ହାଇଦ୍ରାବାଦ: ସ୍ବର୍ଣ୍ଣରେ ଚମକିଲେ ଭାରତୀୟ ଷ୍ଟାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ପୋଲାଣ୍ଡ ଓପନ ଫାଇନାଲରେ ଉକ୍ରେନର ଖେରୀଷ୍ଟନା ବେରେଜାଙ୍କୁ 8-0ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭିନେସ । ପୋଲାଣ୍ଡ ଓପନ ରାକିଂ ସିରିଜ ଟୁର୍ଣ୍ଣାମେଣ୍ଟର 53 କିଲୋଗ୍ରାମ ବର୍ଗର ଫାଇନାଲରେ ଐତିହାସିକ ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭିନେଶ । ଏହି ବିଜୟ ସହ ଟୋକିଓ ଅଲମ୍ପିକ୍ସରେ ଓଜନ ବର୍ଗରେ ଶୀର୍ଷ ମାନ୍ୟତା ଖେଳାଳି ଭାବେ ଖେଳିବେ ଭିନେଶ ।
-
Gold for Vinesh!#TOPSAthlete @Phogat_Vinesh wins the gold medal in the women’s 53 kg wrestling event at the Poland Open following an 8-0 win over Khrysyna Bereza. This is her 4th gold in 4 events since her international return in February. pic.twitter.com/MoEUgBaoA0
— SAIMedia (@Media_SAI) June 11, 2021 " class="align-text-top noRightClick twitterSection" data="
">Gold for Vinesh!#TOPSAthlete @Phogat_Vinesh wins the gold medal in the women’s 53 kg wrestling event at the Poland Open following an 8-0 win over Khrysyna Bereza. This is her 4th gold in 4 events since her international return in February. pic.twitter.com/MoEUgBaoA0
— SAIMedia (@Media_SAI) June 11, 2021Gold for Vinesh!#TOPSAthlete @Phogat_Vinesh wins the gold medal in the women’s 53 kg wrestling event at the Poland Open following an 8-0 win over Khrysyna Bereza. This is her 4th gold in 4 events since her international return in February. pic.twitter.com/MoEUgBaoA0
— SAIMedia (@Media_SAI) June 11, 2021
ସେମିଫାଇନାଲ ମୁକାବିଲାରେ ୟୁଏସଏର ଏମି ଏନ ଫିରନସାଇଡଙ୍କୁ 6-0ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ପୂର୍ବରୁ ଋଷିଆର ଏକତେରିନା ପୋଲେସଚପକଙ୍କୁ 6-2ରେ ପ୍ରଥମ ମୁକାବିଲାରେ ହରାଇଥିଲେ ।
ଅନ୍ୟପଟେ ଅଂଶୁ ମଲ୍ଲିକ ମହିଳା 57 କିଲୋଗ୍ରାମ ଫ୍ରିଷ୍ଟାଇଲ ଇଭେଣ୍ଟରୁ ଓହରିଯାଇଥିଲେ । ଜ୍ବରରେ ପୀଡିତ ହୋଇଥିବା ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଥିବା ଟିମ କୋଚ୍ କହିଥିଲେ ।
ବୁଧବାର, ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ଦୀପକ ପୁନିଆ ମଧ୍ୟ ଆହତ କାରଣରୁ ପୁରୁଷ 86କିଲୋଗ୍ରାମ ଫ୍ରିଷ୍ଟାଇଲ ଇଭେଣ୍ଟରୁ ଓହରି ଯାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ