ETV Bharat / sports

ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ସଭାପତି ହେବେ ପିଟି ଉଷା - ଭାରତୀୟ ଅଲମ୍ପିକ ସଂଘ ସଭାପତି

ଭାରତୀୟ ଅଲମ୍ପିକ ସଂଘର(Indian Olympic Association) ପ୍ରଥମ ମହିଳା ସଭାପତି ଭାବରେ ଦାୟିତ୍ବ ନେବେ ଦୌଡ଼ରାଣୀ ପିଟି ଉଷା । ଅଧିକ ପଢ଼ନ୍ତୁ

PT Usha set to get elected as Indian Olympic Association first women chief unopposed
ଭାରତୀୟ ଅଲମ୍ପିକ ସଂଘର ପ୍ରଥମ ମହିଳା ସଭାପତି ହେବେ ପିଟି ଉଷା
author img

By

Published : Nov 27, 2022, 7:38 PM IST

ହାଇଦ୍ରାବାଦ: ଭାରତୀୟ ଅଲମ୍ପିକ ସଂଘର(Indian Olympic Association) ପ୍ରଥମ ମହିଳା ସଭାପତି ହୋଇପାରନ୍ତି ଦୌଡ଼ରାଣୀ ପିଟି ଉଷା । ଡିସେମ୍ବର ୧୦ ତାରିଖ ଏହି ପଦବୀ ପାଇଁ ନିର୍ବାଚନ ହେବ । ତେବେ ଆଉ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ନିର୍ଦ୍ବନ୍ଦରେ ନିର୍ବାଚିତ ହେବାକୁ ଯାଉଛନ୍ତି ପିଟି ଉଷା ।

୫୮ ବର୍ଷୀୟ କିମ୍ବଦନ୍ତୀ ଆଥ୍‌ଲେଟ ଅନେକ ଏସୀୟ ଗେମ୍ସରେ ସ୍ବର୍ଣ୍ଣ ପଦ ହାସଲ କରିଛନ୍ତି । ତାଛଡ଼ା ୧୯୮୪ ଅଲମ୍ପିକ୍ସ ଗେମ୍ସରେ ସେ ୪୦୦ ମିଟର ହର୍ଡଲ୍‌ ରେସ୍‌ରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ କାଂସ୍ୟ ପଦକରୁ ବଞ୍ଚିତ ହୋଇଥିଲେ । ରବିବାର ଏକମାତ୍ର ପ୍ରାର୍ଥୀ ଭାବରେ ଭାରତୀୟ ଅଲମ୍ପିକ ସଂଘ ସଭାପତି ପଦ ପାଇଁ ନାମଙ୍କନ ଭରିଛନ୍ତି । ଏହାଛଡ଼ା ୧୪ଟି ପଦବୀ ପାଇଁ ଅନ୍ୟମାନେ ନାମାଙ୍କନ ଦାଖଲ କରିଛନ୍ତି ।

ଭାରତୀୟ ଅଲମ୍ପିକ ସଂଘ ସଭାପତି ପଦବୀ ପାଇଁ ନାମାଙ୍କ ଦାଖଲ କରିବାର ଶେଷ ଦିନ ଆଜି(ନଭେମ୍ବର ୨୭) ରହିଥିଲା । ଡିସେମ୍ବର ୧୦ ତାରିଖରେ ନିର୍ବାଚନ ନେଇ ତାରିଖ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଭାରତୀୟ ଅଲମ୍ପିକ ସଂଘ ନିର୍ବାଚନ ଅଧିକାରୀ ଉମେଶ ସିହ୍ନା ଏହି ପଦ ପାଇଁ ପିଟି ଉଷାଙ୍କ ଛଡ଼ା ଆଉ କେହି ନାମାଙ୍କନ ଦାଖଲ କରିନଥିବା ସୂଚନା ଦେଇଛନ୍ତି । ତେବେ ଅନ୍ୟାନ୍ୟ ପଦ ପାଇଁ ମୋଟ ୨୪ ଜଣ ନାମାଙ୍କନ ଦାଖଲ କରିଛନ୍ତି । ଯେଉଁମାନେ ପିଟି ଉଷାଙ୍କ ଟିମ୍‌ରେ କାମ କରିବେ ।

ଭାରତୀୟ ଅଲମ୍ପିକ ସଂଘର ୪ ଜଣ କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ମୋଟ ୧୨ ଜଣ ନାମାଙ୍କନ ଦାଖଲ କରିଛନ୍ତି । ଜଣେ ସଭାପତି, ଜଣେ ବରିଷ୍ଠ ଉପସଭାପତି, ଦୁଇଜଣ ଉପସଭାପତି ରହିବେ । ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ରହିବେ । ସେହିଭଳି ଜଣେ ଟ୍ରିଜରର ଦୁଇ ଯୁଗ୍ମ ସଚିବ, ଜଣେ ମହିଳା ଓ ଜଣେ ପୁରୁଷ ରହିବେ । ଏହାଛଡ଼ା ଅନ୍ୟ ୬ ଜଣ କାର୍ଯ୍ୟକାରିଣୀ ସଦସ୍ୟ ରହିବେ । ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଆଥ୍‌ଲେଟ୍‌ ଓ ଜଣେ ମହିଳା ଆଥ୍‌ଲେଟ୍‌ ରହିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.