ETV Bharat / sports

ସୟଦ ମୋଦି ଇଣ୍ଟରନ୍ୟାସନାଲ ୨୦୨୨ ଟୁର୍ଣ୍ଣାମେଣ୍ଟ ଟାଇଟେଲ ଜିତିଲେ ସିନ୍ଧୁ

ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି ସୁପର ସନ୍‌ଡେ । ୨ ବର୍ଷ ୪ ମାସ ୨୯ ଦିନର ବ୍ୟବଧାନ ପରେ ସୟଦ ମୋଦି ଇଣ୍ଟରନ୍ୟାସନାଲ ୨୦୨୨ ଟୁର୍ଣ୍ଣାମେଣ୍ଟର((syed modi international badminton tournament)) ମହିଳା ସିଙ୍ଗଲ୍ସ ଟାଇଟେଲ ଜିତିଛନ୍ତି ସିନ୍ଧୁ ।

author img

By

Published : Jan 23, 2022, 5:25 PM IST

PV Sindhu wins Syed Modi International badminton title
ସୟଦ ମୋଦି ଇଣ୍ଟରନ୍ୟାସନାଲ ୨୦୨୨ ଟୁର୍ନାମେଣ୍ଟ ଟାଇଟେଲ ଜିତିଲେ ସିନ୍ଧୁ

ଲକ୍ଷ୍ନୌ(ଉତ୍ତର ପ୍ରଦେଶ): ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି ସୁପର ସନ୍‌ଡେ । ସୟଦ ମୋଦି ଇଣ୍ଟରନ୍ୟାସନାଲ ୨୦୨୨ ଟୁର୍ଣ୍ଣାମେଣ୍ଟର((syed modi international badminton tournament)) ମହିଳା ସିଙ୍ଗଲ୍ସ ଟାଇଟେଲ ଜିତିଛନ୍ତି ସିନ୍ଧୁ । ଲକ୍ଷ୍ନୌର ବାବୁ ବନାରସି ଇନଡୋର୍‌ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ନିଜର ପ୍ରତିନ୍ଦ୍ବନ୍ଦ୍ବୀ ମାଳବିକା ବଂଶଦଙ୍କୁ(pv sindhu defeats Malvika Bansod) ୨୧-୧୩, ୨୧-୧୬ ସିଧାସଳଖ ସେଟ୍‌ରେ ପରାଜିତ କରି ଚମ୍ପିଆନ ହୋଇଛନ୍ତି ସିନ୍ଧୁ । ଏହି ଫାଇନାଲ ମୁକାବିଲା ୩୫ ମିନିଟ ଧରି ଖେଳାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: BWF Odisha Open 2022: ଓଡିଶା ପାଇଁ ଲାଭଦାୟକ BWF ଓଡିଶା ଓପନ

ଆକ୍ରମଣାତ୍ମକ ରଣନୀତି ଆପଣାଇ ପ୍ରଥମ ସେଟ୍‌କୁ ୨୧-୧୩ରେ ସହଜରେ ଜିତିନେଇଥିଲେ । ଦ୍ବିତୀୟ ସେଟ୍‌ରେ ମାଳବିକା କମବ୍ୟାକ୍‌ କରିବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ସିନ୍ଧୁ ଦୃଢ ଆତ୍ମବିଶ୍ବାସର ସହିତ ଦ୍ବିତୀୟ ସେଟ୍‌କୁ ମଧ୍ୟ ନିଜ ନାମରେ କରିଥିଲେ । ୨୦୧୯ ବିଶ୍ବ ଚମ୍ପିଆନସିପ୍‌ ବିଜୟ ପରେ ଏହା ସିନ୍ଧୁଙ୍କର ପ୍ରଥମ ଟାଇଟେଲ ବିଜୟ । ଏଥିସହ ୨ ବର୍ଷ ୪ ମାସ ୨୯ ଦିନ ପରେ ପ୍ରଥମ ଟାଇଟେଲ ବିଜୟ ।

ପୂର୍ବରୁ ସୟଦ ମୋଦି ଇଣ୍ଟରନ୍ୟାସନାଲ ୨୦୨୨ର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ଖେଳାଯାଇପାରିନାହିଁ । ବିଶ୍ବ ବ୍ୟାଡ୍‌ମିଣ୍ଟନ ମହାସଂଘ(BWF) ରବିବାର 'No Match' ବୋଲି ଘୋଷଣା କରିଛି । ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ ଅର୍ନଉଦ ମେରକଲ ଓ ଲୁକାସ କ୍ଳାଏରବଟଙ୍କ ମଧ୍ୟରେ ଖେଳାଯିବା ନେଇ ସୂଚୀ ରହିଥିଲା । ଜଣେ ଫାଇନାଲିଷ୍ଟଙ୍କ COVID-19 ପଜିଟିଭ ଚିହ୍ନଟ ହେବାପରେ BWF ଏହି ନିଷ୍ପତ୍ତି ନେଇଛି ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.