ETV Bharat / sports

ଦିବ୍ୟାଙ୍ଗ କୋଚଙ୍କୁ ନିଯୁକ୍ତି ଦେବା ପାଇଁ ଏସଏଆଇକୁ କହିଲେ ରିଜିଜୁ

ଦିବ୍ୟାଙ୍ଗ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବାପାଇଁ ଶ୍ରବଣ ଓ ବାକ ବାଧିତ ପ୍ରଶିକ୍ଷକଙ୍କୁ ନିୟୁକ୍ତି ଦେବା ପାଇଁ ଏସଏଆଇକୁ କହିଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରିଜିଜୁ । ଅଧିକ ପଢ଼ନ୍ତୁ...

author img

By

Published : Jun 26, 2020, 6:27 AM IST

Rijiju asks SAI to look into hiring differently-abled coaches
ଦିବ୍ୟାଙ୍ଗ କୋଚଙ୍କୁ ନିଯୁକ୍ତି ଦେବା ପାଇଁ ଏସଏଆଇକୁ କହିଲେ ରିଜିଜୁ

ନୂଆଦିଲ୍ଲୀ: କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ ସ୍ପୋର୍ଟସ ଅଥୋରିଟି ଅଫ୍ ଇଣ୍ଡିଆ (SAI)କୁ ବାକ୍‌ ଏବଂ ଶ୍ରବଣ ବାଧିତ ଆଥଲେଟମାନଙ୍କୁ ତାଲିମ ଦେବା ପାଇଁ ଦିବ୍ୟାଙ୍ଗ ଦକ୍ଷ କୋଚ ନିଯୁକ୍ତ କରିବାକୁ କହିଛନ୍ତି। ଗୁରୁବାର ଏକ ଭର୍ଚୁଆଲ ବୈଠକ ସମୟରେ ଅଲ ଇଣ୍ଡିଆ ସ୍ପୋର୍ଟସ କାଉନସିଲ ଫର ଡିଫ (AISCD) ଦେଇଥିବା ଏକ ପ୍ରସ୍ତାବ ଉପରେ ରିଜିଜୁ ପ୍ରତିକ୍ରିୟା ଦେଇଛନ୍ତି।

ଜଣେ SAI ଅଧିକାରୀ କହିଛନ୍ତି ଯେ ରିଜିଜୁ ଏହି ପ୍ରସ୍ଥାବରେ ରାଜି ହୋଇଛନ୍ତି । ଏହାସହ SAI କୁ ପ୍ରଶିକ୍ଷକ ଚୟନ ଦିଗରେ ଥିବା ଧ୍ୟାନ ଦେବାକୁ କହିଛନ୍ତି । ଅଧିକାରୀ ଜଣକ କହିଛନ୍ତି ଯେ କରୋନାଭାଇରସ୍ ମହାମାରୀ ଏବଂ ଅନେକ କାରଣ ହେତୁ ପରବର୍ତ୍ତୀ ଲକଡାଉନ୍ ଅର୍ଥ ହେଉଛି ପ୍ରକ୍ରିୟା ଅତିକମରେ ଛଅ ମାସ ସମୟ ନେଇପାରେ।

ଭିଡିଓ କନଫରେନ୍ସରେ 15ଟି ଜାତୀୟ କ୍ରୀଡ଼ା ଫେଡେରେଶନର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଏହା ମନ୍ତ୍ରୀଙ୍କ ଦ୍ବିତୀୟ ପର୍ଯ୍ୟାୟ ବୈଠକ ଥିଲା ଯେଉଁଥିରେ ମନ୍ତ୍ରୀ ସାରା ଦେଶରେ NSFର ସଭାପତି ଏବଂ ସଚିବ ଜେନେରାଲଙ୍କ ସହ ଆଲୋଚନା କରୁଥିଲେ ।

ପୂର୍ବ ବୈଠକରେ ରିଜିଜୁ ଏନଏସଏଫର ପ୍ରତିନିଧୀଙ୍କୁ ପଚାରିଥିଲେ ଯେ ସେମାନଙ୍କ ପାଇଁ ବିଦେଶୀ ପ୍ରଶିକ୍ଷକଙ୍କ ଦରମା ହ୍ରାସ କରିବା ସମ୍ଭବ କି? ଏହି ପ୍ରସ୍ତାବରେ ଅଧିକାରୀମାନେ ବୈଠକରେ ସହମତ ହୋଇନଥିଲେ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.