ETV Bharat / sports

ଏସୀୟ ରେସଲିଂ ଚାମ୍ପିଅନସିପରେ ଭାଗ ନେବେ ସାକ୍ଷୀ ମଲ୍ଲିକ - ଏସୀୟ ରେସଲିଂ ଚାମ୍ପିଅନସିପ

ରିଓ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲ୍ଲିକ ଆସନ୍ତା ମାସର କାଜାଖସ୍ତାନର ଆଲମାଟିରେ ଆୟୋଜିତ ହେବାକୁ ଥିବା ଏସୀୟ ରେସଲିଂ ଚାମ୍ପିଅନସିପରେ 65 କିଲୋଗ୍ରାମ ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ଭାଗ ନେବେ । ଅଧିକ ପଢନ୍ତୁ...

Sakshi Malik selected for the Asian wrestling meet
ଏସୀୟ ରେସଲିଂ ଚାମ୍ପିଅନସିପରେ ଭାଗନେବେ ସାକ୍ଷୀ ମଲ୍ଲିକ
author img

By

Published : Mar 28, 2021, 11:32 AM IST

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲ୍ଲିକ ଆସନ୍ତା ମାସର କାଜାଖସ୍ତାନର ଆଲମାଟିରେ ଆୟୋଜିତ ହେବାକୁ ଥିବା ଏସୀୟ ରେସଲିଂ ଚାମ୍ପିଅନସିପରେ ଭାଗ ନେବେ । ସେ 65 କିଲୋଗ୍ରାମ ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ଭାଗ ନେବେ । ଏନେଇ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ଭାରତୀୟ ଦଳ ଘୋଷଣା କରି କହିଛି ।

ଶନିବାର ଲକ୍ଷ୍ନୌର ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (SAI) ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଜାତୀୟ ଚୟନ ପରୀକ୍ଷଣରେ ଦିବ୍ୟା କାକରନ୍ 72 କିଲୋଗ୍ରାମରେ ମନୋନୀତ ହୋଇଥିବାବେଳେ ସରିତା ମର୍ 59 କିଲୋଗ୍ରାମ ଇଭେଣ୍ଟରେ ଖେଳିବେ ଏପ୍ରିଲ୍ 9 ରୁ 18 ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାରେ ଭାଗ ନେବେ । ସେହିପରି ପିଙ୍କି 55 କିଲୋଗ୍ରାମରେ ଚୟନ କରାଯାଇଛି |

ଗତ ସପ୍ତାହରେ ସାକ୍ଷୀ ମଲ୍ଲିକ ଲକ୍ଷ୍ନୌରେ ଅନୁଷ୍ଠିତ ଜାତୀୟ ପରୀକ୍ଷାରେ ସେ ସୋନମ ମଲିକଙ୍କୁ ହରାଇ 62 କିଲୋଗ୍ରାମ ବର୍ଗରେ ପ୍ରତିଦ୍ବନ୍ଦିତା କରିବାର ଆଶା ରଖିଥିଲେ। ସୋନମ ଆଲମାଟିରେ ଏସିଆନ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିଦ୍ବନ୍ଦିତା କରିବେ। କାଜାଖସ୍ତାନରେ ଯଦି ପୋଡିୟମ୍ ଫିନିଶ୍ କରିବେ ତେବେ ନିଶ୍ଚିତ ଭାବରେ ସୋନମ୍ ଜୁଲାଇ 23 ରୁ ଟୋକିଓ ଅଲିମ୍ପିକ୍ସକୁ ଯିବେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.