ETV Bharat / sports

ରୌପ୍ୟ ବିଜୟିନୀ ଚାନୁଙ୍କୁ ଭେଟିଲେ ବଲିଉଡ ଭାଇଜାନ୍‌

author img

By

Published : Aug 12, 2021, 8:11 PM IST

ଅଲମ୍ପିକ ରୌପ୍ୟ ବିଜୟିନୀ ମୀରାବାଇ ଚାନୁଙ୍କୁ ଭେଟିଲେ ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ । ଅଧିକ ପଢନ୍ତୁ...

Salman Khan meets Olympic medallist Mirabai Chanu
ରୌପ୍ୟ ବିଜୟିନୀ ଚାନୁଙ୍କୁ ଭେଟିଲେ ବଲଉଡ ଭାଇଜାନ୍‌

ମୁମ୍ବାଇ: ଅଲମ୍ପିକ ରୌପ୍ୟ ବିଜୟିନୀ ମୀରାବାଇ ଚାନୁଙ୍କୁ ଭେଟିଲେ ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ । ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଚାନୁଙ୍କ ସହିତ ଏକ ଫଟୋ ସେୟାର କରିବା ସହ ସଲମନ ଲେଖିଛନ୍ତି, 'ହାପି ଫର୍‌ ୟୁ.. ସିଲଭର ମେଡାଲିଷ୍ଟ' । ଏଥି ସହିତ ଚାନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସଲମାନ ।

ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ରେ ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ମୀରାବାଇ ଚାନୁ ।

ସଲମାନଙ୍କ ଏହି ଶୁଭେଚ୍ଛା ବାର୍ତ୍ତାଥିବା ଟ୍ବିଟର ଉତ୍ତର ମଧ୍ୟ ରଖିଛନ୍ତି ଚାନୁ । ଏହି ଭେଟ ସ୍ବପ୍ନ ସତ ହେବା ଭଳି କହିବା ସହ ନିଜକୁ ସଲମାନଙ୍କ ଜଣେ ବଡ ଫ୍ୟାନ କହିଛନ୍ତି ଚାନୁ ।

ପୂର୍ବରୁ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ବୁଧବାର ମୀରାବାଇଙ୍କୁ ଭେଟିବା ସହ ଫଟୋ ସେୟାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.