ETV Bharat / sports

କମନୱେଲ୍ଥ ଓ ଏସିଆନ ଗେମ୍ସ ସିଲେକ୍ସନ ଟ୍ରାଏଲରୁ ଓହରିଲେ ସାଇନା

ହିସାରରେ ଜନ୍ମିତ ୩୨ ବର୍ଷୀୟ ସର୍ଟଲର ସାଇନା, ଦୁଇଥର କମନୱେଲ୍ଥ ଗେମ୍ସ (CWG) ଓ ୨୦୧୨ ଲଣ୍ଡନ ଅଲମ୍ପିକ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ରହିଛନ୍ତି । ଟ୍ରାଏଲ ମ୍ୟାଚ୍‌ ଖେଳିବାକୁ ଚାହୁଁନଥିବା ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘ(BAI)କୁ ଜଣାଇଛନ୍ତି ସାଇନା । ଅଧିକ ପଢନ୍ତୁ

author img

By

Published : Apr 12, 2022, 8:05 PM IST

Saina Nehwal decides to skip selection trials for CWG, Asian Games
କମନୱେଲ୍ଥ ଓ ଏସିଆନ ଗେମ୍ସ ସିଲେକ୍ସନ ଟ୍ରାଏଲରୁ ଓହରିଲେ ସାଇନା

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନରେ ଷ୍ଟାର ସର୍ଟଲର ସାଇନା ନେହୱାଲଙ୍କ ଯୁଗ ଶେଷ ଚର୍ଚ୍ଚା । ରାଜ୍ୟଗୋଷ୍ଠୀ କ୍ରୀଡାରେ(Commonwealth Games) ସାଇନାଙ୍କ ଟାଇଟେଲ ଡିଫେଣ୍ଡ ସମ୍ଭାବନା ସୁଯୋଗ ରହିଥିଲା । ମାତ୍ର ଏହି ମେଗା ମଲ୍ଟି ସ୍ପୋର୍ଟ୍ସ ଇଭେଣ୍ଟ ପାଇଁ ହେବାକୁ ଥିବା ସିଲେକ୍ସନ ଟ୍ରାଏଲରେ ଅଂଶଗ୍ରହଣ ନ କରିବାକୁ ସାଇନା ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ବର୍ମିଂହାମରେ କମନୱେଲ୍ଥ ଗେମ୍ସ ଓ ହାଙ୍ଗଜୋଉରେ ଏସିଆନ ଗେମ୍ସ ଖେଳାଯିବ । ଏହି ଦୁଇ ସମ୍ମାନଜନକ ଇଭେଣ୍ଟ ପାଇଁ ଏପ୍ରିଲ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଟ୍ରାଏଲ ହେବାନେଇ ସୂଚୀ ରହିଛି ।

ହିସାରରେ ଜନ୍ମିତ ୩୨ ବର୍ଷୀୟ ସର୍ଟଲର ସାଇନା, ଦୁଇଥର କମନୱେଲ୍ଥ ଗେମ୍ସ (CWG) ଓ ୨୦୧୨ ଲଣ୍ଡନ ଅଲମ୍ପିକ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ରହିଛନ୍ତି । ଟ୍ରାଏଲ ମ୍ୟାଚ୍‌ ଖେଳିବାକୁ ଚାହୁଁନଥିବା ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘ(BAI)କୁ ଜଣାଇଛନ୍ତି ସାଇନା । BAI ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସାଇନା ନିଜର ନିଷ୍ପତି BAIକୁ ଜଣାଇଛନ୍ତି ଯେ ଟ୍ରାଏଲ ଖେଳିବାକୁ ଚାହୁଁନାହାନ୍ତି । CWG, ଏସିଆନ ଗେମ୍ସ, ଥୋମାସ ଓ ଉବର କପ୍‌ ପାଇଁ ଏହା କେବଳ ଏକମାତ୍ର ଟୁର୍ଣ୍ଣାମେଣ୍ଟ ।

CWG ସ୍କ୍ବାଡ୍‌ ୧୦ ସଦସ୍ୟ ବିଶିଷ୍ଟ ହେବ ଓ ପୁରୁଷ ଓ ମହିଳାଙ୍କ ସଂଖ୍ୟା ସମାନ ରହିବ । ଅନ୍ୟପଟେ ଏସିଆନ ଗେମ୍ସ, ଥୋମାସ ଓ ଉପର କପ୍‌ ଟିମରେ ୨୦ଜଣ ଲେଖାଏଁ ସଦସ୍ୟ ରହିବେ । ଟିମରେ ୧୦ଜଣ ମହିଳା ଓ ୧୦ଜଣ ପୁରୁଷ ଖେଳାଳି ରହିପାରିବେ । BAI ଏହା ସ୍ପଷ୍ଟ କରିସାରିଛି ଯେ, BWF ରାକିଂରେ ଶୀର୍ଷ ୧୫ ସ୍ଥାନ ମଧ୍ୟରେ ଥିବା ଖେଳାଳିଙ୍କୁ ସିଧାସଳଖ ଚୟନ କରାଯିବ । ମାତ୍ର ଅବଶିଷ୍ଟ ଖେଳାଳିଙ୍କୁ ଟ୍ରାଏଲ ମ୍ୟାଚ୍‌ ଆୟୋଜନ କରାଯାଇ ଚୟନ କରାଯିବ । ଫଳରେ ଟ୍ରାଏଲ ଟୁର୍ଣ୍ଣାମେଣ୍ଟରେ ରାକିଂର ୧୬ରୁ ୫୦ ମଧ୍ୟରେ ଥିବା ଖେଳାଳି ନଜର ଆସିବେ । ମାର୍ଚ୍ଚ ୨୯ରେ ଏକ ବିଜ୍ଞପ୍ତିରେ BAI ଘୋଷଣା କରିସାରିଛି । ଏହି ପ୍ରତିଯୋଗିତାରୁ ଜାତୀୟ ପରିଚାଳନା ପରିଷଦ ୨୦୨୪ ଅଲମ୍ପିକ୍‌ସ ଖେଳ ପାଇଁ ସମ୍ଭାବ୍ୟ କୋର୍‌ ଗ୍ରୁପ ପ୍ରସ୍ତୁତ କରିବା ସମ୍ଭାବନା ରହିଛି । ବିଶ୍ବ ବ୍ୟାଡମିଣ୍ଟନ ରାକିଂର ପୂର୍ବତନ ନମ୍ବର ୧ ସାଇନା ଏକାଧିକ ଥର ଆହତ ସମସ୍ୟାରେ ପଡିବା ସହ ଗତ କିଛି ବର୍ଷ ଧରି ଫର୍ମ ପାଇଁ ସଂଘର୍ଷ କରୁଛନ୍ତି । ଏହି କାରଣରୁ ତାଙ୍କର ରାକିଂ ୨୩କୁ ଖସିଆସିଛି । ୨୦୧୦ ଓ ୨୦୧୮ CWGରେ ପଦକ ଜିତିଥିବା ସାଇନା, ରିଓ ଅଲମ୍ପିକ୍‌ ପୂର୍ବରୁ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା ।

ଗତବର୍ଷ ଅକ୍ଟୋବର ମାସରେ ଡେନମାର୍କରେ ଖେଳାଯାଇଥିବା ଥୋମାସ ଓ ଉବର କପ୍‌ ଫାଇନାଲ ସମୟରେ ମାଂସପେଶୀ ଜନିତ ଆହତ ହୋଇଥିଲେ ସାଇନା । ପରେ ଆଣ୍ଠୁ ଆଘାତ ପାଇଁ ଫ୍ରେଞ୍ଚ୍‌ ଓପନ ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଅଧାରୁ ଓହରିବାକୁ ବାଧ୍ୟ ହୋଇଥିଲେ । ଏହାପରେ ଇଣ୍ଡିଆ ଓପନରେ କମବ୍ୟାକ୍‌ କରିଥିଲେ ମଧ୍ୟ ଯୁବ ଭାରତୀୟ ସର୍ଟଲର ମାଳବିକା ବଂଶଦଙ୍କ ଠାରୁ ଦ୍ବିତୀୟ ରାଉଣ୍ଡ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ । ଏହାର କିଛି ସପ୍ତାହ ପରେ ସେ ଗତ ମାସରେ ତିନୋଟି ଇଭେଣ୍ଟ ଖେଳିଥିଲେ - ଜର୍ମାନ ଓପନ, ଅଲ ଇଂଲଣ୍ଡ ଓ ସ୍ବିସ ଓପନ । ମାତ୍ର ଦ୍ବିତୀୟ ରାଉଣ୍ଡକୁ ପାର୍‌ କରିବାକୁ ଅସମର୍ଥ ହୋଇଥିଲେ । ନିକଟରେ ସାଇନା ଖେଳିଥିବା କିଛି ଅନ୍ୟ ଇଭେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ ଏପରି ରହିଥିଲା-୨୦୨୧ ଓରଲିନ୍‌ସ ମାଷ୍ଟର୍ସ ସୁପର ୧୦୦ ସେମିଫାଇନାଲରେ ସନ୍ତୁଷ୍ଟ, ବାର୍ସେଲୋନା ସ୍ପେନ ମାଷ୍ଟର୍ସ ସୁପର ୩୦୦ରେ କ୍ବାର୍ଟର ଫାଇନାଲ ଓ ମାଲେସିୟା ମାଷ୍ଟର୍ସ ୨୦୨୦ରେ କ୍ବାର୍ଟରଫାଇନାଲ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.