ETV Bharat / sports

FIFA World Cup: କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ବ୍ରାଜିଲ ଓ କ୍ରୋଏସିଆ ମଧ୍ୟରେ କଡା ଟକ୍କର - FIFA World Cup 2022

କ୍ରୋଏସିଆର ମୁଖ୍ୟ କୋଚ୍ ଜ୍ଲାତକୋ ଡାଲିକ କ୍ବାର୍ଟର ଫାଇନାଲ ମୁକାବିଲା ପୂର୍ବରୁ ବ୍ରାଜିଲକୁ ଚଳିତ ବିଶ୍ବକପରେ ସବୁଠୁ ଶକ୍ତିଶାଳୀ ଟିମ୍ ବୋଲି କହିଛନ୍ତି । ଅଧିକ ପଢନ୍ତୁ

FIFA World Cup : କ୍ବାର୍ଟର ଫାଇନାଲରେ ଶକ୍ତିଶାଳୀ ବ୍ରାଜିଲ ସହିତ କଡା ଟକ୍କର ଦେବ କ୍ରୋଏସିଆ

author img

By

Published : Dec 9, 2022, 10:42 PM IST

ଦୋହା: ଆଜିଠୁ ଆରମ୍ଭ ହେଉଛି ଫିଫା ବିଶ୍ବକପ 2022ର କ୍ବାର୍ଟର ଫାଇନାଲ ମ୍ୟାଚ୍ । ପ୍ରଥମ ମ୍ୟାଚରେ ଭାରତୀୟ ସମୟ 8:30 PMରେ ମୁହାଁମୁହିଁ ହେବେ କ୍ରୋଏସିଆ ବନାମ ବ୍ରାଜିଲ । ତେବେ କ୍ରୋଏସିଆର ମୁଖ୍ୟ କୋଚ୍ ଜ୍ଲାତକୋ ଡାଲିକ କ୍ବାର୍ଟର ଫାଇନାଲ ମୁକାବିଲା ପୂର୍ବରୁ ବ୍ରାଜିଲକୁ ଚଳିତ ବିଶ୍ବକପରେ ସବୁଠୁ ଶକ୍ତିଶାଳୀ ଟିମ୍ ବୋଲି କହିଛନ୍ତି । ବ୍ରାଜିଲର ପ୍ରଦର୍ଶନ ଏଥର ଦମଦାର ରହିଛି । ତାହା ଏକ ପ୍ରଭାବଶାଳୀ ଟିମ ଅଟେ ।

56 ବର୍ଷିୟ ଡାଲାକି ଆହୁରି ମଧ୍ୟ କହିଛନ୍ତି, "ଆମେ ଆମ ଦଳ କ୍ରୋଏସିଆ ମଧ୍ୟ କ୍ବାଟରଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବ୍ରାଜିଲକୁ କଡା ଟକ୍କର ଦେବା ନେଇ ରଣନୀତି ପ୍ରସ୍ତୁତ କରିଛୁ । ଆମେ ବ୍ରାଜିଲ ଫୁଟବଲରଙ୍କ ମଇଦାନରେ ଚାପରେ ରଖିବୁ । ଏପର୍ଯ୍ୟନ୍ତ ବ୍ରାଜିଲ ବହୁତ ଭଲ ପ୍ରଦର୍ଶନ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । କ୍ରୋଏସିଆକୁ ଏହି ମ୍ୟାଚ୍ ଏକାଗ୍ରତାର ସହିତ ଖେଳିବାକୁ ପଡିବ । ଯଦି ବିପକ୍ଷ ଦଳ ବଲ ଉପରେ ନିୟନ୍ତ୍ରଣ କରିବା ଆରମ୍ଭ କରିଦେବେ ତାହାଲେ ଆମ ପାଇଁ ଏହା ମୁସ୍କିଲ ହୋଇପାରେ । ତେଣୁ ଆମେ ଆମର ଉତ୍ତମ ପ୍ରଦର୍ଶନ ଜାରି ରଖିବାକୁ ଚେଷ୍ଟା କରିବୁ । ଫିଫା ବିଶ୍ବକପ 2022ରେ ଆଗକୁ ଖେଳିବାକୁ ଥିବା କ୍ରୋଏସିଆ ପାଇଁ ସମସ୍ତ ମ୍ୟାଚ୍ କଠିନ ସାବ୍ୟସ୍ତ ହୋଇପାରେ । ତଥାପି ବିଶ୍ବକପର ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ଉପଭୋଗ କରିବାର ଅଛି ।"

ସେପଟେ ବ୍ରାଜିଲ ଟିମରେ ବହୁ ଯୁବ ପ୍ରତିଭା ସାମିଲ ହୋଇଛନ୍ତି । ଆଜିର ମ୍ୟାଚରେ ଦଳ ତାଙ୍କ ଉପରେ ଭରସା କରିବ । ନେମାର, ରିଚର୍ଡସନ ଏବଂ ବିନିଶିୟସଙ୍କ ଭଳି ଜୁନିଅର ଖେଳାଳି ଆଜି ନିଜର ଦମ୍ ଦେଖାଇବେ । ବ୍ରାଜିଲ ପ୍ରିକ୍ବାର୍ଟର ଫାଇନାଲରେ ଦକ୍ଷିଣ କୋରିଆକୁ 4-1 ଗୋଲରେ ପରାସ୍ତ କରି କ୍ବାର୍ଟର ଫାଇନାଲ ପାଇଁ ଟିକଟ ହାତେଇଥିଲା । ବ୍ରାଜିଲ ପ୍ରଥମାର୍ଦ୍ଧରେ ଚାରୋଟି ଗୋଲ ଦେଇଥିଲା । ବ୍ରାଜିଲ ଚଳିତ ବିଶ୍ବକପରେ ପ୍ରଥମାର୍ଦ୍ଧରେ ଚାରୋଟି ଗୋଲ ଦେଇଥିବା ବେଳେ ବର୍ଷ 1954 ରେ ମ୍ୟାକ୍ସିକ ବିପକ୍ଷରେ ମଧ୍ୟ ପ୍ରଥମାର୍ଦ୍ଧରେ ଚାରୋଟି ଗୋଲ ଦେଇଥିଲା । ଏହା ସହିତ ବ୍ରାଜିଲ ଫୁଟବଲ ଟିମ୍ ନକ୍ ଆଉଟ ମ୍ୟାଚରେ ପ୍ରଥମାର୍ଦ୍ଧରେ ଚାରୋଟି ଗୋଲ ଦେଇଥିବା, ବର୍ଷ 2014 ପରେ ପ୍ରଥମ ଟିମ୍ । ଜର୍ମାନୀ 2014 ଫିଫା ବିଶ୍ବକପରେ ବ୍ରାଜିଲ ବିପକ୍ଷରେ ସେମିଫାଇନାଲ ମ୍ୟାଚରେ ପ୍ରଥମାର୍ଦ୍ଧରେ ଚାରୋଟି ଗୋଲ ଦେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.