ମେଲବର୍ଣ୍ଣ: ଗତ କିଛି ଦିନ ପୂର୍ବରୁ ଟେନିସରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ ଭାରତୀୟ ଷ୍ଟାର ଖେଳାଳି ସାନିଆ ମିର୍ଜା । ୨୦୨୨ ସିଜିନ ତାଙ୍କ କ୍ୟାରିଅରର ଶେଷ ସିଜିନ ହେବ ବୋଲି ସେ କହିଥିଲେ । କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତିକୁ ନେଇ ପଶ୍ଚାତାପ କରୁଛନ୍ତି ସାନିଆ ମିର୍ଜା । ଏହାକୁ ନେଇ ଏକ ସାକ୍ଷାତକାରରେ ପ୍ରତିକ୍ରିୟା ଦେଇଛନ୍ତି ।
ଗତ ସପ୍ତାହରେ ଅନ୍ତର୍ଜାତୀୟ ଟେନିସରୁ ଅବସର ଘୋଷଣା କରିଥିଲେ ସାନିଆ ମିର୍ଜା । ୨୦୨୨ ସିଜିନ ତାଙ୍କ କ୍ୟାରିଅରର ଶେଷ ସିଜିନ ବୋଲି କହିଥିଲେ । ଅଷ୍ଟ୍ରେଲିଆନ ଓପନ୍ର ମିଶ୍ରିତ ଯୁଗଳ ବର୍ଗରେ କ୍ବାର୍ଟର ଫାଇନାଲ ମ୍ୟାଚ୍ ହାରିବା ପରେ ସାନିଆ ମିର୍ଜାଙ୍କ ଅଭିଯାନ ଶେଷ ହୋଇଥିଲା । ଅଷ୍ଟ୍ରେଲିଆର ଯୋଡ଼ି ଫୋରଲିସ ଓ ଜେସନ କୁବଲରଙ୍କ ଠାରୁ ଦୁଇଟି ସେଟ୍ରେ ପରାଜିତ ହୋଇଥିଲେ ଭାରତୀୟ ଯୋଡ଼ିଦାର ।
ସାନିଆ ମିର୍ଜା କହିଛନ୍ତି ଯେ, "ମୁଁ ବହୁତ ଶୀଘ୍ର ଖେଳରୁ ସନ୍ନ୍ୟାସ ଘୋଷଣା କରିଦେଲି । ଏହାକୁ ନେଇ ମୋତେ ପଶ୍ଚାତାପ ହେଉଛି । ବର୍ତ୍ତମାନ ମୋତେ ଏହି ପ୍ରଶ୍ନ ହିଁ ପଚରା ଯାଉଛି । ଟେନିସ ପ୍ରତି ମୋର ଦୃଷ୍ଟିକୋଣ ବିଶେଷ ବଦଳି ନାହିଁ । ଗତ ସିଜିନ ମୁଁ ଖେଳି ନଥିଲି। କୋର୍ଟରେ ମୁଁ ମୋର ଶତପ୍ରତିଶତ ଦେବାକୁ ଚେଷ୍ଟା କରୁଥିଲି । ମୁଁ ମ୍ୟାଚ୍ ଜିତିବାକୁ ମ୍ୟାଚ୍ ଖେଳୁଛି । ଯେତେବେଳେ ଯାଏଁ ମୁଁ ଖେଳୁଥିବି କେବଳ ଜିତିବା ହିଁ ମୋର ଲକ୍ଷ୍ୟ ରହିବ । ବର୍ତ୍ତମାନ ମୁଁ ଅବସର ବିଷୟରେ ବିଶେଷ ଭାବୁନାହିଁ । ଟେନିସରେ ବିଜୟ ହେଉକି ପରାଜୟ ମୋତେ ଖେଳିବାକୁ ଭଲ ଲାଗେ ।"
@ians