ETV Bharat / sports

French Open 2022: ଫ୍ରେଞ୍ଚ ଓପନ ଟାଇଟଲ ହାତେଇଲେ ନାଦାଲ - ରାଫେଲ ନାଦାଲ ହାତେଇଲେ ଗ୍ରାଣ୍ଡ ସ୍ଲମ ଟାଇଟଲ

ରବିବାର ଅନୁଷ୍ଠିତ ଫ୍ରେଞ୍ଚ ଓପନ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ବାଜି ମାରି ନେଇଛନ୍ତି ନାଦାଲ । ନରୱେର କାସ୍ପର ରୁଡଙ୍କୁ 6-3,6-3, 6-0 ସେଟରେ ହରାଇ ଚମ୍ପିଆନ ହୋଇଛନ୍ତି । ଅଧିକ ପଢନ୍ତୁ

ଗ୍ରାଣ୍ଡ ସ୍ଲମ ଟାଇଟଲ ହାତେଇଲେ ନାଦାଲ
French Open 2022
author img

By

Published : Jun 6, 2022, 8:50 AM IST

ପ୍ୟାରିସ: ରାଫେଲ ନାଦାଲ ବିଶ୍ବ ଟେନିସ ଜଗତର ଏକ ପରିଚିତ ନାମ । ଟେନିସ କୋର୍ଟରେ ନିଜର ପ୍ରତିନ୍ଦ୍ବନ୍ଦ୍ବୀଙ୍କ ପାଇଁ ସେ ପାଲଟିଯାଆନ୍ତି ପରାଜୟର କାରଣ । ନିଜକୁ କ୍ଲେକୋର୍ଟ ରାଜା ଭାବେ ପୁଣି ପ୍ରମାଣିତ କରିଛନ୍ତି ସ୍ପେନ ତାରକା ରାଫେଲ ନାଦାଲ । ପୁଣି ଥରେ ନିଜରୁ ଅପ୍ରତିନ୍ଦ୍ବନ୍ଦୀ ସାବ୍ୟସ୍ତ କରିଛନ୍ତି ରାଫେଲ । ରବିବାର ଅନୁଷ୍ଠିତ ଫ୍ରେଞ୍ଚ ଓପନ ଟେନିସ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ବାଜି ମାରି ନେଇଛନ୍ତି ନାଦାଲ । ନରୱେର କାସ୍ପର ରୁଡଙ୍କୁ 6-3,6-3, 6-0 ସେଟରେ ହରାଇ ଚମ୍ପିଆନ ହୋଇଛନ୍ତି ।

ପ୍ରଥମ ଦୁଇ ସେଟରେ ରୁ଼ଡ ସାମାନ୍ୟ ଚାଲେଞ୍ଜ ଦେବାକୁ ସକ୍ଷମ ହୋଇଥିଲେ । ହେଲେ ତୃତୀୟ ସେଟକୁ ସହଜରେ ପାର କରି ବିଜୟ ଧ୍ବଜା ଉଡାଇଥିଲେ ସ୍ପେନ ଟେନିସ ତାରକା ନାଦାଲ । ଏହି ଟାଇଟଲ ନାଦାଲଙ୍କ କ୍ୟାରିୟରର 14 ତମ ପ୍ରେଞ୍ଚ ଓପନ ସିଙ୍ଗଲ୍ସ ଟାଇଟଲ । ଏହାକୁ ମିଶାଇ ନାଦାଲଙ୍କ ଗ୍ରାଣ୍ଡସ୍ଲମ ଟାଇଟଲ ସଂଖ୍ୟା 22କୁ ବୃଦ୍ଧି ହୋଇଛି । ଫାଇନାଲ ପୂର୍ବରୁ କ୍ବାର୍ଟର ଫାଇନାଲରେ ନୋଭାକ ଜୋକଭିକଙ୍କୁ ହରାଇ ସେମିଫାଇନାଲରେ ପହଞ୍ଚିଥିଲେ । ଏହା ସହିତ ଜୋକଭିକଙ୍କୁ ଟୁର୍ଣ୍ଣାମେଣ୍ଟରୁ ଆଉଟ କରିଥିଲେ । ସେମି ମୁକାବିଲାରେ ଜର୍ମାନୀର ଆଲେକଜାଣ୍ଡର ଜ୍ବରେବଙ୍କୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲେ ନାଦାଲ ।

ଟାଇଟଲ ଲଢେଇରେ ନରୱେର ରୁଡଙ୍କୁ ସାମ୍ନା କରିଥିଲେ ନାଦାଲ । ଫାଇନାଲ ମୁକାବିଲା ଫଳାପଳ ଏକତରଫା ରହିଥିଲା । ନାଦାଲ 2 ଘଣ୍ଟା 18 ମିନିଟ ମଧ୍ୟରେ ରୁଡଙ୍କୁ ପରାସ୍ତ କରିଥିଲେ । ଗୋଟିଏ ବି ସେଟ ଜିତି ପାରିନଥିଲେ ରୁଡ । ପ୍ରଥମ ଦୁଇଟି ସେଟରେ ସଂଘର୍ଷ କରିଥିଲେ ବି ତୃତୀୟ ସେଟରେ ପରାସ୍ତ ପରାସ୍ତ ହୋଇଥିଲେ କାସ୍ପର ରୁଡ । ଫାଇନାଲ ମୁକାବିଲାକୁ ସହଜରେ କବଜା କରି ନେଇଥିଲେ ନାଦାଲ । ସମ୍ପୂର୍ଣ୍ଣ ମ୍ୟାଚରେ ନାଦାଲ ମୋଟ 8ଟି ବ୍ରେକ ପଏଣ୍ଟ ହାସଲ କରିଥିଲେ ।

ଏହା ବି ପଢନ୍ତୁ...French Open: ବିଜୟ ସହ ବିରୋଧୀଙ୍କ ହୃଦୟ ଜିତିଲେ ନାଦାଲ, ସଚିନ ଓ ଶାସ୍ତ୍ରୀଙ୍କ ପ୍ରଶଂସା

35 ବର୍ଷୀୟ ନାଦାଲ ବିଶ୍ବର ବୟୋଜ୍ୟେଷ୍ଠ ଖେଳାଳି ଭାବେ ଫ୍ରେଞ୍ଚ ଓପନ ସିଙ୍ଗଲ୍ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ଫ୍ରାନ୍ସର ଆନ୍ଦ୍ରେସ ଗିମେନୋଙ୍କ ନାମରେ ରହିଥିଲା । 1972 ମସିହାରେ ଗିମୋନୋ 34 ବର୍ଷ ବୟସରେ ଫ୍ରେଞ୍ଚ ଓପନ ଚମ୍ପିଆନ ହୋଇଥିଲେ । ଚଳିତ ବର୍ଷ ଏହା ନାଦାଲଙ୍କ ଦ୍ବିତୀୟ ଗ୍ରାଣ୍ଡ ସ୍ଳାମ ଟ୍ରଫି । ପ୍ରଥମ ଦୁଇ ଗ୍ରାଣ୍ଡ ସ୍ଲାମ (ଅଷ୍ଟ୍ରେଲିଆନ ଓ ଫ୍ରେଞ୍ଚ ଓପନ ଜିତିବା ନାଦାଲଙ୍କ ପାଇଁ ପ୍ରଥମ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.