ETV Bharat / state

ହାଇକୋର୍ଟଙ୍କ ରାୟ, 'ହେବ ରାବଣପୋଡ଼ି, ହେବନି ବାଣ ପ୍ରତିଯୋଗିତା' - HC On Ravan Podi

ଏଥର କଟକ ଦଶହରାରେ ରାବଣପୋଡ଼ିରେ ବାଣ ପ୍ରତିଯୋଗିତା ହେବନାହିଁ । ରାବଣପୋଡ଼ିରେ କେବଳ ସବୁଜ ବାଣ ବ୍ୟବହାର କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ ଦେଲେ ନିର୍ଦ୍ଦେଶ
ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ ଦେଲେ ନିର୍ଦ୍ଦେଶ (ETV Bharat Odisha)
author img

By ETV Bharat Odisha Team

Published : Oct 5, 2024, 1:05 PM IST

Updated : Oct 5, 2024, 1:48 PM IST

କଟକ: ସିଲିଭର ସିଟିରେ ବାଣ ପ୍ରତିଯୋଗିତା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ବିଶେଷକରି ରାବଣପୋଡିରେ ବାଣ ପ୍ରତିଯୋଗିତା ହେବନାହିଁ ବୋଲି ହାଇକୋର୍ଟ କଟକଣା ଜାରି କରିଛନ୍ତି । ରାବଣପୋଡି ଆୟୋଜନକୁ ଅନୁମତି ମିଳିଛି, ମାତ୍ର ପରିବେଶ ପ୍ରଦୂଷଣ କରୁଥିବା ବାଣ କୌଣସି ମତେ ବ୍ୟବହାର କରାଯାଇ ପାରିବନାହିଁ ବୋଲି କୋର୍ଟ ଆଜି ସ୍ପଷ୍ଟ କରିଛନ୍ତି ।

  • ଏଥର କେବଳ ସବୁଜ ବାଣ, ପ୍ରତିଯୋଗିତା ମନା :

ବଡ଼କଥା ହେଉଛି ସଂସ୍କୃତି ଓ ପରମ୍ପରା ରକ୍ଷା ପାଇଁ ରାବଣପୋଡିରେ ଯେତିକି ବାଣ ବ୍ୟବହାର ହେବ, ତାହା କେବଳ ସବୁଜ ବାଣ ହେବା ଜରୁରୀ ବୋଲି କୋର୍ଟ କହିଛନ୍ତି । ଏହା ସହ ରାବଣପୋଡି ସମୟରେ ଆୟୋଜକଙ୍କୁ କାର୍ଯ୍ୟକ୍ରମ ସ୍ଥଳରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର ପାଇଁ ଆଡଭୋକେଟ କମିଟି ପ୍ରସ୍ତାବ ଦେଇଛନ୍ତି । କେବଳ ସେତିକି ନୁହେଁ, ବରଂ ରାବଣପୋଡ଼ି ପାଇଁ ବାଲିଯାତ୍ରା ତଳପଡ଼ିଆରେ ସମସ୍ତ ପ୍ରକାରର ବ୍ୟବସ୍ଥା ୧୦ ତାରିଖ ସୁଦ୍ଧା ଯୋଗାଇବା ପାଇଁ କଟକ ମହାନଗର ନିଗମ ‘ସିଏମସି’ କର୍ତ୍ତୃପକ୍ଷ ଓ କଟକ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ ଦେଲେ ନିର୍ଦ୍ଦେଶ
ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା, ହାଇକୋର୍ଟଙ୍କ ଦେଲେ ନିର୍ଦ୍ଦେଶ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- କନେଷ୍ଟବଳ ନିଯୁକ୍ତି, ବୟସ ସୀମା ନେଇ ହାଇକୋର୍ଟଙ୍କ ବଡ଼ ରାୟ - Constable Exam Issue in HC

ଏହା ମଧ୍ୟ ପଢନ୍ତୁ :- କଟକର ସମସ୍ୟା ନେଇ ହାଇକୋର୍ଟଙ୍କ ତାଗିଦ, 2 ସପ୍ତାହରେ ସମାଧାନ କର - Hc Verdict On Cuttack

ଏହା ମଧ୍ୟ ପଢନ୍ତୁ :- ପୂଜା ପୂର୍ବରୁ ରାସ୍ତାଘାଟ ମରାମତି ଶେଷ କରିବାକୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ - Orissa High Court

  • ଟ୍ରାଫିକ ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ:

ଟ୍ରାଫିକ ପରିଚାଳନା ପାଇଁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିବର୍ଷ ବାଲିଯାତ୍ରା ତଳପଡିଆରେ ରାବଣପୋଡି ଉତ୍ସବ ପାଳନ କରାଯାଏ । କଟକ ସର୍ଵଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରତିବର୍ଷ ଏହି ରାବଣପୋଡି ଉତ୍ସବ ପାଳନ କରଯାଇ ଆସୁଛି । ଏଥିରେ ମାତ୍ରାଧିକ ବାଣ ବ୍ୟବହାର କରାଯାଏ । କିଛି କ୍ଷେତ୍ରରେ ଆତସବାଜିରେ ମଧ୍ୟ ପ୍ରତିଯୋଗିତା ଦେଖିବାକୁ ମିଳେ । ଯାହା ପରିବେଶ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରେ । ଚଳିତ ବର୍ଷ ପରିବେଶ ସୁରକ୍ଷା, ପ୍ରଦୂଷଣ ରୋକାଯିବା ଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଲୋକଙ୍କ ସୁରକ୍ଷା ସମେତ ଅନ୍ୟ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ହାଇକୋର୍ଟ ଆୟୋଜନ ଉପରେ ଏକାଧିକ କଟକଣା ଜାରି କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Oct 5, 2024, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.