ETV Bharat / sports

କୋରୋନା ପଜିଟିଭଙ୍କ ମୃତ୍ୟୁ, ସାଇ ସେଣ୍ଟରରେ ଅସୁରକ୍ଷିତ ଆଥଲେଟ ! - ବେଙ୍ଗାଲୁରୁ ସେଣ୍ଟରରେ କୋରୋନା ଭୟ

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ବେଙ୍ଗାଲୁରୁ ସେଣ୍ଟରରେ କୋରୋନା ଭୟ । ସାଇ ସେଣ୍ଟର ଜଣେ ରୋଷେୟା କୋରୋନା ସଂକ୍ରମଣର ଶୀକାର ହୋଇ ମୃତ୍ୟୁ ବରଣ କରିଛନ୍ତି । ଏହାପରେ ସ୍ପୋର୍ଟ୍ସ ଅଥରିଟି ଅଉ ଇଣ୍ଡିଆ ପକ୍ଷରୁ ଖେଳାଳିଙ୍କୁ ସୁରକ୍ଷିତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

SAI asks athletes to stay secure, campus disinfected
କୋରୋନା ପଜିଟିଭଙ୍କ ମୃତ୍ୟୁ, ସାଇ ସେଣ୍ଟରରେ ଅସୁରକ୍ଷିତ ଆଥଲେଟ !
author img

By

Published : May 21, 2020, 3:55 PM IST

ବେଙ୍ଗାଲୁରୁ: ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ବେଙ୍ଗାଲୁରୁ ସେଣ୍ଟରରେ କୋରୋନା ଭୟ । ସାଇ ସେଣ୍ଟର ଜଣେ ରୋଷେୟା କୋରୋନା ସଂକ୍ରମଣର ଶୀକାର ହୋଇ ମୃତ୍ୟୁ ବରଣ କରିଛନ୍ତି । ଏହାପରେ ସ୍ପୋର୍ଟ୍ସ ଅଥରିଟି ଅଉ ଇଣ୍ଡିଆ ପକ୍ଷରୁ ଖେଳାଳିଙ୍କୁ ସୁରକ୍ଷିତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ବେଙ୍ଗାଲୁରୁ ସାଇ ସେଣ୍ଟରରେ ଭାରତୀୟ ପୁରୁଷ ଓ ମହିଳା ହକି ଦକକୁ ସୁରକ୍ଷିତ ରହିବା ପାଇଁ କୁହାଯାଇଛି । ମେ 29 ପର୍ଯ୍ୟନ୍ତ ଆଇସୋଲେସନରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ତେବେ ମୃତ୍ୟୁ ଘଟିଥିବା ରୋଷେୟା ଜଣଙ୍କ ସାଇ କ୍ୟାମ୍ପସ ବାହାରେ ରହୁଥିଲେ ଓ ଗୋଟିଏ ବୈଠକରେ ଭାଗ ନେବାକୁ ଗତ ସପ୍ତାହରେ କ୍ୟାମ୍ପସ ଭିତରକୁ ଆସିଥିଲେ ବୋଲି ଜଣାପଡିଛି । କ୍ୟାମ୍ପସ ପରିସରକୁ ବିଶୋଧନ କରାଯିବା ସହ ସୋଡିୟମ ହାଇପୋକ୍ଳୋରାଇଡ ସିଞ୍ଚନ କରାଯାଇଥିବା ସାଇର ସିନିୟର ନିର୍ଦ୍ଦେଶକ ଅଜୟ କୁମାର ବହଲ କହିଛନ୍ତି । ସେ ବୈଠକରେ ସାଇର ସିନିୟର ନିର୍ଦ୍ଦେଶକଙ୍କ ସମେତ ଉପସ୍ଥିତ ଥିବା 4ଜଣ କ୍ବାରେଣ୍ଟିନରେ ରହିଛନ୍ତି ।

ସମସ୍ତ ଆଥଲେଟ ସୁରକ୍ଷିତ ଥିବା ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରା କହିଛନ୍ତି । ଭୟ କରିବାର ଆବଶ୍ୟକତା ନାହିଁ । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ବେଙ୍ଗାଲୁରୁ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.