ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସୁଟିଂ ଫେଡେରେସନ(ISSF)ରାଇଫଲ/ପିସ୍ତଲ/ସଟଗନ୍ ବିଶ୍ବକପ ଆରମ୍ଭରୁ ଝଟକା । ଦୁଇ ଜଣ ଭାରତୀୟ ସୁଟର ଓ ଜଣେ ଅନ୍ତର୍ଜାତୀୟ ସୁଟର କୋରୋନା ପଜିଟିଭ ଚିହ୍ନଟ ହେବା ଆୟୋଜକଙ୍କ ପାଇଁ ଚିନ୍ତା ବଢାଇଛି। ଶୁକ୍ରବାର ଠାରୁ ନୂଆଦିଲ୍ଲୀର ଡକ୍ଟର କରଣୀ ସିଂହ ସୁଟିଂ ରେଞ୍ଜରେ ଆରମ୍ଭ ହୋଇଛି ଏହି ମେଗା ଇଭେଣ୍ଟ ।
କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଆଥଲେଟଙ୍କ ରୁମମେଟଙ୍କୁ ଆଇସୋଲେସନରେ ରଖାଯାଇଛି । ଦୁଇ ଭାରତୀୟ ସୁଟର କ୍ବାରେଣ୍ଟିନରେ ରଖାଯାଇଛି । ତେବେ ସେମାନଙ୍କର ସାଥୀ ଖେଳାଳିଙ୍କୁ ରିପୋର୍ଟ ନେଗେଟିଭ ରହିଛି ।
ଉଭୟ ଭାରତୀୟ ସୁଟର 10 ମିଟର ଏୟାର ପିସ୍ତଲ ବର୍ଗର ବୋଲି ଜଣାପଡିଛି । ଦୁଇ ଭାରତୀୟ ସୁଟରଙ୍କ କୋଭିଡ-19 ପଜିଟିଭ ଚିହ୍ନଟ ଥିବା ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍ ଇଣ୍ଡିଆ ସୂତ୍ରରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ