ETV Bharat / sports

ମହିଳା ଆଥଲେଟଙ୍କୁ ରୂୂପାଣି ସରକାରଙ୍କ 10 ଲକ୍ଷ ଲେଖାଏଁ ପୁରସ୍କାର

author img

By

Published : Jul 15, 2021, 6:06 PM IST

ଆଗାମୀ ଟୋକିଓ ଅଲମ୍ପିକ୍ସ ଓ ପାରାଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ରାଜ୍ୟର 6ଜଣ ଆଥଲେଟଙ୍କୁ 10 ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେବେ ଗୁଜୁରାଟ ସରକାର । ଅଧିକ ପଢନ୍ତୁ...

Rs 10 lakh each to 6 Guj women heading for Tokyo Olympics, Paralympics
ଅଲମ୍ପିକ୍ସ-ପାରାଅଲମ୍ପିକ୍ସ ଯୋଗ୍ୟ 6 ଗୁଜୁରାଟ ମହିଳା ଆଥଲେଟଙ୍କୁ 10 ଲକ୍ଷ ଲେଖାଏଁ ପୁରସ୍କାର

ଗାନ୍ଧିନଗର: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କ ବଡ ଘୋଷଣା । ଆଗାମୀ ଟୋକିଓ ଅଲମ୍ପିକ୍ସ ଓ ପାରାଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ରାଜ୍ୟର 6ଜଣ ଆଥଲେଟଙ୍କୁ 10 ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେବେ ଗୁଜୁରାଟ ସରକାର । ଜୁଲାଇ 23ରୁ ଆରମ୍ଭ ହେବାକୁ ଥିବା ବିଶ୍ବ କ୍ରୀଡାର ଏହି ମହାକୁମ୍ଭରେ ଗୁଜୁରାଟର 6ଜଣ ମହିଳା ଖେଳାଳି ଅଂଶଗ୍ରହଣ କରିବେ ।

ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ 6ଜଣ ମହିଳା ଖେଳାଳି ମେଗା କ୍ରୀଡା ଇଭେଣ୍ଟରେ ଦେଶର ପ୍ରତିନିଧିତ୍ବ କରିବେ । ଫଳରେ ଗୁଜୁରାଟ ସରକାର ଏହି ସମସ୍ତ ଖେଳାଳିଙ୍କୁ 10 ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରୂପାଣି ''ଗୁଜୁରାଟର ସମସ୍ତ 6ଜଣ ଝିଅ''ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ରାଜ୍ୟକୁ ଗୌରବାନ୍ବିତ କରିବାକୁ ଶୁଭକାମନା ଜଣାଇଛନ୍ତି ।

ଅହମ୍ମଦାବାଦର ମାନା ପଟେଲ 100 ମିଟର ବ୍ୟାକଷ୍ଟ୍ରୋକ୍‌ ଇଭେଣ୍ଟରେ ଭାରତର ପ୍ରତିନିଧିତ୍ବ କରିବେ । 28ବର୍ଷୀୟା ଷ୍ଟାର ସନ୍ତରଣକାରୀ ଏଯାବତ 25ଟି ଅନ୍ତର୍ଜାତୀୟ, 72ଟି ଜାତୀୟ ଓ 82ଟି ରାଜ୍ୟ ସ୍ତରୀୟ ପଦକ ସମେତ ମୋଟ 180 ପଦକ ଜିତିସାରିଛନ୍ତି ।

ଅଙ୍କିତା ରାଇନା ଟେନିସ ଓ ଏଲାଭେନିଲ ଭଲାରିଭାନ ସୁଟିଂ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଅନ୍ୟ ତିନିଜଣ ମହିଳା ପାରାଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ବ୍ୟାଡମିଣ୍ଟନରେ ଗାନ୍ଧିନଗରର ପାରୁଲ ପରମର , ଭାବିନା ପଟେଲ ପାରା ଟେବୁଲ ଟେନିସ ଓ ସୋନଲ ପଟେଲ ପାରା ଟେନିସ ପ୍ରତିଯୋଗିତାରେ ନଜର ଆସିବେ ।

ଗୁଜୁରାଟରୁ ଶେଷଥର 1960 ରୋମ୍‌ ଅଲମ୍ପିକ୍ସରେ ହକି ଖେଳାଳି ଗୋବିନ୍ଦରାଓ ସାୱନ୍ତ ପ୍ରତିନିଧିତ୍ବ କରିଥିଲେ । ଏହାପୂର୍ବରୁ 1936 ଅଲମ୍ପିକ୍ସରେ ଶଙ୍କାରାଓ ଥ୍ରୋଟ କୁସ୍ତିରେ ଭାରତର ପ୍ରତିନିଧିତ୍ବ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.