ETV Bharat / sports

ଏସିଆନ ସ୍କ୍ବାସ ଚମ୍ପିୟାନସିପ: ଟାଇଟଲ ଜିତିଲେ ସୌରଭ ଓ ଜ୍ୟୋସ୍ନା - Asian

ଏସିଆନ ସ୍କ୍ବାସ ଚମ୍ପିୟାନସିପରେ ସୌରଭ ଘୋଷାଲ ଓ ଜ୍ୟୋସ୍ନା ଚିନ୍ନାପା ଟାଇଟଲ ବିଜୟୀ ହୋଇଛନ୍ତି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 6, 2019, 2:11 PM IST

କ୍ବାଲାଲମପୁର: ସ୍କ୍ବାସ ଚମ୍ପିୟାନସିପ ରେ ପୁଣି ଇତିହାସ ରଚିଛି ଭାରତ । ମାଲେସିଆର କ୍ବାଲାଲାମପୁରେ ଏସିଆନ ଇଣ୍ଡିଭିଜୁଆଲ ସ୍କ୍ବାସ ଚମ୍ପିୟାନସିପ ଟାଇଟଲ ଜିତିଛି ଭାରତ । ସ୍କ୍ବାସ ଖେଳାଳି ସୌରଭ ଘୋଷାଲ ଓ ଜ୍ୟୋସ୍ନା ଚିନ୍ନାପା ଭାରତ ପାଇଁ ଏହି ଗୌରବ ଆଣିଛନ୍ତି ।

ଜ୍ୟୋସ୍ନା ଚିନ୍ନାପା ଫାଇନାଲରେ ସଫଳତାର ସହ ମୁକାବଲା କରି ଟାଇଟଲ ହାତେଇଛନ୍ତି । ଫାଇନାଲରେ ହଂକଂର ଏନ୍ୟି ଏୟୁ ଙ୍କ ସହ ତାଙ୍କର ଲଢେଇ ହୋଇଥିଲା । 11-9,11-2,11-8 ପଏଣ୍ଟରେ ଜ୍ୟୋସ୍ନା ଏକତରଫା ବିଜୟ ହାସଲ କରିଥିଲେ । ଏହି ମ୍ୟାଚକୁ ଜ୍ୟୋସ୍ନାଙ୍କର ଏକ ଦମଦାର ବିଜୟ ବୋଲି କୁହାଯାଉଛି । କାରଣ ଏହି ଫର୍ମାଟର ଏନ୍ୟି ଏୟୁ ଜଣେ ଦୁର୍ଦ୍ଦଶ ଖେଳାଳି । ଓ ଉଭୟ ଖେଳିଥିବା 20ଟି ମ୍ୟାଚରୁ ଜ୍ୟୋସ୍ନାଙ୍କୁ 12ଥର ହରାଇଛନ୍ତି ଏନ୍ୟି । ଏହାପୂର୍ବରୁ ଶେଷଥର ହଂକଂ ଓପନରେ ଜ୍ୟୋସ୍ନା,ଏନ୍ୟି ଙ୍କୁ ସେପ୍ଟମ୍ବର 2017ରେ ହରାଇଥିଲେ ।

ଅନ୍ୟତମ ଖେଳାଳି ସୌରଭ ଘୋଷାଲ ପ୍ରଥମ ଥର ଏସିଆନ ଟାଇଟଲ ଜିତିବାପରେ ବହୁତ ଖୁସି ବୋଲି କହିଛନ୍ତି । ଭାରତ ପାଇଁ ଖେଳିବା ଓ ଟାଇଟଲ ଜିତିବା ନିଜ ପାଇଁ ଗର୍ବର ବିଷୟ ବୋଲି ସୌରଭ କହିଛନ୍ତି । ସୌରଭ ବିଶ୍ବ ସ୍କ୍ବାସ ମାନ୍ୟତାର 10ତମ ସ୍ଥାନରେ ଅଛନ୍ତି । ଓ ଜ୍ୟୋସ୍ନା 15 ତମ ସ୍ଥାନରେ ଅଛନ୍ତି । ଭାରତ ପ୍ରଥମ ଥର ଉଭୟ ପୁରୁଷ ଓ ମହିଳା ଏକକ ବର୍ଗରେ ଟାଇଟଲ ବିଜୟୀ ହୋଇଛି । ଭାରତୀୟ ଜାତୀୟ ଦଳର କୋଚ କ୍ବାରସ ପୋଞ୍ଚା ଭାରତ ପାଇଁ ଏହା ଏକ ଗୌରବର ଦିନ ବୋଲି କହିଛନ୍ତି ।

Intro:Body:

fd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.