ETV Bharat / sports

Singapore Open: ଟାଇଟଲ ହାତେଇଲେ ସିନ୍ଧୁ

ଚଳିତ ସିଙ୍ଗାପୁର ଓପନରେ ଭାରତୀୟ ସଟଲର ସିନ୍ଧୁଙ୍କ ଦମଦାର ପ୍ରଦର୍ଶନ । ସିଙ୍ଗାପୁର ଓପନ ଟାଇଟଲ ହାତେଇଛନ୍ତି ପିଭି ସିନ୍ଧୁ । ଅଧିକ ପଢନ୍ତୁ

author img

By

Published : Jul 17, 2022, 12:10 PM IST

Updated : Jul 17, 2022, 2:11 PM IST

ଟାଇଟଲ ହାତେଇଲେ ସିନ୍ଧୁ
ଟାଇଟଲ ହାତେଇଲେ ସିନ୍ଧୁ

ହାଇଦ୍ରାବାଦ: ଚଳିତ ସିଙ୍ଗାପୁର ଓପନରେ ଭାରତୀୟ ସଟଲର ସିନ୍ଧୁଙ୍କ ଦମଦାର ପ୍ରଦର୍ଶନ । ମହିଳା ସିଙ୍ଗଲ୍ସ ଫାଇନାଲରେ ଚୀନର ୱାଙ୍ଗ ଝି ୟିଙ୍କୁ ହରାଇ ସିଙ୍ଗାପୁର ଓପନ ଟାଇଟଲ ହାତେଇଛନ୍ତି ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ । ଚୀନ ପ୍ରତିଯୋଗୀ ୱାଙ୍ଗ ଝି ୟିଙ୍କୁ ୨୧-୯, ୧୧-୨୧ ଏବଂ ୨୧-୧୫ ସେଟରେ ହରାଇ ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ଜିତିଛନ୍ତି ପିଭି ସିନ୍ଧୁ । ଏହା ତାଙ୍କ କ୍ୟାରିଅରର ୫୦୦ତମ ଟାଇଟଲ । ସାଇନା ନେହେୱାଲଙ୍କ ପରେ ପିଭି ସିନ୍ଧୁ ଦ୍ବିତୀୟ ଭାରତୀୟ ମହିଳା ଯିଏକି ସିଙ୍ଗାପୁର ଓପନ ଟାଇଟଲ ଜିତିଛନ୍ତି ।

୨୨ ବର୍ଷୀୟ ୱାଙ୍ଗ ଝି ୟି ଏସିଆନ ଚାମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ହେଲେ ସିଙ୍ଗାପୁର ଓପନରେ ତାଙ୍କର ରଣନୀତି କାମ କରିନଥିଲା । ସିନ୍ଧୁଙ୍କ ପାଇଁ ବିଶ୍ବର ନଂ ୧୧ର ମାନ୍ୟତା ୱାଙ୍ଗ ଝି ୟିଙ୍କୁ ପରାସ୍ତ କରିବା ସହଜ ନଥିଲା । ତିନି ସେଟ୍ ଧରି ଚାଲିଥିବା ମ୍ୟାଚରେ ସିନ୍ଧୁ ପ୍ରଥମେ ବିଜୟରୁ ଆରମ୍ଭ କରିଥିଲେ। ସେ ପ୍ରଥମ ସେଟରେ ଚାଇନାର ଖେଳାଳି ୱାଙ୍ଗଙ୍କୁ ୨୧-୯ରେ ପରାସ୍ତ କରିଥିଲେ। ଏହାପରେ ୱାଙ୍ଗ କମବ୍ୟାକ କରି ଦ୍ବିତୀୟ ସେଟ୍ ୨୧-୧୧ରେ ଜିତି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ । ତୃତୀୟ ସେଟ୍ ବେଶ୍‌ ରୋମାଞ୍ଚକର ଥିଲା। ପ୍ରାରମ୍ଭିକ ୮-୧୦ ପଏଣ୍ଟ ପର୍ଯ୍ୟନ୍ତ, ଦୁଇ ଖେଳାଳିଙ୍କ ମଧ୍ୟରେ ସମାନ ଲଢ଼େଇ ହୋଇଥିଲା । କିନ୍ତୁ ପିଭି ସିନ୍ଧୁ ଧୀରେ ଧୀରେ ମ୍ୟାଚ୍‌ରେ ଆଗକୁ ବଢ଼ିଥିଲେ ଏବଂ ତୃତୀୟ ସେଟକୁ ୨୧-୧୫ ବ୍ୟବଧାନରେ ଜିତି ଟାଇଟଲ ହାତେଇ ନେଇଛନ୍ତି । ସିନ୍ଧୁଙ୍କ ଏହି ସଫଳତା ଆଗାମୀ ଜୁଲାଇ ୨୮ରୁ ବମିଂହାମରେ ଆରମ୍ଭ ହେବାକୁ ଥିବା କମନୱେଲଥ ଗେମ୍ସରେ ଭାରତ ପାଇଁ ବୁଷ୍ଟ ଯୋଗାଇବ ।

  • I congratulate @Pvsindhu1 on winning her first ever Singapore Open title. She has yet again demonstrated her exceptional sporting talent and achieved success. It is a proud moment for the country and will also give inspiration to upcoming players. https://t.co/VS8sSU7xdn

    — Narendra Modi (@narendramodi) July 17, 2022 " class="align-text-top noRightClick twitterSection" data=" ">

ସିନ୍ଧୁଙ୍କ ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ଥର ପାଇଁ ସିଙ୍ଗାପୁର ଟାଇଟଲ ଜିତିଥିବାରୁ ଭାରତୀୟ ସଟଲର ପିଭି ସିନ୍ଧୁଙ୍କୁ ଅନେକ ଅନେକ ଅଭିନନ୍ଦନ । ସେ ପୁଣି ଥରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ତାଙ୍କର ଅତୁଳନୀୟ କ୍ରୀଡା ପ୍ରତିଭା ପ୍ରଦର୍ଶନ ଏବଂ ସଫଳତା ହାସଲ କରିବା ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଏହା ଆଗାମୀ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • Well played 👏

    Congratulate Double Olympic medallist shuttler @Pvsindhu1 on clinching the #SingaporeOpen2022 women's singles title by beating China’s Wang Zhi Yi. May you continue your winning momentum in the upcoming tournaments. Wish you all the very best for future.

    — Naveen Patnaik (@Naveen_Odisha) July 17, 2022 " class="align-text-top noRightClick twitterSection" data=" ">

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଡବଲ ଅଲିମ୍ପିକ ପଦକ ବିଜେତା ସଟଲର ପିଭି ସିନ୍ଧୁଙ୍କୁ ଅନେକ ଅନେକ ଶୁଭେଚ୍ଛା । ଆଗାମୀ ଟୁର୍ଣ୍ଣାମେଣ୍ଟରେ ଏହି ପରି ବିଜୟ ଧାରା ଜାରି ରହୁ । ଭବିଷ୍ୟତ ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା ।''

27 ବର୍ଷୀୟ ଭାରତର ଷ୍ଟାର ଖେଳାଳି ପି.ଭି ସିନ୍ଧୁ ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଜାପାନ ଖେଳାଳି ସିଏନା କାୱାକାମିଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । କାୱାକାମି ବିପକ୍ଷରେ ୨୧-୧୫, ୨୧-୭ ସେଟରେ ସହଜ ବିଜୟ ହାସଲ କରିଥିଲେ । ଏହା ପୂର୍ବରୁ ଚୀନ ପ୍ରତିଦ୍ବନ୍ଦୀ ହାନ ୟୁଇଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲେ ।

Last Updated : Jul 17, 2022, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.