ନୂଆଦିଲ୍ଲୀ: ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ ଗୁରୁବାର ପ୍ରୋଜେକ୍ଟ ଅଫିସରରୁ କୋଚ୍ ବନିଥିବା ଜଣେ ଅଧିକାରୀଙ୍କୁ ନିଲମ୍ବିତ କରିଛି । ଜଣେ ନାବାଳିକାଙ୍କୁ ଯୌନଶୋଷଣ ଅଭିଯୋଗରେ ଗିରଫ ହେବାପରେ ତୁରନ୍ତ କୋଚ୍ ପଦରୁ ବହିଷ୍କାର କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛି ସାଇ ।
ଅଭିଯୁକ୍ତ ଆଥଲେଟିକ କୋଚ୍ଙ୍କ ବୟସ 50 ବର୍ଷରୁ ଅଧିକ । ବର୍ତ୍ତମାନ ପୋକ୍ସୋ ଆକ୍ଟ ଅନୁଯାୟୀ, ତିହାର ଜେଲ୍ରେ ରହିଛି । ଅଭିଯୋଗ ଅନୁୟାୟୀ, ଶ୍ରୀ ସାଇ ସ୍ପୋର୍ଟ୍ସ କମ୍ପ୍ଳେକ୍ସ ନାମକ ଏକ ସ୍ପୋର୍ଟ୍ସ କମ୍ପ୍ଳେକ୍ସରେ ପ୍ରାଇଭେଟ ଟ୍ରେନିଂ ଦେଉଥିଲେ । ସେଠାରେ ଟ୍ରେନିଂ ନେଉଥିବା ଜଣେ 13ବର୍ଷର ନାବାଳିକାଙ୍କୁ କୋଚ୍ ଜଣଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣା ସାଇ ଟ୍ରେନିଂ ସେଣ୍ଟର ପରିସରରେ ଘଟିନାହିଁ । କୋଚ୍ ଜଣଙ୍କ ଅଧିକାରୀଙ୍କ ଠାରୁ ଉପଯୁକ୍ତ ଅନୁମତି ବିନା ଟ୍ରେନିଂ ଦେଉଥିଲେ ବୋଲି ସାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ପୋକ୍ସୋ ଆକ୍ଟ ଅନୁଯାୟୀ, ଅଭିଯୁକ୍ତ କୋଚ ଦୋଷୀ ସାବ୍ୟସ୍ତ ହେଲେ ସାତ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହେବାର ସମ୍ଭାବନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ