ETV Bharat / sports

CWG 2022: ଭାରୋତ୍ତୋଳନରେ ଆଉ ଏକ ସ୍ବର୍ଣ୍ଣ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭାରଉତ୍ତୋଳନରେ ଦେଶକୁ ଆଉ ଏକ ସ୍ବର୍ଣ୍ଣ ଭେଟି ଦେଇଛନ୍ତି ଭାରୋତ୍ତୋଳନକାରୀ ଅଚିନ୍ତ ସିଉଳି । ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
author img

By

Published : Aug 1, 2022, 9:50 AM IST

Updated : Aug 1, 2022, 10:07 AM IST

ନୂଆଦିଲ୍ଲୀ: ବର୍ମିଂହାମରେ ଚାଲିଥିବା 22ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ଅଭିଯାନ ଜାରି । ଭାରୋତ୍ତୋଳନରେ ଭାରତୀୟ ଭାରୋତ୍ତୋଳକାରୀଙ୍କ ଦବଦବା ଦେଖିବାକୁ ମିଳିଛି । ଦେଶକୁ ପଦକ ପରେ ଭେଟି ଦେଇଛନ୍ତି ଭାରୋତ୍ତୋନକାରୀ । ଭାରୋତ୍ତୋଳନରେ ଦେଶକୁ ଆଉ ଏକ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ଅଚିନ୍ତ ସିଉଳି । ଅଚିନ୍ତଙ୍କ ଏ ସଫଳତା ପାଇଁ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଟ୍ବିଟ କରି କହିଛନ୍ତି, ''ସ୍ବର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଛନ୍ତି ଅଚିନ୍ତ ସିଉଳି । ତ୍ରିରଙ୍ଗା ପତାକା ଉଚ୍ଚରେ ଉଡୁଥିବା ଦେଖି ପ୍ରତିଟି ଭାରତୀୟ ଆଜି ଗର୍ବ କରୁଛି । ବିଫଳତାରୁ ତୁରନ୍ତ ପାର୍‌ ହୋଇ ସଫଳତା ହାସଲ କରିଛି । ଇତିହାସ ସୃଷ୍ଟି କରି ଚମ୍ପିଆନ ହୋଇଛି । ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା ।''

  • Achinta Sheuli has made India proud by winning gold and making the tricolor fly high at the #CommonwealthGames. You immediately overcame the failure in one attempt and topped the lineup. You are the champion who has created a history. Heartiest congratulations!

    — President of India (@rashtrapatibhvn) August 1, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...CWG 2022: ଭାରୋତ୍ତୋଳନରେ ଭାରତୀୟଙ୍କ ଦବଦବା, ଅଚିନ୍ତ ସିଉଳି ଦେଲେ ତୃତୀୟ ସ୍ବର୍ଣ୍ଣ

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଚିନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶୁଭେଚ୍ଛାବାର୍ତ୍ତାରେ ପ୍ରଧାନମମନ୍ତ୍ରୀ ଲେଖିଛନ୍ତି, "କମନୱେଲଥ ଗେମ୍ସରେ ସ୍ବର୍ଣ୍ଣ ଜିତିଥିବାରୁ ଅଚିନ୍ତଙ୍କୁ ଅଭିନନ୍ଦନ । ଅଚିନ୍ତ କଠିନ ପରିଶ୍ରମ କରି ଏହି ସ୍ବତନ୍ତ୍ର ସଫଳତା ହାସଲ କରିଛନ୍ତି । ସେ ଶାନ୍ତ ସ୍ବଭାବର । ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଆମ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ ପୂର୍ବରୁ ତାଙ୍କ ସହ କଥା ହୋଇଥିଲି । ଭବିଷ୍ୟତ ସଫଳତା ପାଇଁ ଶୁଭେଚ୍ଛା ।''

  • Delighted that the talented Achinta Sheuli has won a Gold Medal at the Commonwealth Games. He is known for his calm nature and tenacity. He has worked very hard for this special achievement. My best wishes to him for his future endeavours. pic.twitter.com/cIWATg18Ce

    — Narendra Modi (@narendramodi) August 1, 2022 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଚିନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତୃତୀୟ ସ୍ବର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଛନ୍ତି ଅଚିନ୍ତ ସିଉଳି । କ୍ରୀଡା କ୍ୟାରିୟରରେ ଏହି ଉତ୍କର୍ଷତା ଜାରି ରହୁ ଏବଂ ଦେଶ ପାଇଁ ଗୌରବ ଆଣ । ଭବିଷ୍ୟତ ସଫଳତା ପାଇଁ ଅଚିନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଅଚିନ୍ତଙ୍କ ଏ ସଫଳତା ପଛରେ ତାଙ୍କ ପରିବାରର ସମର୍ଥନ ରହିଛି । ମାଆ ଓ ଭାଇ ତାଙ୍କୁ ଉତ୍ସାହିତ କରନ୍ତି । ଭାରୋତ୍ତୋଳ ଏକ ଶକ୍ତିପ୍ରଦର୍ଶନକାରୀ ଖେଳ ହୋଇଥିବା ଏଥିରେ ଫିଟ୍‌ ରହିବାକୁ ପଡିଥାଏ । ଅଚିନ୍ତ ସବୁବେଳେ ଯୋଗ କରନ୍ତି । ନିରନ୍ତର ଖେଳ ଅଭ୍ୟାସ କରନ୍ତି । ଅଚିନ୍ତ 73 କାଟାଗୋରୀରେ ଖେଳନ୍ତି । ସେ ପୂର୍ବରୁ ଜୁନିଅର ବିଶ୍ବ ଆଥଲେଟିକ ଚମ୍ପିଅନସିପରେ ରୌପ୍ୟ ପଦକ ହାସଲ କରିଥିଲେ । ଦୁଇ ଦୁଇ ଥର କମନୱେଲଥ ଚମ୍ପିଅନସିପରେ ସ୍ବର୍ଣ୍ଣ ଜିତିଛନ୍ତି ପଶ୍ଚିମବଙ୍ଗ ଦେଉଲିପୁର ଅଚିନ୍ତ ।

ଏହା ବି ପଢନ୍ତୁ...CWG 2022: ପୁରୁଷ ହକିରେ ଭାରତର ବୃହତ ବିଜୟ, ଘାନା ବିପକ୍ଷରେ 11-0ରେ ବିଜୟୀ

ପ୍ରକାଶ ଥାଉ କି, 73 କିଲୋ ଭାରୋତ୍ତୋଳନ ଇଭେଣ୍ଟରେ 313 କିଲୋଗ୍ରାମ ଭାର ଉଠାଇ ଆଉ ଜଣେ ସୁନାପୁଅ ହୋଇଛନ୍ତି । ପୂର୍ବରୁ ମୀରାବାଈ ଚାନୁ ଓ ଜେରେମି ଲାଲରିନୁଙ୍ଗା ସ୍ବର୍ଣ୍ଣ ଜିତିଥିଲେ । ଭାରତ ମୋଟ 6ଟି ପଦକ ଜିତିଛି । ସମସ୍ତ ପଦକ ଭାରୋତ୍ତୋଳନରେ ହିଁ ଜିତିଛି ଭାରତ । ଏପରିକି ଏଯାବତ ଏହି ଏଭେଣ୍ଟରେ ସର୍ବାଧିକ ପଦକ ବିଜେତା ଦେଶ ରହିଛି ଭାରତ ।

Last Updated : Aug 1, 2022, 10:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.