେଉଁ କାରଣରୁ କିୱି ବ୍ୟାଟର ଆଉଟ୍ ହେବା ପରେ ମଧ୍ୟ କ୍ରିଜକୁ ଫେରି ଆସିଥିଲେ । କିନ୍ତୁ ଭାରତୀୟ ଶିବିର ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରିପାରିନଥିଲେ । ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଏବଂ କୋଚ୍ ଆମୋଲ ମଜୁମଦାର ଦୀର୍ଘ ସମୟ ଧରି ଏହି ନିଷ୍ପତ୍ତିକୁ ବିରୋଧ କରି ଚତୁର୍ଥ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ । ଶେଷରେ ଖେଳ ପୁଣି ଆରମ୍ଭ ହୋଇଥିଲା ।
58 ରନରେ ମ୍ୟାଚ୍ ହାରିଲା ଭାରତ :-
ତେବେ, ଆମେଲିଆ କେରଙ୍କ ଇନିଂସ ଅଧିକ ସମୟ ଚାଲିପାରିନଥିଲା । ପରବର୍ତ୍ତୀ ଓଭରରେ, କେର 13 ରନ କରି ରେଣୁକା ସିଂହ ଠାକୁରଙ୍କ ଶିକାର ପାଲଟିଥିଲେ । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ସୋଫି ଡିଭାଇନଙ୍କ 36 ବଲରେ 57 ରନ୍ର ଅର୍ଦ୍ଧଶତକୀୟ ଇନିଂସ ଯୋଗୁଁ ବଳରେ 20 ଓଭରରେ 4ଟି ୱିକେଟ୍ ହରାଇ ନ୍ୟୁଜିଲ୍ୟାଣ୍ଡ 160 ରନ କରିଥିଲା । ଜବାବରେ ଭାରତୀୟ ଦଳ 19 ଓଭରରେ 102 ରନ କରି ସମସ୍ତ ୱିକେଟ ହରାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ :-
- ଟେଷ୍ଟ ପରେ ଟି20ରେ ବାଂଲା ଶିକାର କରିବ ଟିମ୍ ଇଣ୍ଡିଆ; ଜାଣନ୍ତୁ କେମିତି ଦେଖିବେ ଫ୍ରି' ଲାଇଭ ମ୍ୟାଚ୍ - IND vs BAN T20
- କୋହଲିଙ୍କ ଟିମ୍ର ନୂଆ ଅଧିନାୟକ ହେବେ ରୋହିତ ! RCBକୁ ପୂର୍ବତନ କ୍ରିକେଟରଙ୍କ ଉପଦେଶ - IPL 2025
- ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଭାରତ ! ବିସିସିଆଇର ବଡ଼ ଅପ୍ଡେଟ୍ - Champions Trophy 2025
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ