ETV Bharat / state

ଏଥର ନୂଆ ଢାଞ୍ଚାରେ ଯୁକ୍ତ ଦୁଇ ପରୀକ୍ଷା, ଇଣ୍ଟରନାଲ ଓ ପ୍ରାକ୍ଟିକାଲ ପରେ ମେନ୍ ପରୀକ୍ଷା - PLUS TWO EXAM DATE - PLUS TWO EXAM DATE

ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ଏଥର ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଦୁଇଟ ପର୍ଯ୍ୟାୟ ପରୀକ୍ଷା ସଂପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)ର ସୂଚନା ।

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Oct 5, 2024, 12:08 PM IST

Updated : Oct 5, 2024, 1:18 PM IST

ଭୁବନେଶ୍ବର: ଘୋଷଣା ହେଲା ୨୦୨୫ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ତାରିଖ । ଏଥର ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଦୁଇଟି ପର୍ଯ୍ୟାଯରେ ହେବ ୟୁକ୍ତ ଦୁଇ ପରୀକ୍ଷା । ଇଣ୍ଟରନାଲ ଓ ମୁଖ୍ୟ ପରୀକ୍ଷା ହେବ । ଇଣ୍ଟରନାଲ ଡ଼ିସେମ୍ବର ୨୬ ତାରିଖରୁ ଡିସେମ୍ବର ୩୦ ଯାଏଁ ହେବ । ପରେ ୨୦୨୫ ଜାନୁଆରୀ ୨ ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ତା ପରେ ମେନ ବା ମୁଖ୍ୟ ପରୀକ୍ଷା ଫେବୃଆରୀ ୧୫ ତାରିଖରୁ ଆରମ୍ଭ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା ।

ଏହା ମଧ୍ୟ ପଢନ୍ତୁ-+2 Exam: CHSEର ପ୍ରସ୍ତୁତି ଜୋରଦାର, ନଭେମ୍ବର ୧୫ ସୁଦ୍ଧା ସବୁ ପରୀକ୍ଷା କେନ୍ଦ୍ରରେ ଲାଗିବ CCTV - Exam Preparation By CHSE

ଏହା ମଧ୍ୟ ପଢ଼ନ୍ତୁ -ଆରମ୍ଭ ହେଲା +2 ପରୀକ୍ଷା ପ୍ରସ୍ତୁତି, ଜାଣନ୍ତୁ କେବେଠୁ ଫର୍ମ ଫିଲଅପ୍‌ - Plus Two Exam Form Fill Up

PLUS TWO EXAM (ETV BHARAT ODISHA)

ଦୁଇ ଭାଗରେ ହେବ ପରୀକ୍ଷା:-

ଏଥର ଯୁକ୍ତ ଦୁଇ ପରୀକ୍ଷା ଦୁଇ ଭାଗରେ ହେବ। ଗୋଟିଏ ଇଣ୍ଟରନାଲ ଏବଂ ଅନ୍ୟଟି ମେନ ପରୀକ୍ଷା। ଯେଉଁ ସମସ୍ତ ବିଷୟରେ ପ୍ରାକ୍ଟିକାଲ ରହିଛି ସେହି ସମସ୍ତ ବିଷୟ ଗୁଡିକରେ ପ୍ରାକ୍ଟିକାଲ ମାର୍କ ୩୦ ଏବଂ ଥିଓରୀ ମାର୍କ ୭୦ ରହିଛି । ଅନ୍ୟପଟେ ଯେଉଁ ସମସ୍ତ ବିଷୟରେ ପ୍ରାକ୍ଟିକାଲ ନାହିଁ ସେହି ସମସ୍ତ ବିଷୟରେ ଇଣ୍ଟରନାଲ ୨୦ ମାର୍କ ଏବଂ ଥିଓରୀ ରେ ୮୦ ମାର୍କ ହେବ ପରୀକ୍ଷା ହେବ ବୋଲି କହିଛନ୍ତି ଯୁକ୍ତ ଦୁଇ ପରୀକ୍ଷା ନିୟନ୍ତ୍ରକ ।

ଏହା ମଧ୍ୟ ପଢନ୍ତୁ-ଫେବୃଆରୀ ୧୫ରୁ ଯୁକ୍ତ ଦୁଇ ପରୀକ୍ଷା, ବଦଳିଲା ପ୍ରଶ୍ନପତ୍ର ଢାଞ୍ଚା; ଜାଣନ୍ତୁ କେଉଁ କେଉଁ ଶିକ୍ଷା କୋଶ୍ଚିନ ପ୍ୟାଟର୍ଣ୍ଣ ବଦଳିଲା ? - Plus two new question pattern

ଏହା ମଧ୍ୟ ପଢନ୍ତୁ-ପ୍ରକାଶ ପାଇଲା +2 ପରୀକ୍ଷା ଫଳ: ଏଥର ବି ପୁଅଙ୍କୁ ଟପିଲେ ଝିଅ - Plus Two Result Declared

୪୫ ଦିନରେ ପରୀକ୍ଷା ଫଳ:-

ଇଣ୍ଟରନାଲ, ପ୍ରାକ୍ଟିକାଲ ଓ ମେନ ପରୀକ୍ଷା ସମସ୍ତ ଷ୍ଟ୍ରିମର ସରିବାର 45 ଦିନ ଭିତରେ ଫଳ ବାହାରିବ । ବର୍ତ୍ତମାନ ଫର୍ମ ଫିଲଅପ ଚାଲିଛି ଯେଉଁମାନେ କରି ନାହାନ୍ତି, ଫାଇନ ଡେଟରେ କରିବେ ।

75 ପ୍ରତିଶତ ଉପସ୍ଥାନ ନଥିଲେ ମିଳିବନି ଆଡମିଟ କାର୍ଡ:-

ଯେଉଁ ଛାତ୍ରଛାତ୍ରୀଙ୍କର ଉପସ୍ଥାପନ 75% ନଥିବ ସେମାନଙ୍କୁ ଆଡମିଟ କାର୍ଡ ମିଳିବ ନାହିଁ । କିଛି କଲେଜରେ ଯେଉଁଠି ପିଲାମାନଙ୍କ ଉପସ୍ଥାନ କମ ଥିବ ସେମାନଙ୍କୁ ଶ୍ରେଣୀ ଗୃହକୁ ଆଣିବାକୁ କଲେଜ ଅଧ୍ୟକ୍ଷ ସଚେତନ କରନ୍ତୁ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ଡକ୍ଟର ପ୍ରଶାନ୍ତ କୁମାର ପରିଡା ।

ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ:-

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଆହୁରି ମଧ୍ୟ କହିଛନ୍ତି, '' ସମସ୍ତ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର, ଷ୍ଟ୍ରଙ୍ଗ ରୁମ୍, ଲାବ୍ରୋଟୋରୀ ଓ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ସିସିଟିଭି ନ ଲାଗିଥିଲେ ତୁରନ୍ତ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସିସିଟିଭି ଲାଗିଥିବା କେନ୍ଦ୍ରଗୁଡିକରେ ଏହା କାର୍ଯ୍ୟକ୍ଷମ ଅଛି କି ନାହିଁ ତାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି । ସିସିଟିଭି କ୍ୟାମେରାରେ ତାରିଖ ସହ ସମୟ ଆସୁଥିବା ଆବଶ୍ୟକ । ଯେଉଁ ଶିକ୍ଷାନୁଷ୍ଠାନ ପ୍ରଥମ କରି ପରୀକ୍ଷା କେନ୍ଦ୍ର ପାଇଁ ଆବେଦନ କରିଥିବେ ସେମାନଙ୍କ ପାଇଁ ମଧ୍ୟ ସମାନ ଗାଇଡଲାଇନ ରହିବ ।''

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 5, 2024, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.