ETV Bharat / state

ବିଜୟରେ ଉନ୍ମାଦିତ,ପରାଜୟରେ ହତୋତ୍ସାହିତ ହୁଅନାହିଁ: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର - Dharmendra counter Naveen

ବିଜେପି ମିଛ କହି କ୍ଷମତାକୁ ଆସିବା ନେଇ ଟିପ୍ପଣୀ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜବାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନମତ ସହ ଶାସକ-ବିରୋଧୀ ଦାୟିତ୍ବ ସମ୍ପର୍କରେ ପାଠ ପଢ଼ାଇଲେ ।

author img

By ETV Bharat Odisha Team

Published : 2 hours ago

Updated : 2 hours ago

ଜୟରେ ଉନ୍ମାଦିତ ଓ ପରାଜୟରେ ହତୋତ୍ସାହିତ ହୁଅନାହିଁ: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର
ଜୟରେ ଉନ୍ମାଦିତ ଓ ପରାଜୟରେ ହତୋତ୍ସାହିତ ହୁଅନାହିଁ: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର (ETV Bharat Odisha)

ଭୁବନେଶ୍ବର: ‘‘ରାଜନୀତିରେ ଜୟ-ପରାଜୟ ଲାଗି ରହେ । ଜୟରେ ବହୁତ ଉନ୍ମାଦିତ ଏବଂ ପରାଜୟରେ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ । ପୂର୍ବରୁ ବିଜେପି ବହୁତ ଥର ହାରିଛି, ଦେଶରେ 2ଟି ଲୋକସଭା ଆସନରେ ଦଳ ଜିତିଥିଲା, ଓଡ଼ିଶାରେ ମଧ୍ୟ କିଛି ଲୋକ ବିଜେପିକୁ ସାଇନ୍ ବୋର୍ଡ ପାର୍ଟି ବୋଲି କହୁଥିଲେ । କିନ୍ତୁ ଏବେ ଓଡ଼ିଶା ଲୋକଙ୍କ ଆଶୀର୍ବାଦରେ ଦଳକୁ ସେବା କରିବାର ସୁଯୋଗ ମିଳିଛି । ଲୋକମାନେ ଯାହାକୁ ଯେଉଁ ଭୂମିକା ଦେଇଛନ୍ତି, ଯାହାକୁ ସେବା କରିବାର ଭୂମିକା ଦେଇଛନ୍ତି, ସେ ସେବା କରନ୍ତୁ । ଯେଉଁ ଦଳକୁ ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳ ଭାବେ ଜନତା ଦାୟିତ୍ଵ ଦେଇଛନ୍ତି, ସେ ତାକୁ ପାଳନ କରନ୍ତୁ । ବାକି ଲୋକ ବିଚାର କରିବେ ।’’ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏମିତି ଟିପ୍ପଣୀ ସହ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଜେପି ମିଛ କହି କ୍ଷମତାକୁ ଆସିଥିବା ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି । ନବୀନଙ୍କ ମନ୍ତବ୍ୟକୁ ତେରେଛା ସମାଲୋଚନା କରିବା ସହ ବିଜେପିର ରାଜନୈତିକ ଯାତ୍ରା ଓ ଗଣତନ୍ତ୍ରରେ ଶାସକ-ବିରୋଧୀଙ୍କୁ ମିଳିଥିବା ଭିନ୍ନ ଜନମତର ସଂଜ୍ଞା ବୁଝାଇଛନ୍ତି ଧର୍ମେନ୍ଦ୍ର ।

  • ଏଥର ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଓ ନିବେଶକ ସମ୍ମିଳନୀ:-

ରାଜଧାନୀ ଭୁବନେଶ୍ୱରରେ ୨୦୨୫ ଜାନୁଆରୀରେ ଏଥର ପ୍ରବାସୀ ଭାରତୀୟ ଦିବସ ପାଳନ ହେବ । ଭାରତ ସରକାର ଭୁବନେଶ୍ୱରରେ ଏହି ଉତ୍ସଵ ପାଳନ କରିବେ । ଭୁବନେଶ୍ୱର ଏକ ପରମ୍ପରାଗତ ସ୍ୱଚ୍ଛ ଓ ସୁନ୍ଦର୍ ସହର । ଏହାକୁ ଆହୁରି ସ୍ୱଚ୍ଛ ରଖିବାକୁ ଆମ ସମସ୍ତଙ୍କର ଦାୟିତ୍ୱ । ଯେହେତୁ ଜାନୁଆରୀ ମାସରେ ନିବେଶକ ସମ୍ମିଳନୀ ହେବାକୁ ଯାଉଛି, ସେ ଦୃଷ୍ଟିରୁ ଆଗ ପଛ ହୋଇ ହୋଇ ଦୁଇଟି କାର୍ଯ୍ୟକ୍ରମ ହେବ ।

ବିଜୟରେ ଉନ୍ମାଦିତ,ପରାଜୟରେ ହତୋତ୍ସାହିତ ହୁଅନାହିଁ: ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କାଉଣ୍ଟର (ETV Bharat Odisha)
  • ହରିୟାଣାରେ ପୁଣି ବିଜେପି କ୍ଷମତାକୁ ଫେରିବ !

ଏହା ସହ ଧର୍ମେନ୍ଦ୍ର ହରିୟାଣାରେ ଜାରି ରହିଥିବା ନିର୍ବାଚନ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ତୃତୀୟ ଥର ପାଇଁ ବିଜେପି ହରିୟାଣାରେ ସରକାର ଗଢ଼ିବ । ଲୋକଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ଲକ୍ଷଣ ଦେଖା ଦେଉଛି । ସକାଳୁ ନିର୍ବାଚନ ଭଲରେ ଆରମ୍ଭ ହେଇଛି, ସନ୍ଧ୍ୟା ପର୍ଯ୍ୟନ୍ତ ମତଦାନ ଚାଲିବ । 8 ତାରିଖରେ ଫଳାଫଳ ଆସିବ । ହରିୟାଣାରେ ବିଜେପି ପୁଣି ଲୋକଙ୍କ ସେବା କରିବାର ସୁଯୋଗ ପାଇବ ।

  • ବସ୍ତି ସଫେଇ କଲେ କେନ୍ଦ୍ରମନ୍ତ୍ରୀ :-

ଭୁବନେଶ୍ବର ମା’ ମଙ୍ଗଳା ବସ୍ତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହାତରେ ଝାଡୁ ଧରି ନିଜେ ବସ୍ତି ସଫେଇ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସମେତ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ମେୟର ସୁଲୋଚନ ଦାସ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଆଜି ମଙ୍ଗଳା ବସ୍ତିରେ ‘ବିଏମସି’ର କିଛି ସ୍ବଚ୍ଛତା ସିପାହୀ ବା ସଫେଇ କର୍ମୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସହ ବସି ଏକାଠି ଚା' ପିଇଥିଲେ କେନ୍ଦ୍ରମନ୍ତ୍ରୀ ।

  • ‘ମା’ ପାଇଁ ଗଛଟିଏ ବାର୍ତ୍ତା’ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର:-

ଆଜି ବିଡିଏ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ ଅଭିଯାନରେ ଯୋଗ ଦେଇ ବୃକ୍ଷରୋପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ମା’ ପାଇଁ ଗଛଟିଏ ବାର୍ତ୍ତା’ ନେଇ ନିଜ ନାଁରେ ଗଛଟିଏ ଲାଗିଛନ୍ତି । ତାଙ୍କ ସହ ରାଜ୍ୟ ଶିକ୍ଷାମନ୍ତ୍ରୀ, ଗୃହ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ, ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ନିଜ ନାଁରେ ଗୋଟେ ଗୋଟେ ଗଛ ଲାଗିଛନ୍ତି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବର୍ତ୍ତମାନ ବିଶ୍ବ ଜଳବାୟୁ ପରିବର୍ତ୍ତନ ଗୋଟେ ଚିନ୍ତାର ବିଷୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ : ବିଜେଡି ଜନସଂପର୍କ ପଦଯାତ୍ରା; ମିଛ କହି ବିଜେପି କ୍ଷମତାକୁ ଆସିଛି କହିଲେ ନବୀନ, କଡା ଜବାବ ରଖିଲା ଶାସକଦଳ - BJD Public Relation Padayatra

ଏହା ମଧ୍ୟ ପଢନ୍ତୁ :- ହରିୟାଣାରେ ହ୍ୟାଟ୍ରିକ୍‌ ମାରିବ ବିଜେପି, ନା କମବ୍ୟାକ୍‌ କରିବ କଂଗ୍ରେସ ! - HARYANA ASSEMBLY ELECTION

ଏହା ମଧ୍ୟ ପଢନ୍ତୁ :- Ravenshaw Name Controversy: 'ରେଭେନ୍ସା' ନାଁ ବଦଳିବା ଦରକାର କହିଲେ ଧର୍ମେନ୍ଦ୍ର, ଛାତ୍ରଛାତ୍ରୀଙ୍କ ଅସନ୍ତୋଷ, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ - Renaming Of Ravenshaw College

  • ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ :-

ଧର୍ମେନ୍ଦ୍ର କହିଛନ୍ତି,‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଜୁନ ୫ ତାରିଖରୁ ଆରମ୍ଭ ହୋଇଥିଲା ‘ମା’ ପାଇଁ ଗଛଟିଏ’ କାର୍ଯକ୍ରମ । ଆଜି ଅକ୍ଟୋବର ୫ ତାରିଖ ମଧ୍ୟରେ ସାଧାରଣ ଲୋକ ଓ ସ୍ୱେଚ୍ଛାସେବୀ ସଙ୍ଗଠନ, ମହିଳା ସଂଗଠନ, ସ୍କୁଲ କଲେଜ, ସେନା ବିଭାଗ ଗଛ ଲଗାଇବା ପାଇଁ ଆଗେଇ ଆସି ଏକ ଅଭିନବ ପ୍ରୟାସ କରିଛନ୍ତି । ଆଜି ମୋର ବି ସୌଭାଗ୍ୟ ମୁଁ ଯେଉଁ ଅଞ୍ଚଳରେ ରୁହେ ସେ ଅଞ୍ଚଳରେ ଅର୍ଥାତ୍ ବିଡ଼ିଏ ପକ୍ଷରୁ ବୁଦ୍ଧ ପାର୍କରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇପାରିଛି । ଓଡ଼ିଶା ସରକାର ଏହାକୁ ଏକ ଜନ ଆନ୍ଦୋଳନର ପରିଣତ କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଓ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନକୁ ଆହୁରି ତ୍ରୀବ କରିବା ଉଚିତ ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.