ETV Bharat / sports

ଟୋକିଓ ଅଲମ୍ପିକ୍ସରୁ ଋଷିଆ ବାସନ୍ଦ - ବିଶ୍ବ ଆଣ୍ଟି ଡୋପିଙ୍ଗ ଏଜେନ୍ସି

ଜାପାନରେ ଆୟୋଜିତ ହେଉଥିବା ଟୋକିଓ ଅଲମ୍ପିକ୍ସ 2020ରୁ ବାଦ ପଡିଛି ଋଷିଆ। ବିଶ୍ବ ଆଣ୍ଟି ଡୋପିଙ୍ଗ ଏଜେନ୍ସି(WADA)ର ନିୟମ ଖିଲାପ କରିବା ପରେ ଋଷିଆକୁ ଏହି ଦଣ୍ଡ ମିଳିଛି।

ଟୋକିଓ ଅଲମ୍ପିକ୍ସରୁ ରୁଷିଆ ବାସନ୍ଦ
ଟୋକିଓ ଅଲମ୍ପିକ୍ସରୁ ରୁଷିଆ ବାସନ୍ଦ
author img

By

Published : Dec 9, 2019, 5:49 PM IST

ମସ୍କୋ: ଋଷିଆକୁ ଲାଗିଛି ଅଲମ୍ପିକ ଝଟକା। ଜାପାନରେ ଆୟୋଜିତ ହେବାକୁ ଥିବା 2020 ଟୋକିଓ ଅଲମ୍ପିକ୍ସରୁ ବାସନ୍ଦ ହୋଇଛି ଋଷିଆ । ବିଶ୍ବ ଆଣ୍ଟି ଡୋପିଙ୍ଗ ଏଜେନ୍ସି(WADA)ର ନିୟମ ଖିଲାପ କରିବା ପରେ ଋଷିଆକୁ ଦଣ୍ଡିତ କରିଛି ୱାଡା। ଏହି ବାସନ୍ଦାଦେଶ ଅନୁଯାୟୀ 4ବର୍ଷରୁ ଅଧିକ ସମୟ ପାଇଁ ଋଷିଆ, କୌଣସି ଅନ୍ତଜାର୍ତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିପାରିବ ନାହିଁ।

ବିଶ୍ବ ଆଣ୍ଟି ଡୋପିଙ୍ଗ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ ଋଷିଆ ଡୋପ ଟେଷ୍ଟ ଲାବୋରେଟୋରୀ ତଥ୍ୟକୁ ପରିବର୍ତ୍ତନ ପାଇଁ ଚେଷ୍ଟା କରିଛି ।ଋଷୀୟ ଖେଳାଳିଙ୍କ ଡୋପଟେଷ୍ଟରେ କେତେକ ପଜିଟିଭ ଫାଇଲକୁ ନଷ୍ଟ କରିଛନ୍ତି। ଏହାସହିତ କିଛି ମିଛ ତଥ୍ୟ ମଧ୍ୟ ଉପସ୍ଥାପନ କରିଯାଇଛି।

2015 ଡୋପିଙ୍ଗ ରିପୋର୍ଟକୁ ମଧ୍ୟ ୱାଡା ପକ୍ଷରୁ ରଖାଯାଇଛି । ସେତେବେଳେ ଏକାଧିକ ଋଷୀୟ ଖେଳାଳି ଡୋପ ଟେଷ୍ଟରେ ବିଫଳ ହୋଇ ବାସନ୍ଦ ହୋଇଥିଲେ । ଏପରିକି ଋଷିଆନ ଆଣ୍ଟି ଡୋପିଙ୍ଗ ଏନଜେନ୍ସି (RUSADA)କୁ ମଧ୍ୟ 2015ରେ ନିଲମ୍ବିତ କରାଯାଇଥିଲା। ଋଷିଆର ଅନେକ ଖେଳାଳି ଡୋପ ଟେଷ୍ଟରେ ବିଫଳ ହୋଇ ବାଦ ପଡିବା ପରେ ଅନ୍ତଜାର୍ତୀୟ ଟୁର୍ଣ୍ଣାମେଣ୍ଟରେ ଦେଶର ପ୍ରଦର୍ଶନର ପ୍ରଭାବ ପଡୁଛି। ସେଥପାଇଁ ଏପରି ଖେଳାଳିଙ୍କ ପଜିଟିଭ ରିପୋର୍ଟକୁ ବଦଳାଯାଇ ମିଥ୍ୟା ତଥ୍ୟ ଦିଆଯାଇଥିବା ଚର୍ଚ୍ଚା ହେଉଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.