ନୂଆଦିଲ୍ଲୀ: ପସନ୍ଦ ତାଙ୍କର ବନ୍ଧୁକଚାଳନା, ମାତ୍ର ପେସାରେ ସେ ଜଣ ଆଇନଜୀବୀ । ଭାରତୀୟ ସୁଟିଂ ଆଥଲେଟ ଦୁନିଆର ଅନ୍ୟତମ ପରିଚିତ ନାମ ଅଭିଷେକ ବର୍ମା ।
ଅଭିଷେକ ଓକିଲ ଭାବେ ଆରମ୍ଭ କରିବାକୁ ଯାଉଛନ୍ତି ପେସାଦାର ଆଇନଜୀବୀ ଜୀବନ । ସେଥିପାଇଁ ସେ ବାର୍ କାଉନସିଲ ଅଫ ଇଣ୍ଡିଆକୁ ଲାଇସେନ୍ସ ପାଇଁ ଅପିଲ କରିଛନ୍ତି ।
ତେବେ ସେ ସୁଟିଂକୁ ପର କରିବେନି ବୋଲି କହିଛନ୍ତି । ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।
ଭାରତ ଏଯାବତ ସୁଟିଂରେ ଟୋକିଓ ଗେମ୍ସ ପାଇଁ 15ଟି ଅଲମ୍ପିକ ଟିକେଟ ହାତେଇ ସାରିଛି ।
25 ମିଟର ଓ 50 ମିଟର ଇଭେଣ୍ଟରେ ଅଧିକ ଫୋକସ କରୁଥିବା କହିଛନ୍ତି ଅଭିଷେକ । ତେବେ ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ(NRAIର ଜୁଲାଇ 15ରେ ବୈଠକ ରହିଛି । ଏହି ବୈଠକରେ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ କ୍ୟାମ୍ପସରେ ଅଭ୍ୟାସ ଆରମ୍ଭ ନେଇ ନିଷ୍ପତ୍ତି ହେବାକ ସମ୍ଭାବନା ରହିଛି ।