ETV Bharat / sports

'ଟୋକିଓ ଅଲମ୍ପିକ୍ସରୁ ଫେରବା ପରେ ପ୍ରତ୍ୟେକ ଆଥଲେଟଙ୍କୁ ଭେଟିବେ ମୋଦି'

author img

By

Published : Jul 23, 2021, 8:42 PM IST

"ଟୋକିଓ ଅଲମ୍ପିକ୍ସରୁ ଫେରବା ପରେ ପ୍ରତ୍ୟେକ ଆଥଲେଟଙ୍କୁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଭେଟିବେ ।" ଏହା କହିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢ଼ନ୍ତୁ...

'ଟୋକିଓ ଅଲମ୍ପିକ୍ସରୁ ଫେରବା ପରେ ପ୍ରତ୍ୟେକ ଆଥଲେଟଙ୍କୁ ଭେଟିବେ ମୋଦୀ'

ନୂଆଦିଲ୍ଲୀ: "ଟୋକିଓ ଅଲମ୍ପିକ୍ସରୁ ଫେରବା ପରେ ପ୍ରତ୍ୟେକ ଆଥଲେଟଙ୍କୁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଭେଟିବେ ।" ଏହା କହିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର । ଶୁକ୍ରବାରଠାରୁ ଓପେନିଂ ସେରେମୋନୀ ସହ ଟୋକିଓ ଅଲମ୍ପିକ୍ସର ଶୁଭାରମ୍ଭ ହୋଇଛି । ଭାରତୀୟ ବକ୍ସିଂ ତାରକା ମେରୀକମ ଓ ପୁରୁଷ ହକି ଅଧିନାୟକ ମନପ୍ରୀତ ସିଂହ ଭାରତ ପକ୍ଷରୁ ପରେଡରେ ଧ୍ବଜା ବାହାକ ସାଜିଥିଲେ ।

ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, "ଭାରତ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୧୩୦ କୋଟି ଭାରତୀୟଙ୍କ ପକ୍ଷରୁ ମୁଁ ଟୋକିଓ ଅଲମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଉଛି । ଭାରତବାସୀଙ୍କ ଶୁଭେଚ୍ଛା ଭାରତୀୟ ଆଥଲେଟଙ୍କ ସହ ରହିଛି । ସେମାନଙ୍କ ଉପରେ କୌଣସି ଚାପ ଦିଆଯାଉନାହିଁ । ଶାନ୍ତଚିତ୍ତ ମନରେ ସେମାନେ ନିଜର ପ୍ରକୃତ ଖେଳ ପ୍ରଦର୍ଶନ କରନ୍ତୁ । ଭାରତ ପାଇଁ ପଦକ ଜିତିବାକୁ ସଭିଏଁ ତାଙ୍କୁ ଉତ୍ସାହିତ କରନ୍ତୁ ।"

ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ୧୨୭ ଜଣ ଆଥଲେଟ ଅଲମ୍ପିକ୍ସରେ ଭାଗ ନେଇଛନ୍ତି । ତେବେ ସେମାନେ ଫେରିବା ପରେ ପ୍ରତ୍ୟେକ ଆଥେଲଟଙ୍କ ସହ ମୋଦି ବ୍ୟକ୍ତିଗତ ଭାବରେ ଦେଖା କରିବେ । ଏଥିରେ ପାରାଅଲମ୍ପିଆନମାନେ ମଧ୍ୟ ସାମିଲ ରହିବେ । ଟୋକିଓ ଅଲମ୍ପିକ୍ସ ଓପେନିଂ ସେରେମୋନୀରେ ଭାରତ ପକ୍ଷରୁ ୨୫ ଜଣ କ୍ରୀଡ଼ାବିତ ସାମିଲ ହୋଇଥିଲେ । ଜାପାନ ସରକାରଙ୍କ ପକ୍ଷରୁ କୋଭିଡ କଟକଣା ଯୋଗୁଁ ପ୍ରତ୍ୟେକ ଦେଶର କେବଳ ୨୫ ଜଣ କ୍ରୀଡ଼ାବିତଙ୍କୁ ଓପେନିଂ ସେରେମୋନୀରେ ସାମିଲ ହେବାକୁ ଅନୁମତି ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.