ETV Bharat / sports

ପ୍ରମୋଦ ଭଗତଙ୍କୁ ସିଙ୍ଗଲ୍ସ ଓ ଡବଲ୍ସରେ ସ୍ବର୍ଣ୍ଣ, 20 ଟି ପଦକ ସହ ଭାରତ ଶୀର୍ଷରେ - Para badminton

ଚାଲିଥିବା ତୃତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପର ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ବିଶ୍ବ ଚାମ୍ପିଅନ ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ। ଭାରତ 20 ଟି ପଦକ ସହିତ ଶୀର୍ଷରେ ନିଜର ଅଭିଯାନ ଶେଷ କରିଛି । ଅଧିକ ପଢନ୍ତୁ...

Shuttler Pramod Bhagat wins 2 gold, India finish on top with 20 medals
ପ୍ରମୋଦ ଭଗତଙ୍କୁ ସିଙ୍ଗଲ୍ସ ଓ ଡବଲ୍ସରେ ସ୍ବର୍ଣ୍ଣ, 20 ଟି ପଦକ ସହ ଭାରତ ଶୀର୍ଷରେ
author img

By

Published : Apr 5, 2021, 11:38 AM IST

ଦୁବାଇ: ଚାଲିଥିବା ତୃତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପର ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ବିଶ୍ବ ଚାମ୍ପିଅନ ପ୍ରମୋଦ ଭଗତଙ୍କୁ ସ୍ବର୍ଣ୍ଣ। କୋରୋନା ପରେ ପ୍ରମୋଦ ଭଗତଙ୍କର ଏହା ହେଉଛି ପ୍ରଥମ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ । ରବିବାର ଦିନ 20 ଟି ପଦକ ସହିତ ଭାରତ ନିଜର ଅଭିଯାନ ଶେଷ କରିଛି ।

ରବିବାର ଖେଳାଯାଇଥିବା ସିଙ୍ଗଲ୍ସ ଫାଇନାଲ ମୁକାବିଲା ଭାରତର ପ୍ରମୋଦ ଭଗତ ଓ ନିତେଶ କୁମାରଙ୍କ ମଧ୍ୟରେ ହୋଇଥିଲା। ପ୍ରମୋଦ ୨୧-୧୭, ୨୧-୧୮ ଗେମରେ ବିଜୟୀ ହୋଇ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ପ୍ରମୋଦ ତାଙ୍କ କ୍ୟାରିୟରରେ ୧୭ ଥର ପାଇଁ ଏକକ ବିଭାଗରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ବିଜୟ ପରେ ପ୍ରମୋଦ କହିଛନ୍ତି ଯେ ଏହା ସାମଗ୍ରିକ ଭାବେ ଏକ ଭଲ ଟୁର୍ଣ୍ଣାମେଣ୍ଟ ଥିଲା ଏବଂ ମୁଁ ଏତେ ଦୃଢତାର ସହ ଚଳିତ ବର୍ଷ ଆରମ୍ଭ କରି ବହୁତ ଖୁସି ଅଟେ । ଟୋକିଓ ପାରାଲିମ୍ପିକ୍ସରେ ଏହାକୁ ଏକ ସ୍ବର୍ଣ୍ଣ ସହିତ ସମାପ୍ତ କରିବାକୁ ଆଶା ଦେଇଛି। ଲକଡାଉନରେ କଠିନ ପରିଶ୍ରମ ଏବଂ ଏହା ସେମାନଙ୍କ ପ୍ରଦର୍ଶନରେ ଦେଖାଇଲା ବୋଲି ଭଗତ କହିଛନ୍ତି।

ସେହିପରି ଡବଲ୍ସ ଫାଇନାଲ ମୁକାବିଲାରେ ପ୍ରମୋଦ ଭଗତ ଓ ମନୋଜ ସରକାରଙ୍କ ଯୁଗଳ ଯୋଡ଼ି ସୁକାନ୍ତ କଦମ ଓ ନିତେଶ କୁମାରଙ୍କୁ ୨୧-୧୮, ୨୧-୧୬ରେ ହରାଇ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହିତ ପ୍ରମୋଦ ତାଙ୍କ କ୍ୟାରିୟରେ ୧୨ ଥର ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ ମିକ୍ସଡ ଡବଲ୍ସରେ ପ୍ରମୋଦ କାଂସ୍ୟ ପଦକ ଜିତିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.