ETV Bharat / sports

ସାଗର ଧନକର ହତ୍ୟା ମାମଲା, ଖୁବଶୀଘ୍ର ଦାଖଲ ହେବ ସପ୍ଲିମେଣ୍ଟାରୀ ଚାର୍ଜସିଟ

author img

By

Published : Oct 5, 2021, 5:01 PM IST

ଖୁବ ଶୀଘ୍ର ଅଲିମ୍ପିକ ପଦକ ବିଜେତା ଅଭିଯୁକ୍ତ ସୁଶୀଲ କୁମାରଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ନାମରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରାଯିବ କୋର୍ଟକୁ ସୂଚନା ଦେଇଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ସାଗର ଧନକର ହତ୍ୟାମାମଲା, ଖୁବଶୀଘ୍ର ଦାଖଲ ହେବ ସପ୍ଲିମେଣ୍ଟାରୀ ଚାର୍ଜସିଟ

ନୂଆଦିଲ୍ଲୀ: ଛତ୍ରଶାଳା ହତ୍ୟା ମାମଲା। ଖୁବ ଶୀଘ୍ର ଅଲିମ୍ପିକ ପଦକ ବିଜେତା ଅଭିଯୁକ୍ତ ସୁଶୀଲ କୁମାରଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ନାମରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରାଯିବ କୋର୍ଟକୁ ସୂଚନା ଦେଇଛି ଦିଲ୍ଲୀ ପୋଲିସ । ଅଗଷ୍ଟ ୨ରେ ହତ୍ୟା ଘଟଣାରେ ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ ସମେତ ୧୩ଜଣଙ୍କ ନାମରେ ପ୍ରଥମ ଚାର୍ଜସିଟ ଦାଖଲ ହୋଇଥିଲା।

ପୋଲିସର ସୂଚନା ଅନୁସାରେ ଘଟଣାରେ ସମୁଦାୟ ୧୭ଜଣ ଅଭିଯୁକ୍ତ ରହିଛନ୍ତି । ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କ ନାମରେ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରାଯିବ ବୋଲି କହିଛନ୍ତି ଇନ୍ସପେକ୍ଟର ମଙ୍ଗେଶ ତ୍ୟାଗି । ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ ଜେଲର ଅଛନ୍ତି । ଜୁଲାଇ 22ରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ କୁସ୍ତି ଖେଳାଳୀ ସାଗର ଧନକର ହତ୍ୟା ମାମଲାରେ ଅଭିଯୁକ୍ତ ସୁରଜିତ ଗ୍ରୀଆଲଙ୍କୁ ଗିରଫ କରିଥିଲା। ସେ ଅଭିଯୁକ୍ତ କୁସ୍ତି ଖେଳାଳୀ ସୁଶୀଲ କୁମାରଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି ।

ସାଗର ଧନକର ହତ୍ୟା ମାମଲା ସୁଶୀଲ ଗତ ଜୁନ 23 ତାରିଖରେ ଦିଲ୍ଲୀର ମୁଣ୍ତୁକା ଅଞ୍ଚଳରୁ ଗିରଫ ହୋଇଥିଲେ । ପରେ କୋର୍ଟ ତାଙ୍କୁ 6 ଦିନିଆ ରିମାଣ୍ତରେ ପୋଲିସ ହେପାଜତକୁ ପଠାଇଥିଲା । ରିମାଣ୍ତର ଅବଧିକୁ ଆଉ 4 ଦିନ ବଢାଇ ଥିଲା । ଗତ ମେ 5 ତାରିଖରେ ସମ୍ପତ୍ତି ବିବାଦକୁ ନେଇ ସାଗର ଓ ତାଙ୍କ ଦୁଇ ସାଙ୍ଗ ଅମିତ ଓ ସୋନୁଙ୍କୁ ସୁଶୀଲ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ସମସ୍ତେ ଗୁରୁତର ହୋଇ ପଡିଥିଲେ । ସେମାନଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ପଠାଯାଇଥିଲା । ହେଲେ ସାଗରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଘଟଣାର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସୁଶୀଲ ଓ ତାଙ୍କର ଆଉ କିଛି ସାଙ୍ଗମାନେ ଏକ ବାଡିରେ ସାଗରଙ୍କୁ ପିଟୁ ଥିବାର ଦେଖିବାକୁ ମିଳିଥିଲା।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.