ETV Bharat / sports

Olympics: ଉଦ୍‌ଘାଟନୀ ସମାରୋହରେ ସାମିଲ ହେବେନି ସରଥ, ମନିକା - Olympics ଉଦ୍‌ଘାଟନୀ ସମାରୋହ

୨୦ ଆଥଲେଟ୍‌ଙ୍କ ବଦଳରେ ୧୯ ଆଥଲେଟ୍‌ ଉଦ୍‌ଘାଟନୀ ସମାରୋହରେ ନଜର ଆସିବେ । ଅଧିକ ପଢନ୍ତୁ...

Sharath Kamal, Manika Batra not to attend opening ceremony
Olympics: ଉଦ୍‌ଘାଟନୀ ସମାରୋହରେ ସାମିଲ ହେବେନି ସରଥ, ମନିକା
author img

By

Published : Jul 23, 2021, 4:18 PM IST

ଟୋକିଓ: ଭାରତୀୟ ପ୍ୟାଡଲର୍‌ ଏ ସରଥ କମଲ ମନିକା ବାତ୍ରା ଶୁକ୍ରବାର ହେବାକୁ ଥିବା ଅଲମ୍ପିକ ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ ନ କରିବାକୁ ନିର୍ଣ୍ଣୟ କରିଛନ୍ତି । ଦୁଇ ଭାରତୀୟ ଟେବୁଲ ଟେନିସ ଷ୍ଟାର ଶନିବାର, ମିଶ୍ରିତ ଯୁଗଳ ଅଭିଯାନ ଆରମ୍ଭ କରିବେ । ସେଥିପାଇଁ ସମାରୋହରେ ସାମିଲ ହେବେନାହିଁ ।

ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିବାରୁ ଭାରତୀୟ ଖେଳାଳିଙ୍କ ତାଲିକା ମଧ୍ୟରେ ଉଭୟଙ୍କର ନାମ ରହିଥିଲା ।

ଏସିଆନ ବ୍ରୋଞ୍ଜ ମେଡାଲ ବିଜେତା ଚାଇନିଜ ଯୋଡି ଲିନ ୟୁନ-ଜୁ ଓ ଚେଙ୍ଗ୍‌-ଇ-ଚାଙ୍ଗ୍‌ଙ୍କ ବିପକ୍ଷରେ ମ୍ୟାଚର ୧୬ତମ ରାଉଣ୍ଡରେ ଶନିବାର ଖେଳିବେ । ଚାଇନିଜ ଯୋଡି ବର୍ତ୍ତମାନ ବିଶ୍ବ ମାନ୍ୟତାର ନମ୍ବର ୧ ରହିଛନ୍ତି ।

ଫଳରେ ୨୦ ଆଥଲେଟ୍‌ଙ୍କ ବଦଳରେ ୧୯ ଆଥଲେଟ୍‌ ଉଦ୍‌ଘାଟନୀ ସମାରୋହରେ ନଜର ଆସିବେ । ଟେନିସ ଖେଳାଳି ଅଙ୍କିତା ରାଇନା ଟେବୁଲ ଟେନିସ ଷ୍ଟାରଙ୍କ ବଦଳରେ ପ୍ୟାରେଡରେ ସାମିଲ ହେବେ । ୬ଜଣ ଅଧିକାରୀ ମଧ୍ୟ ରହିବେ ।

ବକ୍ସିଂ ଷ୍ଟାର ଏମସି ମେରୀ କମ ଓ ଭାରତୀୟ ହକି ଟିମ କ୍ୟାପଟେନ୍‌ ମନପ୍ରୀତ ସିଂହ ଜାପାନର ନ୍ୟାସନାଲ ଷ୍ଟାଡିୟମରେ ଭାରତର ଧ୍ବଜା ବାହକ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.