ଲିସବନ: ମରସେଡିସ ଡ୍ରାଇଭର ଭାଲଟେରୀ ବୋଟାସ ଶୁକ୍ରବାର ପର୍ତ୍ତୃଗୀଜ ଗ୍ରାଣ୍ଡ ପ୍ରିକ୍ସର ପ୍ରଥମ ଅଭ୍ୟାସ ଶିବିରରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି । ଲୁଇସ ହାମିଲଟନଙ୍କ ଠାରୁ 34 ସେକେଣ୍ଡ ପୂର୍ବରୁ ପହଞ୍ଚି ରେକର୍ଡ କରିଛନ୍ତି ।

ହାମିଲଟନ ଦୁଇ ସପ୍ତାହ ତଳେ ଜର୍ମାନୀର ଏଇଫେଲ ଗ୍ରାଣ୍ଡ ପ୍ରିକ୍ସ ଚମ୍ପିଆନସିପ ବିଜେତା ହୋଇଥିଲେ । ଏଥିସହ ମାଇକେଲ ସ୍କୁମାକରଙ୍କ 91ତମ ଫର୍ମୁଲା ୱାନ ବିଜୟ ରେକର୍ଡ ସହ ସମକକ୍ଷ ହୋଇଥିଲେ ।
କୋରୋନା ଭାଇରସରେ ପ୍ରଭାବିତ କ୍ୟାଲେଣ୍ଡରରେ ଟୁସକାନ ଗ୍ରାଣ୍ଡପ୍ରିକ୍ସ ପରେ, ପର୍ତ୍ତୃଗୀଜ ଗ୍ରାଣ୍ଡ ପ୍ରିକ୍ସ ଦ୍ବିତୀୟ ରେସ ଇଭେଣ୍ଟ ହେବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ