ETV Bharat / sports

Malaysia Open: ପ୍ରଥମ ମ୍ୟାଚରେ ବିଦା ହେଲେ ସାଇନା ଓ ଶ୍ରୀକାନ୍ତ

author img

By

Published : Jan 11, 2023, 7:56 AM IST

ମାଲେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ସଟଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ । ଅଧିକ ପଢନ୍ତୁ

ସାଇନା ନେହୱାଲ ଏବଂ କିଦାମ୍ବି ଶ୍ରୀକାନ୍ତ
ସାଇନା ନେହୱାଲ ଏବଂ କିଦାମ୍ବି ଶ୍ରୀକାନ୍ତ

ହାଇଦ୍ରାବାଦ: ମାଲେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ଷ୍ଟାର ସଟଲର ସାଇନା ନେହୱାଲ ଏବଂ କିଦାମ୍ବି ଶ୍ରୀକାନ୍ତ ପ୍ରଥମ ମ୍ୟାଚରୁ ବିଦା ହୋଇଛନ୍ତି । ପ୍ରଥମ ମ୍ୟାଚରେ ଚୀନର ହାନ ୟୁ ସହିତ ସାଇନାଙ୍କର କଡା ଟକ୍କର ହୋଇଥିଲା । ହେଲେ ବିଶ୍ବର ୧୩ ନମ୍ବର ସଟଲର ଖେଳାଳି ହାନ ୟୁ ୧୨-୨୧, ୨୧-୧୭, ୧୨- ୨୧ ପଏଣ୍ଟରେ ସାଇନା ନେହୱାଲଙ୍କୁ ପରାସ୍ତ କରିଛନ୍ତି । ସେପଟେ କିଦାମ୍ବି ଶ୍ରୀକାନ୍ତ ନିଜ ଫର୍ମ ପାଇଁ ସଂଘର୍ଷ କରୁଥିବା ବେଳେ ଜାପାନର ନିଶିମୋତୋଙ୍କ ଠାରୁ ଏହି ଟୁର୍ଣ୍ଣାମେଣ୍ଟରେ ପରାସ୍ତ ହୋଇଛନ୍ତି । ୪୨ ମିନିଟର ମୁକାବିଲାରେ ୧୯-୨୧, ୧୪-୨୧ ପଏଣ୍ଟରେ ପରାସ୍ତ ହୋଇଛନ୍ତି କିଦାମ୍ବି ଶ୍ରୀକାନ୍ତ । ତେବେ ଭାରତର ଏହି ଦୁଇ ସଟଲର ବିଦା ହେବା ପରେ ଭାରତର ଆଶା କ୍ଷୀଣ ହୋଇଛି ।

ମାଲେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ୬୬ ତମ ସଂସ୍କରଣ କୁଆଲାଲପୁରରେ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏହା BWFର ସୁପର ୧୦୦୦ ସିରିଜ ପ୍ରତିଯୋଗିତା । ଏହି ଟୁର୍ଣ୍ଣାମେଣ୍ଟକୁ ଗତ ବର୍ଷ BWF ସୁପର ୭୫୦ରୁ ୧୦୦୦ ସିରିଜକୁ ପରିବର୍ତ୍ତନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଜାନୁଆରୀ ୧୫ ତାରିଖରେ ଶେଷ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.